କାମରେ ଆସୁନି ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ

ବେଗୁନିଆ,୨୩ା୬(ହର ପ୍ରସନ୍ନ ପଣ୍ଡା): ଆଉ ଦିନ କେଇଟା ପରେ ଜୁନ୍‌ ମାସ ସରିବାକୁ ଥିବା ବେଳେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ଖରିଫ୍‌ ଚାଷ କାର୍ଯ୍ୟ ଆଗେଇ ପାରୁନି। କଁା ଭଁା ଜମିରେ ଚାଷୀ ବିହନ ବୁଣି ଚାଷକାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଗଜା ହେଉନାହିଁ। ବିଳମ୍ବ ମୌସୁମୀ ପ୍ରବାହ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଅନ୍ୟପଟେ ବ୍ଲକ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା କାର୍ଯ୍ୟରେ ଆସୁନ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ଚାଷୀମାନେ କହିଛନ୍ତି।
ସୂଚନାଥାଉ କି, ବେଗୁନିଆ ବ୍ଲକର ୮୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ମୁଖ୍ୟ ଫସଲ ହେଲା ଧାନ। ତେବେ ଝଡ଼ତୋଫାନ, ଅଦିନିଆ ବର୍ଷା ତ’ ଆଉ କେତେବେଳେ ନିଅଣ୍ଟିଆ ବର୍ଷା ଯୋଗୁ ଫସଲ ହାନି ହେଉଛି। ଚଳିତବର୍ଷ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ମୌସୁମୀ ଆସିବାରେ ବିଳମ୍ବ ଯୋଗୁ ଜୁନରେ ନିଅଣ୍ଟିଆ ବର୍ଷା ହୋଇଥିବା ଆକଳନ କରାଯାଇଛି। ଫଳରେ ଚାଷ କାର୍ଯ୍ୟ ଆଗେଇ ପାରିନାହିଁ। ଅକ୍ଷୟ ତୃତୀୟା ପରେ ଖରିଫ୍‌ ଧାନ ଚାଷ ପାଇଁ ଚାଷୀମାନେ ପ୍ରସ୍ତୁତି ଆରମ୍ଭ କରିଥିଲେ। ମୌସୁମୀ ଆସିବ ବୋଲି ଜମିରେ ଧାନ ବିହନ ବୁଣି ଚାଷକାର୍ଯ୍ୟ ତ୍ୱରାନ୍ବିତ କରିଥିଲେ। ଆଉ କେତେକ ଜମିରେ ମାଟିର ପାଗ ଦେଖି ଧାନ ବିହନ ତଳି ପକାଇଥିଲେ। ତେବେ ନିଅଣ୍ଟିଆ ବର୍ଷା ଯୋଗୁ କେତେକ ସ୍ଥାନରେ ଗଜା ମରୁଡି ହୋଇଯାଇଥିବା ବେଳେ କେତେକ ଚାଷୀଙ୍କ ବିହନ ଗଜା ହୋଇନାହିଁ। ତେବେ ସଅଳ କିସମ ଧାନ ତଳିର କାର୍ଯ୍ୟ ସମୟ ଗଡିଯାଉଥିବା ବେଳେ ମଧ୍ୟମ କିସମ ଧାନ ତଳି କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ଚାଷୀମାନେ କହିଛନ୍ତି। ସାର କିସମ ଧାନ ସ୍ବର୍ଣ୍ଣମସୁରୀ, ସୂର୍ଯ୍ୟମୁଖୀ, ଲଘୁଭୁତିଆ ଆଦି ଧାନର ତଳି ରୁଆ ପୋତା ପାଇଁ ଚାଷୀ ଅପେକ୍ଷା କରି ବସିଥିବା ବେଳେ ଜମି ସୁଖିଲା ପଡ଼ିଛି। ଫଳରେ ସମ୍ଭାବ୍ୟ ମରୁଡ଼ି ଆଶଙ୍କା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପକ୍ଷରେ ଜମିରେ ପାଣି ମଡାଇବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁସ୍ଥାନରେ ଜଳସେଚନ ପ୍ରକଳ୍ପ ରହିଛି ତାହା କାର୍ଯ୍ୟରେ ଆସୁନାହିଁ। ପ୍ରକଳ୍ପ କେଉଁଠି ଭାଙ୍ଗିରୁଜି ଗଲାଣି ତ’ ଆଉ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ଜଳ ସଞ୍ଚୟ ହୋଇପାରୁନି। ଏଥିପାଇଁ ପ୍ରଶାସନ, ଜଳସେଚନ ବିଭାଗ ଓ ଜନପ୍ରତିନିଧିଙ୍କୁ ଚାଷୀମାନେ ଦାୟୀ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି ବୋଲି ଚାଷୀ ବିଭୁପ୍ରସାଦ ପଣ୍ଡା, ରବୀନ୍ଦ୍ର ବେହେରା, ପରମାନନ୍ଦ ସାହୁ ପ୍ରମୁଖ କହିଛନ୍ତି। ସରକାରୀ ନିୟମାନୁସାରେ ବ୍ଲକ ଅଞ୍ଚଳରେ ୩୩ପ୍ରତିଶତ ଜଳସେଚନ ବ୍ୟବସ୍ଥା ରହିବାକୁ ଥିବା ବେଳେ ଏହି ବ୍ଲକ ଅଞ୍ଚଳରେ ୧୨ପ୍ରତିଶତ ଜଳସେଚନ ବ୍ୟବସ୍ଥା କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri