ଫୁଲ, ଫଳ ଚାଷ କରି ପାଲଟିଛନ୍ତି ପ୍ରେରଣା

ନିଶ୍ଚିନ୍ତକୋଇଲି, ୨୩।୬(ଅଶୋକ କୁମାର ମହାପାତ୍ର) : ସାମ୍ପ୍ରତିକ ସମାଜରେ ଉଚ୍ଚ ଶିକ୍ଷତ ଯୁବତୀ, ଯୁବକମାନେ ଚାକିରି ପଛରେ ଗୋଡ଼ାଉଛନ୍ତି। ଶେଷରେ ନ ପାଇ ବେକାର ହୋଇଯାଉଛନ୍ତି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ଅନ୍ତର୍ଗତ ଏକରୁଖି ଗ୍ରାମର ଜଣେ ଉଚ୍ଚ ଶିକ୍ଷିତ ଯୁବକ ଚାଷରେ ସଫଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ପ୍ରଥମେ ଫୁଲ ପରେ ଫଳ ଚାଷକୁ ଆଦରି ନେଇଛନ୍ତି। ଏବେ ସେ ବାର୍ଷିକ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ସେ ହେଲେ ଏକରୂଖି ଗ୍ରାମର ସ୍ବର୍ଗତ କରୁଣାକର ମିଶ୍ରଙ୍କ ଦ୍ୱିତୀୟ ପୁତ୍ର ସର୍ବେଶ୍ୱର ମିଶ୍ର (୪୯) । ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ମଧ୍ୟ କୌଣସି ଚାକିରି ପାଇ ନ ଥିଲେ। ଏହାପରେ ପରିବାର ପ୍ରତିପୋଷଣ କରିବା ନିମନ୍ତେ ରାଜ୍ୟ ବାହାରେ ଦାଦନ ଖଟିବାକୁ ପଛାଇ ନ ଥିଲେ। ତେବେ କରୋନା ମହାମାରୀ ସମୟରେ ତାଙ୍କ ଜୀବନର ଗତିପଥ ବଦଳିଯାଇଥିଲା। ମିଶ୍ର ସୁଦୂର ସୁରଟ ଛାଡି ନିଜ ପୈତୃକ ଗ୍ରାମକୁ ଫେରି ଆସିଥିଲେ। କୌଣସି କାମଧନ୍ଦା ନ ପାଇ ନିରାଶ ହୋଇ ଘରେ ବସିଥିଲେ। ଏହି ସମୟରେ ମିଶ୍ର ସୁଚିନ୍ତିତ ଉପାୟରେ ସ୍ଥାନୀୟ ଗ୍ରାମରେ ଥିବା ପୈତୃକ ସମ୍ପତ୍ତିି ଉପରେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଥିଲେ। ଏହି ଫୁଲ ଚାଷରୁ ମିଶ୍ରଙ୍କ ରୋଜଗାର ଭଲ ହୋଇଥିଲା। ଏହାପରେ ମିଶ୍ର ଫଳ ଚାଷ କରିବାକୁ ମନସ୍ଥ କରିଥିଲେ। ସେ ସୁଦୂର କଲିକତାରୁ ପିଜୁଳି, କାଗଜୀ ଲେମ୍ବୁ, ସପେଟା, କରମଙ୍ଗା, ବିଭିନ୍ନ ପ୍ରକାର ଆମ୍ବ, ଥାଇଲାଣ୍ଡ ବରକୋଳି, ଜାମୁଡୋଳ, ନଡିଆ ଗୁଆ ଚାରା ଆଦି ଆଣି ଉନ୍ନତ ପ୍ରଣାଳୀରେ ଚାଷ ଆରମ୍ଭ କରିଥିଲେ। ଏବେ ଏହି ଗଛଗୁଡ଼ିକରୁ ଫଳ ଆରମ୍ଭ ହୋଇଛି। ମିଶ୍ରଙ୍କ ବଗିଚାରେ ଫଳିଥିବା ପିଜୁଳି ଗୁଡିକର ଓଜନ ଅଧକେଜିରୁ ଅଧିକ ଅଟେ। ଏପରିକି ସେ ନାଲି ପିଜୁଳି ମଧ୍ୟ ଚାଷ କରିଛନ୍ତି। ଏହା ମଧୁମେହ ରୋଗୀଙ୍କ ପାଇଁ ଏକାନ୍ତ ଉପାଦେୟ । ଏହି ପିଜୁଳି ଲୋକଙ୍କ ଦ୍ୱାରା ବେଶ ଆଦୃତ ହେଉଛି। ବିନା ସରକାରୀ ପ୍ରୋତ୍ସାହରେ ମିଶ୍ର ହାଡଭଙ୍ଗା ପରିଶ୍ରମ କରି ଏଭିଳ ସଫଳତା ହାସଲ କରିଥିବା କହିଛନ୍ତି। ସେ ଫଳନ୍ତି ଗଛରୁ ଉନ୍ନତ ମାନର କଲମୀ ସୃଷ୍ଟି କରି ବେକାର ଯୁବତୀ ଯୁବକମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ଫଳ ଚାଷ ନିମନ୍ତେ ପ୍ରେରଣା ଯୋଗାଉଛନ୍ତି। ସରକାରୀ ପ୍ରୋତ୍ସାହନ ସହ ଉନ୍ନତ ଜ୍ଞାନକୌଶଳ ଯୋଗାଇ ଦିଆଗଲେ ଅଧିକରୁ ଅଧିକ ଫଳଚାଷ କରିପାରିବେ ବୋଲି ମିଶ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri