ବର୍ଷାରେ ସହରତଳି ଅଞ୍ଚଳ ଜଳମଗ୍ନ

କଟକ,୨୩ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ଯୋଗୁ  କଟକ ସହରର ଅଧିକାଂଶ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷକରି ନୂଆ ରାଉସାପାଟଣା, ମକରବାଗ ସାହି, ସୂତାହାଟ, ଖ୍ରୀଷ୍ଟିଆନ୍‌ ଲେନ୍‌ ଆଦି ଅଞ୍ଚଳ ରାସ୍ତାରେ ବର୍ଷାପାଣି ଜମିଥିବା ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ବର୍ଷା ଆସିଲେ ଉକ୍ତ ଅଞ୍ଚଳ ଜଳମଗ୍ନ ହୋଇଥାଏ। ଏହାବାଦ ଅନେକ ସ୍ଥାନରେ ପାଣି ଜମି ରହିଥାଏ। ଦୀର୍ଘବର୍ଷ ଧରି ଏହି ସମସ୍ୟା ଦେଖାଦେଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ଏ ନେଇ ନୂଆ ରାଉସାପାଟଣା ବାସିନ୍ଦା ବିନୋଦ ବେହେରା କହିଛନ୍ତି, ପ୍ରତିବର୍ଷ ଜଳବନ୍ଦୀ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି। କାଳବୈଶାଖୀ ବର୍ଷାରେ ଏହି ଅଞ୍ଚଳ ଜଳମଗ୍ନ ହୋଇଥାଏ। ତେବେ ବର୍ଷାଦିନେ ସ୍ଥିତି କିଭଳି ରହୁଥିବ ତାହା ସହଜରେ ଅନୁମେୟ କରିହେବ। ଚଳିତବର୍ଷ ମଧ୍ୟ ସମାନ ସ୍ଥିତି ଭେଗିବାକୁ ପଡିବ ବୋଲି ଆଶଙ୍କା କରାଯାଉଛି। ସେହିପରି ଖ୍ରୀଷ୍ଟିଆନ ସାହିର ମନୋଜ ଦାସ କହିଛନ୍ତି, ବର୍ଷାଦିନେ ରାସ୍ତାରେ ଆଣ୍ଠୁଏ ଉଚ୍ଚତାର ପାଣି ଜମିବାରୁ ଯାତାୟତରେ ସମସ୍ୟା ହୋଇଥାଏ। ଏପରି ଘରେ ପାଣି ପଶିବାରୁ ଏକ ପ୍ରକାରର ଜଳବନ୍ଦୀ ଅବସ୍ଥାରେ ରହିଥାଉ। ସମସ୍ୟା ସମ୍ପର୍କରେ ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, ବର୍ଷା ପାଇଁ ସିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟ ଡ୍ରେନ୍‌ଗୁଡିକ କାର୍ଯ୍ୟ ଜାରି ରହିଛି। ସେଥିପାଇଁ କିଛି ସ୍ଥାନରେ ଜଳ ନିଷ୍କାସନ ହେବାରେ ସମସ୍ୟା ଦେଖାଦେଉଛି। ହେଲେ ଏଥିପାଇଁ ପମ୍ପ ବ୍ୟବସ୍ଥା କରାଯାଇଛି। ପୂର୍ବ ଭଳି ଚଳିତବର୍ଷ ସେଭଳି ସ୍ଥିତି ଉପୁଯିବ ନାହିଁ ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri