ଦୁର୍ଘଟଣା ଆଶଙ୍କା ବଢ଼ାଉଛି ରାସ୍ତାରେ ଗର୍ତ୍ତ

କଟକ,୨୩ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶାରେ ମୌସୁମୀ ପ୍ରବେଶ କଲାଣି। ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କଟକରେ ମଧ୍ୟ ବର୍ଷା ହୋଇଛି। ବର୍ଷା ଦିନରେ ସହରରେ ଜଳବନ୍ଦୀ ସମସ୍ୟା ବହୁ ପୁରୁଣା ହୋଇଥିବା ବେଳେ ଏବେ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେବା ଏକ ନୂଆ ସମସ୍ୟା ମୁଣ୍ଡ ଟେକିଲାଣି। ଗତବର୍ଷ ବର୍ଷା ଜଳ ପ୍ରବାହ ଯୋଗୁ ସହରର ବିଭିନ୍ନ ରାସ୍ତା ତଳ ମାଟି ଧୋଇହୋଇ ରାସ୍ତାଧସି ବିରାଟ ଗର୍ତ୍ତ ସୃଷ୍ଟ ହୋଇଥିଲା। ମୁଖ୍ୟରାସ୍ତା ସହ ବିଭିନ୍ନ ସାହି ବସ୍ତି ରାସ୍ତାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ରାସ୍ତା ଖୋଳାଯାଇ ଚାମ୍ବର କରାଯିବା ପରେ ଏହାକୁ ଠିକ୍‌ ଭାବେ ବାଲି ଦେଇ ପୋତାଯାଉ ନ ଥିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା। ଫଳରେ ଗର୍ତ୍ତ ହେବା ସ୍ଥାନରେ ଖୋଦ୍‌ କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ ଖଟିଆ ପକେଇ ସେଠାରେ ଜଗି ରହି ରାସ୍ତା ମରାମତି କାର୍ଯ୍ୟ ତଦାରଖ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ପରବର୍ତ୍ତୀ ସମୟରେ ଉକ୍ତ କାର୍ଯ୍ୟର ତଦାରଖ କରିବାକୁ କେହି ଧ୍ୟାନ ଦେଲେ ନାହିଁ। ଫଳରେ କେତେ କାର୍ଯ୍ୟ ହୋଇଛି ତା’ର ସୂଚନା କଟକ ମହାନଗର ନିଗମ(ସିଏମ୍‌ସି) ପାଖରେ ନାହିଁ। ଏବେ ପୁଣି ବର୍ଷା ଆସିଯାଇ ଥିବାରୁ ସହରବାସୀଙ୍କ ମଧ୍ୟରେ ଦୁର୍ଘଟଣାର ଆଶଙ୍କା ବଢ଼ିଲାଣି।
ମିଳିଥିବା ସୂଚନା ଅନୁସାରେ, ଗତ ବର୍ଷ ବର୍ଷା ଜଳ ପ୍ରବାହ କାରଣରୁ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେବା ଘଟଣାକୁ ନେଇ ଜନଅସନ୍ତୋଷ ଦେଖା ଦେଇଥିଲା। ଏହି ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସିଏମ୍‌ସି ପକ୍ଷରୁ ପ୍ରଥମେ ତତ୍ପରତା ପ୍ରକାଶ ପାଇଥିଲା। ଗତ ସେପ୍ଟେମ୍ବର ମାସରେ ସିଏମ୍‌ସି ପକ୍ଷରୁ ଆହୁତ ଏକ ବୈଠକରେ ରାସ୍ତା ତଳେ ଏବଂ ଏହାର ପାର୍ଶ୍ୱରେ ନିର୍ମାଣ କରାଯାଇଥିବା ଚାମ୍ବରଗୁଡିକର ସ୍ଥିତି ସମ୍ପର୍କରେ ୭ଦିନ ମଧ୍ୟରେ ଜଣାଇବାକୁ ଜାଇକା କର୍ତ୍ତୃପକ୍ଷଙ୍କୁ ମେୟର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆଗାମୀ ଦିନରେ ଯେଉଁ ସ୍ଥାନରେ କୂପ ବା ଚାମ୍ବର ନିର୍ମାଣ କରାଯିବ ସେଠାରେ ଇଞ୍ଜିନିୟର ଉପସ୍ଥିତ ରହିବେ। ବିନା ଇଞ୍ଜିନିୟରରେ କୌଣସି ଠିକାଦାର କାର୍ଯ୍ୟ କରିପାରିବେ ନାହିଁ ବୋଲି କଡ଼ା ତାଗିଦ୍‌ ହୋଇଥିଲା। ଏପରି କି ଏଥିରେ ଖିଲାପ ହେଲେ କଠୋର ପଦକ୍ଷେପ ନିଆଯିବ ବୋଲି ମେୟର କହିଥିଲେ। ହେଲେ ଗତ ମୌସୁମୀ ଯାଇ ଆଉ ଏକ ମୌସୁମୀ ଆସିଲାଣି, ହେଲେ ଭୂତଳ ଚାମ୍ବରଗୁଡ଼ିକର ସ୍ଥିତି କ’ଣ, ଜାଇକା କର୍ତ୍ତୃପକ୍ଷ କ’ଣ ରିପୋର୍ଟ ପ୍ରଦାନ କରିଲେ ତାହା ଲୋକଲୋଚନକୁ ଆସିପାରିଲା ନାହିଁ। ସ୍ଥାନୀୟ ବାସିନ୍ଦା ପ୍ରସନ୍ନଜିତ ସାହୁଙ୍କ କହିବା ହେଲା ସହରର ଉନ୍ନତୀକରଣ ପାଇଁ ସବୁ ଯୋଜନା ହେଉଛି। ହେଲେ ତାହା ଠିକ୍‌ଭାବରେ କାର୍ଯ୍ୟ କରୁନି। ରିଂ ବନ୍ଧରେ ଅନେକ ସ୍ଥାନରେ ରାସ୍ତା ଦବୁଛି। ସହରର ସବୁଆଡେ ସ୍ବେରେଜ କାର୍ଯ୍ୟ ଚାଲିଛି। ଗତବର୍ଷ ବର୍ଷାରେ ଯେଉଁ ଗର୍ତ୍ତ ସ୍ଥିତି ଉପୁଜିଥିଲା ତାହା ଆମେ ସବୁ ଦେଖିଛୁ। ଚଳିତବର୍ଷ ବର୍ଷା ଦିନ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ହେଲେ ଏନେଇ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁନି। ଫଳରେ ରାସ୍ତାରେ ସୁରକ୍ଷିତ ଯାତାୟାତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସାହୁ କହିଛନ୍ତି।
ତେବେ ଏନେଇ ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, ଗତବର୍ଷ ଘଟିଥିବା ଘଟଣା ଚଳିତ ବର୍ଷ ପୁନରାବୃତ୍ତି ହେବାର ସମ୍ଭାବନା ରହିଛି। କାରଣ ସହରରେ ୫ହଜାରରୁ ଊର୍ଦ୍ଧ୍ୱ ସ୍ବେରେଜ କରାଯାଇଛି। ତେବେ ଏନେଇ ସିଏମ୍‌ସି ପକ୍ଷରୁ ଗୁରୁତର ସହ ପଦକ୍ଷେପ ନିଆଯାଉଛି। ତୁରନ୍ତ ମରାମତି କରିବାର ବ୍ୟବସ୍ଥା କରାଯଉଛି। ରାଜାବଗିଚା ଅଞ୍ଚଳରେ ୫୦ ବର୍ଷ ପୂର୍ବରୁ ସ୍ବେରେଜ କରାଯାଇଥିଲା। ତାହା ବର୍ତ୍ତମାନ ଦବିବାରେ ଲାଗିଛି। ପ୍ରଥମେ ସେଠାରୁ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏହିପରି ଭାବରେ ସହରର ସବୁ ସ୍ଥାନରେ ମଧ୍ୟ ମରାମତି କାର୍ଯ୍ୟ ହେବ ବୋଲି ମେୟର ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri