ଆମ ଜିଲା ଖବର

ଫଡି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଅମରପାଲି,୨୧ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର କେନ୍ଦୁପତ୍ର ରେଞ୍ଜ ଅଧୀନ ବଡବର୍ଡାକଟା କେନ୍ଦୁପତ୍ର ଫଡି ଘରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଉକ୍ତ କେନ୍ଦୁପତ୍ର ଫଡିରେ ଥିବା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି। ରବିବାର…

ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ସମ୍ବଲପୁର,୨୧ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲିଥାନା ସୁନାପାଲି ଗଅନ୍ତିଆପଡାରେ ଏକ ଘରୁ ମା’ ସାଜିଆ ପରବିନ ଏବଂ ତାଙ୍କ ଦୁଇ ପୁଅଙ୍କ ହତ୍ୟା ଘଟଣାରେ ରବିବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଉତ୍ତର ପ୍ରଦେଶ ବଲରାମପୁର ନଗର କଟୱାଲିର…

ମହିଳା ଏଏସ୍‌ଆଇଙ୍କୁ ହତ୍ୟା ଉଦ୍ୟମ, ଗିରଫ ହେଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୨୧ା୫: ଜଣେ ମହିଳା ଏଏସ୍‌ଆଇଙ୍କୁ ନିର୍ଯାତନା ଦେବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ବଡ଼ବଜାର ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଶ୍ରୀରାମନଗର ତୃତୀୟ ଲାଇନର ରମେଶ ଚନ୍ଦ୍ର ସାହୁ (୪୭)। ଏନେଇ ପୋଲିସ…

ଯାତ୍ରୀଙ୍କୁ ମିଳୁନି ବସ୍‌ ଟିକେଟ, ପଥହୁଡ଼ି ଭୋଗୁଛନ୍ତି ହୀନସ୍ତା

ଆନନ୍ଦପୁର,୨୧ା୫(ସ୍ବ.ପ୍ର.): ୫୩ ନଂ ରାଜ୍ୟ ରାଜପଥ ଆନନ୍ଦପୁର ବ୍ରିଜଛକ ନିକଟରେ ଜଣେ ଯାତ୍ରୀ ପଥହୁଡ଼ି କ୍ୟାବିନ ତଳେ ଆଶ୍ରୟ ନେବା ଭଳି ଘଟଣା ଚର୍ଚ୍ଚାକୁ ଆସିଛି। ଯାତ୍ରୀଙ୍କୁ ସମସ୍ତ ଘଟଣା ସମ୍ପର୍କରେ ପଚରାଯିବା ପରେ ବସର କଣ୍ଡକ୍ଟର ତାଙ୍କ ପାଖରୁ ଦୁଇ…

ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଖରା ଗରମ ହେଉଛି। ଅସହ୍ୟ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ତେବେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ଅତାବିରାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌

ସରଣ୍ଡା,୨୧ା୫(ଡି.ଏନ୍‌.ଏ.): ଛତିଶଗଡ଼ ପରେ ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ ପହଞ୍ଚିଛନ୍ତି। ଏହି ଟିମ୍‌ ଜଳବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି ଟିମ୍‌ରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଛନ୍ତି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ…

ସ୍ଲୋଗାନରେ ସୀମିତ ସ୍ବଚ୍ଛତା ଅଭିଯାନ

ରାଉରକେଲା ଅଫିସ,୨୧।୫: ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ତେବେ ଏହି ଅଭିଯାନ କାନ୍ଥରେ ଚିତ୍ର ଅଙ୍କା ଏବଂ ସ୍ଲୋଗାନ ଲେଖା ମଧ୍ୟରେ ସୀମିତ ରହିଯାଇଛି। ସହର ସାରା କୁଢ କୁଢ ଅଳିଆ ଆବର୍ଜନା ପଡିରହୁଥିବା…

ବିପର୍ଯ୍ୟସ୍ତ ଆମ୍ବୁଲାନ୍ସ ସେବା, ରୋଗୀ ହଟହଟା

ଲୋଇସିଂହା,୨୧।୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିରହିଛି। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଟଣା ଉପଖଣ୍ଡର ଏକ ପୁରୁଣା ଆମ୍ବୁଲାନ୍ସ (ଓଡି୦୩ଏନ୭୪୧୩)କୁ ଏଠାରେ ଯୋଗାଇ ଦିଆଯାଇଛି। ଉକ୍ତ…

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀ ସାଜିଛନ୍ତି ଦାଦନ ଶ୍ରମିକ

ନୂଆପଡା ଅଫିସ,୨୧ା୫: ନୂଆପଡ଼ା ଜିଲାରେ ଚାଷୀଙ୍କ ଉନ୍ନତି ପାଇଁ କୋମନା ବ୍ଲକ ଅନ୍ତର୍ଗତ ଜଟଗଡ଼ ପଞ୍ଚାୟତ ସାହଜଟ-ବାଲିପାଟି ଗ୍ରାମରେ ଭୃଷି ଡୋଙ୍ଗରୀ, ଭାଲୁ ଡୋଙ୍ଗରୀ, ସିରିଆଲ ଖୋଲ ଡୋଙ୍ଗରୀ ମଧ୍ୟ ଭାଗରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ଏହି…

ଲାଞ୍ଚ ନେଇ ଧରାପଡ଼ିଲେ କିରାଣି

ସୋନପୁର,୨୧ା୫(ନି.ପ୍ର.): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହାରୀ ପୋଢ଼। ଏରିଅର ବିଲ୍‌ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି।…

କୂଳ ଖାଇ ଚାଲିଛି ମହାନଦୀ

ବୌଦ୍ଧ,୨୧ା୫(ସ୍ବ.ପ୍ର.): ବୌଦ୍ଧ ଜିଲାରେ ଚିରସ୍ରୋତା ମହାନଦୀ ଜିଲାର ମନମୁଣ୍ଡାଠାରୁ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ପ୍ରାୟ ୧୨୦ କିମି ପର୍ଯ୍ୟନ୍ତ ପ୍ରବାହିତ ହୋଇଛି। ମହାନଦୀ କୂଳରେ ୨୦୦ରୁ ଅଧିକ ଗ୍ରାମ ଥିବା ବେଳେ ୧୦ ହଜାରରୁ ଊର୍ଦ୍ଧ୍ୱ ପରିବାର ଘର କରି…

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୩୨ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ୩ ଅଟକ

ପାଟଣା,୨୧।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରୁ ଶନିବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଟ୍ରକ୍‌କୁ ତୁରୁମୁଙ୍ଗା ପୋଲିସଜବତ କରିଛି। ଉକ୍ତ ଟ୍ରକ୍‌ରେ ଦୟନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?