ବଉଳା କୁମ୍ଭୀର ସାଜିଛି ନରହନ୍ତା

ରାଜନଗର,୩୦ା୬(ଭାସ୍କର ରାଉତରାୟ): ପ୍ରକୃତିରାଣୀ ଭିତରକନିକାର ସୌନ୍ଦର୍ଯ୍ୟ, ଅପରୂପ ବିଭବ, ଧଳା ଶଙ୍ଖୁଆ କୁମ୍ଭୀର, ଦେଶ ବିଦେଶରୁ ଆସୁଥିବା ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି, ବିରଳ ହେନ୍ତାଳ ଜାତୀୟ ଉଦ୍ୟାନରେ ଥିବା ମ୍ୟୁଜିୟମ, ବିଶ୍ୱର ସବୁଠୁ ବିଶାଳକାୟ ବଉଳା କୁମ୍ଭୀରର ସ୍କେଲିଟନ,  ଅସଂଖ୍ୟ ହରିଣ ପ୍ରଭୃତିଙ୍କୁ ଉପଭୋଗ କରିବାକୁ ବିଶ୍ୱର କୋଣ ଅନୁକୋଣରୁ  ପ୍ରକୃତିପ୍ରେମୀ, ଗବେଷକ, ପର୍ଯ୍ୟଟକ ଆସିଥାନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ପାଦ ଛୁଇଁବା କ୍ଷଣି ମଣିଷ ପ୍ରକୃତିସ୍ଥ ହୋଇଯାଏ। ୭୦ ଦଶକରୁ ଆବଦ୍ଧ ପୁଷ୍କରିଣୀରେ ନିଃସଙ୍ଗତା ଭିତରେ ଯୌବନର ଅପରାହ୍ନରେ ପାଦ ଥାପି ସାରିଥିବା ଗୋରୀ, ମଲ୍ଲୀ, ଶ୍ୱେତା ଏବେ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ବିଡ଼ମ୍ବନାର ବିଷୟ, ଚଳିତ ମାସକ ଭିତରେ ଭିତରକନିକା ଜାତୀୟ ଉଦ୍ୟାନର ସୀମା ସରହଦରେ ଜାତୀୟ ଉଦ୍ୟାନକୁ ସଂଯୋଗ କରୁଥିବା ନଦୀନାଳରେ ଏବେ ବଉଳା କୁମ୍ଭୀର ଅବାଧ ପ୍ରବେଶ କରି ବ୍ରାହ୍ମଣୀ ନଦୀକୂଳ ନିମପୁର ଗ୍ରାମର ୧୦ ବର୍ଷର ନିଷ୍ପାପ ଆଶୁତୋଷ, ରାଜନଗର ବ୍ଲକ ହାତିଆଗଡି ଗ୍ରାମର ବାସନ ମାଜୁଥିବା ସୀତାରାଣୀ ଏବଂ କେନ୍ଦ୍ରପଡ଼ାର  ଗଙ୍ଗାଧର ତରାଇକୁ ଉଗ୍ରମୁଖା ବଉଳା କୁମ୍ଭୀର ଝାମ୍ପିନେଇ ମାରି ଦେଇଛି। ଗୁରୁବାର ଏହି ଦୁର୍ଭାଗ୍ୟଜନକ ଘଟଣାକୁ ସବୁ ମହଲରେ କ୍ଷୋଭ ପ୍ରକାଶ କରାଯାଇଛି। ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ, ବାପକୁ ହରାଇ ଥିବା ସନ୍ତାନମାନଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ସ୍ପର୍ଶକାତର ଘଟଣାରେ ରାଜନଗର ବନ ବିଭାଗ ଏବଂ ପ୍ରଶାସନିକ ଅଧିକାରୀ ଖିଆଲି ମନୋଭାବକୁ ନାପସନ୍ଦ କରି ନଦୀକୂଳିଆ ଗାଁର ଲୋକଙ୍କ ନିଦ ଦିନକୁଦିନ ବଉଳା କୁମ୍ଭୀର ହଜାଇ ଦେଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବାସ୍ତବିକ ବଉଳା କୁମ୍ଭୀର ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବା ଯୋଗୁ ସେମାନଙ୍କ ପାଇଁ ସୀମିତ ବାସସ୍ଥାନ, ଭିତରକନିକା ନଦୀ ନାଳ ପାଖରେ ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ ଏବଂ ଏଥିରେ ପ୍ରୟୋଗ କରାଯାଉଥିବା ରାସାୟନିକ ପଦାର୍ଥ ନଦୀରେ ମିଶିବା ଦ୍ୱାରା ସେମାନଙ୍କ ଖାଦ୍ୟ ନଷ୍ଟହେବା ଏବଂ ଟ୍ରଲର ବୋଟ ନଦୀନାଳରେ ଦ୍ରୁତଗତିରେ ଚାଲିବା ଯୋଗୁଁ ସେମାନେ ଏବେ ନିଜ ବାସସ୍ଥାନ ଛାଡି ଅନ୍ୟତ୍ର ଚାଲିଯାଉଛନ୍ତି। ଏହାଦ୍ୱାରା ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା ସମେତ ୭ଟି ଉପନଦୀରେ ବଉଳା କୁମ୍ଭୀରମାନେ ପ୍ରବେଶ କରି ନରହନ୍ତା ସାଜିଛନ୍ତି।
ସବୁଠୁ ସମ୍ବେଦନଶୀଳ ଘଟଣାଟି ହେଉଛି ଗୋଟିଏ ମାସ ଭିତରେ କେଉଁଠି ମା’ କୋଳରୁ ପୁଅକୁ ନେଇଯାଉଛି ତ, କେଉଁଠାରେ ପୁଅ ସାମ୍ନାରେ ମା’କୁ ଟାଣି ନେଇ ଯାଉଛି ବଉଳା କୁମ୍ଭୀର। ବାସ୍ତବିକ ମଣିଷ-କୁମ୍ଭୀର ଲଢେଇର ଶେଷ ଯବନିକା କେବେ ଏହାକୁ ନେଇ ନଦୀକୂଳିଆ ଲୋକମାନେ ସନ୍ତ୍ରସ୍ଥ ଭିତରେ ସେହି ଦିନକୁ ଅପେକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ୧୯୭୫ରେ ଆମେରିକା ୱାଶିଂଟନ ସହର ଡିସିଠାରେ ବିଶ୍ୱସ୍ତରୀୟ ପ୍ରାଣୀ ବୈଜ୍ଞାନିକମାନଙ୍କ କର୍ମଶାଳାରେ ଭିତରକନିକାର ଜୈବ ବିବିଧତା, ଆର୍ଦ୍ରଭୂମିର ସନ୍ତୁଳନ କ୍ଷେତ୍ରରେ ବଉଳା କୁମ୍ଭୀରର ଅବଦାନ ଏବଂ ସେମାନଙ୍କର ସହାବସ୍ଥାନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇ ବିଲୁପ୍ତ ପ୍ରାୟ ବଉଳା କୁମ୍ଭୀରମାନଙ୍କର ସଂରକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତିକ୍ରମେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ. ଏଚ୍‌. ଆର. ବଷ୍ଟାର୍ଡଙ୍କୁ ଭିତରକନିକା ପଠାଯାଇଥିଲା। ଡ. ବଷ୍ଟାର୍ଡ ଭିତରକନିକାର ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ବିମୋହିତ ହୋଇଯାଇଥିଲେ। ସେ ବିଶ୍ୱର ସର୍ବପ୍ରଥମ କ୍ରୋକୋଡାଏଲ ବ୍ରିଡିଂ ସେଣ୍ଟର ସ୍ଥାପନ କରିଥିଲେ। ସେବେଠାରୁ ବଉଳା କୁମ୍ଭୀରମାନଙ୍କର ସଂଖ୍ୟାବୃଦ୍ଧି ପାଇବାରେ ଲାଗିଛି। ରାଜନଗର ବନ ବିଭାଗ ପକ୍ଷରୁ କୁମ୍ଭୀର ପ୍ରଜନନ ସମୟରେ ନଦୀକୂଳିଆ ଲୋକମାନେ ସଜାଗ ରହିବାକୁ ଯେଉଁ ପରିମାଣରେ ଜନସଚେତନତା ବାର୍ତ୍ତା ବାଣ୍ଟିବା କଥା, ତାହା ହୋଇ ପାରୁ ନ ଥିବାରୁ ସାଧାରଣ ଲୋକଙ୍କ ଅମୂଲ୍ୟ ଜୀବନ ବଉଳା କୁମ୍ଭୀରଙ୍କ ମୁହଁରେ ଚାଲିଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?