ସୁନାବେଶ ଦେଖିଲେ ୧୧୦ ବର୍ଷୀୟା ମହିଳା

ପୁରୀ,୩୦ା୬(ଅଜିତ୍‌ ମହାନ୍ତି): ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ଅବସରରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଲକ୍ଷାଧିକ ଭକ୍ତଙ୍କ ମଧ୍ୟରେ ଥିଲେ ଜଣେ ଶତାୟୁ ମହିଳା ଭକ୍ତ। ଉକ୍ତ ମହିଳାଙ୍କୁ ୧୧୦ ବର୍ଷ ହୋଇଥିବା ବେଳେ ଠିକ୍‌ ଭାବେ ଚାଲିପାରୁ ନ ଥାନ୍ତି। ତାଙ୍କ ପୁଅ ତାଙ୍କୁ ଧରି ପୁରୀରେ ପହଞ୍ଚତ୍ବା ପରେ ପୁରୀ ରେଳ ଷ୍ଟେଶନଠାରୁ ତାଙ୍କୁ ଅଟୋରେ ବଡ଼ଦାଣ୍ଡ ଯାଏଁ ଆଣିଥିଲେ। ପରେ ସେଚ୍ଛାସେବୀମାନେ ତାଙ୍କୁ ହାତରେ ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ବେଶ୍‌ ଖୁସିଥିବା ସୁନ୍ଦରମଣି ରାଓ କହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ନୂଆ ଜୀବନ ପାଇଥିବା ସେ କହିଛନ୍ତି।
ଆଶାବାଡ଼ି ସହାୟତାରେ ଯାଜପୁରରୁ ପୁରୀ
ମହାପ୍ରଭୁଙ୍କୁ ଦୁଲ୍ଲର୍ଭ ସୁନାବେଶ ଦେଖିବାକୁ କାହିଁ କେଉଁ ଦୂରରୁ ଭକ୍ତ ଶ୍ରୀକ୍ଷେତ୍ରକୁ ଧାଇଁଆସେ। ଏହି ମଧ୍ୟରେ ଭକ୍ତଙ୍କ ଜନ ସମୁଦ୍ରକୁ ଖାତିର ନ କରି ଜଣେ ଦିବ୍ୟାଙ୍ଗ ଭକ୍ତ କାଳିଆ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆଶା ବାଡି ସାହାଯ୍ୟରେ ଯାଜପୁର ଜିଲା କୋରେଇ ଅଞ୍ଚଳରୁ ଶ୍ରୀକ୍ଷେତ୍ରକୁ ଆସିଥିଲେ। ମହାପ୍ରଭୁଙ୍କୁ ସୁନାବେଶରେ ଦେଖି କଷ୍ଟ ଲାଘବ ହୋଇଥିବା କହିଥିଲେ। ତେବେ ସେ ଜନ୍ମରୁ ଭଲ ଥିବାବେଳେ ତାଙ୍କ ଗୋଡ ଖରାପ ହେବାରୁ ୧୯୮୦ ମସିହାରେ ଗୋଡ କଟା ହୋଇଥିଲା। ତେବେ ସେହିଦିନଠାରୁ ସେ ତାଙ୍କର ଆଶାବାଡିକୁ ଭରସା କରି ପ୍ରତିବର୍ଷ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପୁରୀ ଆସନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ଫେରନ୍ତି।
ଛାତରେ ଚଢ଼ି ସୁନାବେଶ ଦେଖିଲେ
ମହାପ୍ରଭୁଙ୍କ ସୁନାବେଶ ଦିନ ପୁରୀ ଅସଂଖ୍ୟ ଭକ୍ତଙ୍କ ଭିଡ଼ ରହିଥିବା ବେଳେ ଅନେକ ଶ୍ରଦ୍ଧାଳୁ ଗହଳିକୁ ଯାଇପାରି ନ ଥିଲେ। ପୋଲିସ ମଧ୍ୟ କିଛି ଜଣଙ୍କୁ ରଥ ନିକଟକୁ ଛାଡି ନ ଥିଲା। ଫଳରେ ଶହ ଶହ ଭକ୍ତ କାକୁଡି ଖାଇ ଛକ ନିକଟରେ ଥିବା ଛାତ ଏବଂ ଉଚ୍ଚା ସ୍ଥାନରେ ଠିଆ ହୋଇ ମହାପ୍ରଭୁଙ୍କ ଦୁଲ୍ଲର୍ଭ ସୁନାବେଶକୁ ଦର୍ଶନ କରି ଆଶିଷ ନେଇଥିଲେ।
ଶ୍ରୀପୟର, ଶ୍ରୀଭୁଜ ଦର୍ଶନରୁ ବଞ୍ଚତ୍ତ ଭକ୍ତ
ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବା ପାଇଁ ଗୁରୁବାର ଲକ୍ଷାଧିକ ଭକ୍ତ ପୁରୀ ଆସିଥିଲେ। ହେଲେ ସୁନାବେଶ ପରେ ସେବକମାନେ ମହାପ୍ରଭୁଙ୍କ ସମ୍ମୁଖରେ ବସିବା ସହ ଅନେକ ସମୟରେ ମହାପ୍ରଭୁଙ୍କୁ ବେଢି ରହିଥିଲେ। ଫଳରେ ଅଧିକାଂଶ ସମୟ ଭକ୍ତମାନେ ଶ୍ରୀବିଗ୍ରହମାନଙ୍କ ଶ୍ରୀପୟର ଏବଂ ଶ୍ରୀଭୂଜ ଦର୍ଶନ କରିବାରୁ ବଞ୍ଚତ୍ତ ହୋଇଥିଲେ। ଫଳରେ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କକ୍ରୋଚ ଜନତା ପାର୍ଟି’, ପରେ ‘ପିମ୍ପୁଡ଼ି ଜନତା ପାର୍ଟି’ ନୂଆ ଦଳ ଗଠନ କଲେ ପୂର୍ବତନ ଭାଜପା ନେତା

ମେରଠ,୭।୬: ମେରଠରେ ଏକ ନୂଆ ରାଜନୈତିକ ଦଳ ଗଠନ ଘୋଷଣା କରାଯାଇଛି। ପୂର୍ବତନ ଭାଜପା ନେତା ଅନୁପ ରାଘବ ‘ଚିଣ୍ଟିି ଜନତା ପାର୍ଟି’ ନାମରେ ଏକ ସଂଗଠନ…

ଲଣ୍ଡା ହୋଇ ଶପଥ ନେଲେ…ଗ୍ରାମବାସୀ କହିଲେ ଆମେ ଆଉ ମଦ ପିଇବୁନି

ଆନନ୍ଦପୁର,୭ା୬(ସୁଶାନ୍ତ କୁମାର ସାହୁ ): ମଦ ପରିତ୍ୟାଗ କରି ୧୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ଲଣ୍ଡା ହେବା ସହ ନଦୀରେ ବୁଡ଼ ପକାଇଛନ୍ତି ଏବଂ ଠାକୁରଙ୍କ ପାଖରେ ଶପଥ…

ଜଳୁଛି ଲକ୍ଷ୍ମୀପୁର… ଆଦିବାସୀ ଯୁବକଙ୍କୁ ଛୁରାମାଡ଼ ଘଟଣା, ଗିରଫ ଦାବିରେ ଦୋକାନ ଭାଙ୍ଗିଲେ ଆଦିବାସୀ

ଲକ୍ଷ୍ମୀପୁର,୭।୬(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ କୌଣସି ଏକ ଘଟଣାକୁ ନେଇ ବଡ଼ ଶଙ୍ଖା ଗ୍ରାମରେ ଜଣେ ଆଦିବାସୀ ଯୁବକକୁ ଲକ୍ଷ୍ମୀପୁରର…

ଦାରିଙ୍ଗବାଡ଼ିର ୩ ବିଦ୍ୟାଳୟରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଶିକ୍ଷାର ବ୍ୟବସ୍ଥାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ। ରବିବାର କନ୍ଧମାଳ…

ବଡ଼ ହଲଚଲ! TMCରେ ଫାଟ ଭିତରେ ଦିଲ୍ଲୀ ଗସ୍ତ କଲେ ମମତା, ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି

କୋଲକାତା,୭।୬: ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ବ୍ଲକ୍‌ର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଯୋଗଦେବା ପାଇଁ ଟିଏମ୍‌ସି ସୁପ୍ରିମୋ ମମତା…

ଭାଜପା ଛାଡିବା ପରେ ନୂଆ ଆନ୍ଦୋଳନ ଆରମ୍ଭ କଲେ ଆନ୍ନାମଲାଇ, ଆଖି ପିଛୁଳାକେ ଯୋଡି ହେଲେ ୧୫ ଲକ୍ଷରୁ ଅଧିକ ସଦସ୍ୟ

ନୂଆଦିଲ୍ଲୀ,୭।୬: ତାମିଲନାଡୁର ପୂର୍ବତନ ଭାଜପା ଅଧ୍ୟକ୍ଷ କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେବାର କିଛି ଦିନ ପରେ ଏକ ନୂତନ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି…

ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ…

ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଗୁଳି ମାରିଦେଲେ ସ୍ବାମୀ, ପୁଅ ହସ୍ତକ୍ଷେପ କରିବାରୁ ତାଙ୍କୁ ବି ଛାଡିଲେନି

ନୂଆଦିଲ୍ଲୀ,୭।୬: ଗୁରୁଗ୍ରାମର ଅଶୋକ ବିହାର କଲୋନୀରେ ଜଣେ ୫୦ବର୍ଷୀୟ ସୁରକ୍ଷା ଅଧିକାରୀ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା କରିଛନ୍ତି । ଘରୋଇ ବିବାଦ ପରେ, ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri