ଆତଙ୍କର ନାଁ ‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’

କାମାକ୍ଷାନଗର,୨୩।୬(ସୁଧୀର ପରିଡ଼ା): ଢେଙ୍କାନାଳ ଏବଂ ଅନୁଗୋଳ ଜିଲାରେ ଆତଙ୍କର ବାତାବରଣ ସୃଷ୍ଟି କରି ଦାଦାବଟି ଆଦାୟ କରୁଥିବା ‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’ ଗ୍ୟାଙ୍ଗର ମୁଖା ଖୋଲିଛି। ଯୁବ ବିଜେଡି ନେତା ତଥା ଠିକାଦାର କାହ୍ନୁ ଚରଣ ସାହୁଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଦାଦାବଟି ଆଦାୟ କରୁଥିବା ଏହି ଗ୍ୟାଙ୍ଗ୍‌ର ଲିଙ୍କ୍‌ ଥିବା ସ୍ପଷ୍ଟ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୪ଜଣ ବନ୍ଧା ହୋଇଛନ୍ତି। ସେମାନେ ହେଲେ ସୁବାସ ଖୁଣ୍ଟିଆ, ଅନିଲ ନାଏକ, ଶୁଭ୍ରାଂଶୁ ନାଏକ ଓରଫ ଟିଟନ୍‌, ଲିପନ ରାଉତ ଓରଫ ଗୁଡୁ। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ରାକେଶ ନାଥ ଫେରାର ଅଛନ୍ତି। କାମାକ୍ଷାନଗର ଥାନାରେ ଗୁରୁବାର ଅପରାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଗ୍ୟାଙ୍ଗ୍‌ର ଆପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର।
ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ପି ମହାପାତ୍ର କହିଛନ୍ତି, ଗତ ଜୁନ୍‌ ୧୪ ରାତିରେ କାହ୍ନୁ ନିଜ କାର୍‌ (ନଂ.ଓଡି ୦୨ ବିବି ୨୯୧୫)ରେ କାମାକ୍ଷାନଗର ମଢ଼ିସାହିସ୍ଥିତ ଘରକୁ ଫେରୁଥିଲେ। ପ୍ରାୟ ୧୦ଟା ୪୫ରେ ୩ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। କାହ୍ନୁଙ୍କ ଡାହାଣ ଗୋଡ଼ ଏବଂ ହାତରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଥିପୂର୍ବରୁ ୨୦୨୨ ଅକ୍ଟୋବର ୧୮ ବିଳମ୍ବିତ ରାତିରେ ତାଙ୍କ ଘର ଓ ଗାଡ଼ି ଉପରକୁ ବୋମା ମାଡ଼ ହୋଇଥିଲା। ଏହାର ଦୁଇମାସ ପରେ ଅର୍ଥାତ୍‌ ଡିସେମ୍ବର ୨୮ରେ ଠିକାଦାରି ସମ୍ପର୍କିତ କୌଣସି କାର୍ଯ୍ୟରେ ଢେଙ୍କାନାଳ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଆସିଥିବାବେଳେ ତାଙ୍କୁ ଅପହରଣ ଉଦ୍ୟମ କରାଯାଇଥିଲା। ହେଲେ ସେ ଦୁର୍ବୃତ୍ତଙ୍କ କବଳରୁ ଖସିଯାଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଭିତରକୁ ଦୌଡ଼ି ପଳାଇଥିଲେ। ଅଭିଯୁକ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ମଧ୍ୟ ସେ ବର୍ତ୍ତିଯାଇଥିଲେ। ଜଣେ ବ୍ୟକ୍ତିଙ୍କ ଉପରେ ବାରମ୍ବାର ଏଭଳି ମରଣାନ୍ତକ ଆକ୍ରମଣ କାହିଁକି ହେଉଛି, ତାହା ଜାଣିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଥିଲା। ଏହି ଘଟଣାର ରହସ୍ୟ ଉନ୍ମୋଚନ କରିବା ଲାଗି ସ୍ବତନ୍ତ୍ର ଟିମ୍‌ ଗଢ଼ାଯାଇଥିଲା। ବିଭିନ୍ନ ଦିଗକୁ ନେଇ ତନାଘନା କରିବା ପରେ ‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’ ଗ୍ୟାଙ୍ଗର ମୁଖା ଖୋଲିଛି। ୪ ଅଭିଯୁକ୍ତ ଧରାପଡ଼ିଛନ୍ତି। ସେମାନଙ୍କଠାରୁ ୪ ମୋବାଇଲ ଜବତ କରାଯାଇଛି। ସେହିପରି ସୁବାସଙ୍କଠାରୁ ଗୋଟିଏ ପିସ୍ତଲ, ୪ ରାଉଣ୍ଡ ଗୁଳି ମିଳିଛି। କାହ୍ନୁଙ୍କୁ ଆକ୍ରମଣ ପଛରେ ଦାଦାବଟି ଆଦାୟ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ଏବଂ ଅନ୍ୟ ସଦସ୍ୟ ଖୁବ୍‌ଶୀଘ୍ର ଧରାପଡ଼ିବେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପଟେ କାହ୍ନୁ ସାହୁ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାସ ଖୁଣ୍ଟିଆଙ୍କୁ ନେଇ ପୋଲିସ ସିନ୍‌ ରିକ୍ରିଏଶନ କରିଛି। ଘଟଣା ଦିନ କାହ୍ନୁଙ୍କୁ ଅଭିଯୁକ୍ତମାନେ କିପରି ପିଛା କରିଥିଲେ, କେମିତି ଗୁଳି ଚଳାଇ ଫେରାର ହୋଇଯାଇଥିଲେ ତାହାର ସବିଶେଷ ନମୁନା ପ୍ରଦର୍ଶନ କରିଥିଲେ ସୁବାସ।
ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ସୂର୍ଯ୍ୟମଣି ପ୍ରଧାନ, ଏସ୍‌ଡିପିଓ ରଞ୍ଜନ କୁମାର ଦେ, କାମାକ୍ଷାନଗର ଥାନାଧିକାରୀ ଶରତ ଚନ୍ଦ୍ର ମହାଳିକ, ଇନ୍ସପେକ୍ଟର ଅମିତ ବିଶ୍ବାଳ, ଏସ୍‌ଆଇ ସ୍ବର୍ଣ୍ଣପ୍ରଭା ସାହୁ, ପ୍ରତାପ ସାହୁ, ଏଏସ୍‌ଆଇ ଜିତେନ୍ଦ୍ର ସାହୁ, ତୁମୁସିଙ୍ଗା ଥାନାଧିକାରୀ ପ୍ରଦୀପ କୁମାର ପାତ୍ର, ଫାଣ୍ଡି ଅଧିକାରୀ ସମୀର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ମାସକୁ ୨୦ ଲକ୍ଷ ବଟି

‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’ର ରହସ୍ୟ ଉନ୍ମୋଚନ ପରେ ଗ୍ୟାଙ୍ଗ୍‌ର ଆପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ୨୦୧୮ରେ ଜିଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ରାକେଶ ନାଥ। ସେ ଜେଲରୁ ବେଲ୍‌ରେ ଫେରିବା ପରେ ଢେଙ୍କାନାଳ ଜିଲାରେ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ୨୦ରୁ ୨୫ଜଣ ଯୁବକଙ୍କୁ ନେଇ ଗ୍ୟାଙ୍ଗ୍‌ ଗଢ଼ିଥିଲେ। ରାଜନେତା, ବ୍ୟବସାୟୀ, ଠିକାଦାରଙ୍କୁ ହତ୍ୟା ଧମକ ଦେଇ ମୋଟା ରକମର ବଟି ଆଦାୟ କରୁଥିଲେ। ଏମାନଙ୍କ ଆପରାଧିକ କାର୍ଯ୍ୟକଳାପର ଚେର ସୀମାନ୍ତ ଅନୁଗୋଳ, କଟକ ପର୍ଯ୍ୟନ୍ତ ବ୍ୟାପୀଥିଲା। କେତେକ କ୍ଷେତ୍ରରେ ଗ୍ୟାଙ୍ଗ ସଦସ୍ୟମାନେ ନିଜେ ବଟି ଆଦାୟ କରୁଥିବାବେଳେ ଧରାପଡ଼ିବା ଭୟରେ ଅନେକ ସମୟରେ ମଧ୍ୟସ୍ଥଙ୍କୁ ମଧ୍ୟ ନିୟୋଜିତ କରୁଥିଲେ। ବିଭିନ୍ନ ସୂତ୍ରରୁ ମାସକୁ ପ୍ରାୟ ୨୦ ଲକ୍ଷ ଟଙ୍କା ଯାଏ ବଟି ଆଦାୟ କରୁଥିବା ପୋଲିସ ଜାଣିବାକୁ ପାଇଛି। ଆଦାୟ କରୁଥିବା ଟଙ୍କାକୁ ସେମାନେ କେଉଁ ବାଟରେ ଖର୍ଚ୍ଚ କରୁଥିଲେ, ଏମାନଙ୍କ ଲିଙ୍କ୍‌ ବାହାର ରାଜ୍ୟର ଅପରାଧୀ ଗୋଷ୍ଠୀ କିମ୍ବା ମାରଣାସ୍ତ୍ର ଚାଲାଣ ସହିତ ଅଛି କି ନାହିଁ, ତାହା ଜାଣିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଗିରଫ ଅଭିଯୁକ୍ତଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ତଦନ୍ତ ପରିସର ବଢ଼ାଇଛି।

ରାଜନେତା, ଠିକାଦାର ଛାନିଆ

‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’ ଗ୍ୟାଙ୍ଗ୍‌ର ୪ ସଦସ୍ୟ ଗିରଫ ହେବା ପରେ ରାଜନେତା, ବ୍ୟବସାୟୀ, ଠିକାଦାର ଛାନିଆ ହୋଇପଡ଼ିଛନ୍ତି। ବଟି ଦେଉଥିବା ବ୍ୟକ୍ତିଙ୍କ ତାଲିକା ପୋଲିସର ହସ୍ତଗତ ହୋଇଛି। ସେମାନେ କାହିଁକି ଏତେ ପରିମାଣର ଟଙ୍କା ଦେଉଥିଲେ, ଥାନାରେ କାହିଁକି ଅଭିଯୋଗ କରି ନ ଥିଲେ ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଛି। ଏପରି କି ସମ୍ପୃକ୍ତ ବ୍ୟବସାୟୀ, ରାଜନେତାଙ୍କୁ ବିଧିବଦ୍ଧ ଭାବେ ଥାନାରେ ଅଭିଯୋଗ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ତଥାପି ସେମାନେ ଏତଲା ନ ଦେଲେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଠିକାଦାରି ଓ ଲଘୁ ଖଣିଜ ପଦାର୍ଥ ଚାଲାଣ ଭଳି ଲାଭଦାୟକ ବ୍ୟବସାୟରେ ରାଜନେତାଙ୍କ ହାତ ରହୁଥିବାବେଳେ ସେମାନେ ବିଭିନ୍ନ ଉପାୟରେ ସରକାରୀ ଅର୍ଥ ହଡ଼ପ କରୁଛନ୍ତି। ସମ୍ଭବତଃ ସେମାନେ ନିଜର ଅପରାଧ ଲୁଚାଇବାକୁ ଏହି ଗ୍ୟାଙ୍ଗକୁ ବଟି ଦେବା ସହ ବିଭିନ୍ନ ଆପରାଧିକ କାର୍ଯ୍ୟରେ ବ୍ୟବହାର କରୁଥିବା ଚର୍ଚ୍ଚା ହେଉଛି।

ଅପରାଧର ଲମ୍ବା ତାଲିକା

କାହ୍ନୁ ସାହୁ ହତ୍ୟା ଉଦ୍ୟମ ମାମଲାରେ ଜଡ଼ିତ ଅଭିଯୁକ୍ତମାନେ ପେସାଦାର ଅପରାଧୀ। ସେମାନଙ୍କ ନାମରେ କାମାକ୍ଷାନଗର ଏବଂ ତୁମୁସିଙ୍ଗା ଥାନାରେ ଡକାୟତି, ବୋମାମାଡ଼, ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ଭଳି ବହୁ ସଙ୍ଗିନ ମାମଲା ରହିଛି। ଖଟଖୁରା ଅଞ୍ଚଳର ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ହୋଇଥିବା ଡକାୟତି ଘଟଣାରେ ଏମାନେ ସାମିଲ ଥିଲେ। ସେହିପରି ଯଶୋବନ୍ତ ପରିଡ଼ା ହାତ୍ୟାକାଣ୍ଡ ମାମଲାର ଅନ୍ୟତମ ଅଭିଯୁକ୍ତ ସୁବାସ ଖୁଣ୍ଟିଆଙ୍କ ନାମରେ କାମାକ୍ଷାନଗର ଥାନାରେ ଏକ ଡିଜେଲ ଚୋରି ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

ସର୍ବସାଧାରଣରୁ ହଟିଲା ପୋଷ୍ଟର

କାମାକ୍ଷାନଗର ଏନ୍‌ଏସିରେ ଛାଇଯାଇଥିଲା ‘ଦି କିଙ୍ଗ୍‌ ଅଫ୍‌ ଫରେଷ୍ଟ’ ଲେଖାଥିବା ପୋଷ୍ଟର। ୨୦୨୩ ନବବର୍ଷର ଶୁଭେଚ୍ଛା ଜଣାଇ ହତ୍ୟା ଅଭିଯୁକ୍ତ ରାକେଶ ନାଥ ଏଗୁଡ଼ିକୁ ବିଭିନ୍ନ ସ୍ଥାନରେ ଲଗାଇଥିଲେ। ତେବେ ଉକ୍ତ ପୋଷ୍ଟର ପଛର ସତ୍ୟତା ପଦାକୁ ଆସିବା ପରେ ପୋଲିସ ସେଗୁଡ଼ିକୁ ହଟାଇବା ଆରମ୍ଭ କରିଛି। ଅଭିଯୁକ୍ତ ସୁବାସ ଖୁଣ୍ଟିଆଙ୍କୁ ନେଇ ସିନ୍‌ ରିକ୍ରିଏଶନ ସମୟରେ କାମାକ୍ଷାନଗର ବିଦ୍ୟୁତ୍‌ ବିଭାଗ ନିକଟ ରାଧାକୃଷ୍ଣ ପଡ଼ିଆ ସଂଲଗ୍ନ ପାଚେରିରେ ଲାଗିଥିବା ଏଭଳି ପୋଷ୍ଟରକୁ ବାହାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri