ଖରସ୍ରୋତା ନଦୀବନ୍ଧ କାର୍ଯ୍ୟରେ ଅନିୟମିତତା

ପ୍ରୀତିପୁର,୩୦ା୬(ସୁଶାନ୍ତ ବେହୁରିଆ): ସରକାର ପ୍ରତ୍ୟେକ ବର୍ଷ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ନିମନ୍ତେ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ କାର୍ଯ୍ୟଗୁଡ଼ିକରେ ବ୍ୟାପକ ଅନିୟମିତତା ହେଉଛି। ଫଳରେ ଏହାର ସ୍ଥାୟିତ୍ୱ ପ୍ରତି ସନ୍ଦେହ ସୃଷ୍ଟି ହେଉଛି, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଧୀନ ଖରସ୍ରୋତା ନଦୀର ବାମପାର୍ଶ୍ୱ ବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟରେ। ନାବାର୍ଡ ସହାୟତାରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଏବଂ ଜଳ ସମ୍ପଦ ବିଭାଗ ପକ୍ଷରୁ କରାଯାଉଥିବା ଉକ୍ତ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।
ବିନା ସୂଚନା ଫଳକରେ ଏହି କାର୍ଯ୍ୟ ଚାଲିଛି। ବିଭାଗୀୟ ଅଧିକାରୀ ମଧ୍ୟ ଏହାର ତଦାରଖ କରିବାକୁ ଆସୁନାହାନ୍ତି। ଫଳରେ ଠିକାଦାର ନିଜ ମର୍ଜିରେ କାର୍ଯ୍ୟ କରୁଛନ୍ତି। ଏଥିସହିତ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି। ବିଞ୍ଝାରପୁର ଜଳ ସମ୍ପଦ ବିଭାଗ, ବ୍ଲକ ଓ ତହସିଲ କାର୍ଯ୍ୟାଳୟର ୧୦୦ ମିଟର ବ୍ୟବଧାନରେ ଥିବା ନଦୀ ବନ୍ଧର ଅତି ନିକଟରୁ ଜେସିବି ସାହାଯ୍ୟରେ ହଜାର ହଜାର ଟ୍ରିପ୍‌ ମାଟି ଉଠାଯାଉଛି। ଏହାଦ୍ୱାରା ବନ୍ୟା ଆସିଲେ ନଦୀକୂଳରେ ଅବସ୍ଥିତ ବିଞ୍ଝାରପୁର, ସଇଦପୁର, କଲ୍ୟାଣପୁର, ଘଣ୍ଟିଆଳି, ଗୁହାଳି, ଫତେପୁର, ବାଛଳ, କଏଣା ରଘୁନାଥପୁର ଓ ମାଁସଡା ଆଦି ପଞ୍ଚାୟତ ପ୍ରତି ବିପଦ ସୃଷ୍ଟି ହେବ। ଏହାକୁ ନେଇ ପଞ୍ଚାୟତବାସୀ ଆଶାଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି। ଏ ସମ୍ପର୍କରେ ଅଞ୍ଚଳବାସୀଙ୍କ ତରଫରୁ ଜଳ ସମ୍ପଦ ବିଭାଗ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ସୂଚନା ମୁତାବକ, ସୁଆର ଗ୍ରାମଠାରୁ ବଗମରା ଘାଟ ପର୍ଯ୍ୟନ୍ତ ବାମ ପାର୍ଶ୍ୱ ବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ (୧୭.୬ କି.ମି.) ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ କରାଯାଉଛି। ଏଥିନିମନ୍ତେ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ଯେଉଁଥିରେ ୮.୫ ମିଟର ଚଉଡ଼ା ବନ୍ଧ ନିର୍ମାଣ ସହିତ ଏହା ଉପରେ ୫.୫ ମିଟରର ପିଚୁ ରାସ୍ତା କରାଯିବ। ମାତ୍ର ବର୍ତ୍ତମାନ କେତେକ ସ୍ଥାନରେ ପିଚୁ କାର୍ଯ୍ୟ ଚାଲୁରହିଥିବାବେଳେ ଆଦୌ ଆପ୍ରୋଚ ରୋଡ୍‌ ରହୁ ନ ଥିବା ଦେଖାଯାଇଛି। ବର୍ଷା ଯୋଗୁ ମଧ୍ୟ କେତେକ ସ୍ଥାନରେ ନଦୀ ବନ୍ଧରେ ମାଟି ଅତଡ଼ା ଧସୁଥିବା ଦେଖିବାକୁ ମିଳିଛି।
ସେହିପରି ବଗମରାଠାରୁ ଜରି ପର୍ଯ୍ୟନ୍ତ ପ୍ରାୟ (୧୦ କି.ମି.) ଖରସୋତାର ବାମ ପାର୍ଶ୍ୱ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ୫ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟରେ ଜଳ ସମ୍ପଦ ବିଭାଗ ଦ୍ୱାରା କରାଯାଉଛି। ଯେଉଁଥିରେ ନଦୀ ବନ୍ଧ ଉପରିଭାଗର ପ୍ରସ୍ଥ ୭.୫ ମିଟର ରହିବା ସହିତ ମେଟାଲ ମୋରମ ବିଛାଯିବ। ଏହାଦ୍ୱାରା ଜନସାଧାରଣଙ୍କ ଗମନାଗମନ କାର୍ଯ୍ୟରେ ଆସିପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମାତ୍ର ଏହି କାର୍ଯ୍ୟ ଅତ୍ୟନ୍ତ ଧିମା ଗତିରେ ଚାଲୁଛି। ବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ବିଞ୍ଝାରପୁର ବ୍ଲକର ଜନସାଧାରଣ ବନ୍ୟା ଦାଉରୁ ରକ୍ଷାପାଇବା ସହିତ ଯାଜପୁରଠାରୁ ସିଂହପୁର ପର୍ଯ୍ୟନ୍ତ ଏକ ବିକଳ୍ପ ରାସ୍ତା କାର୍ଯ୍ୟକାରୀ ହୋଇପାରିବ। ତେଣୁ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରଖିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ବିଞ୍ଝାରପୁରବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବିଭାଗୀୟ ଉପଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri