ଖରସ୍ରୋତା ନଦୀବନ୍ଧ କାର୍ଯ୍ୟରେ ଅନିୟମିତତା

ପ୍ରୀତିପୁର,୩୦ା୬(ସୁଶାନ୍ତ ବେହୁରିଆ): ସରକାର ପ୍ରତ୍ୟେକ ବର୍ଷ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ନିମନ୍ତେ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ କାର୍ଯ୍ୟଗୁଡ଼ିକରେ ବ୍ୟାପକ ଅନିୟମିତତା ହେଉଛି। ଫଳରେ ଏହାର ସ୍ଥାୟିତ୍ୱ ପ୍ରତି ସନ୍ଦେହ ସୃଷ୍ଟି ହେଉଛି, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଧୀନ ଖରସ୍ରୋତା ନଦୀର ବାମପାର୍ଶ୍ୱ ବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟରେ। ନାବାର୍ଡ ସହାୟତାରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଏବଂ ଜଳ ସମ୍ପଦ ବିଭାଗ ପକ୍ଷରୁ କରାଯାଉଥିବା ଉକ୍ତ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।
ବିନା ସୂଚନା ଫଳକରେ ଏହି କାର୍ଯ୍ୟ ଚାଲିଛି। ବିଭାଗୀୟ ଅଧିକାରୀ ମଧ୍ୟ ଏହାର ତଦାରଖ କରିବାକୁ ଆସୁନାହାନ୍ତି। ଫଳରେ ଠିକାଦାର ନିଜ ମର୍ଜିରେ କାର୍ଯ୍ୟ କରୁଛନ୍ତି। ଏଥିସହିତ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି। ବିଞ୍ଝାରପୁର ଜଳ ସମ୍ପଦ ବିଭାଗ, ବ୍ଲକ ଓ ତହସିଲ କାର୍ଯ୍ୟାଳୟର ୧୦୦ ମିଟର ବ୍ୟବଧାନରେ ଥିବା ନଦୀ ବନ୍ଧର ଅତି ନିକଟରୁ ଜେସିବି ସାହାଯ୍ୟରେ ହଜାର ହଜାର ଟ୍ରିପ୍‌ ମାଟି ଉଠାଯାଉଛି। ଏହାଦ୍ୱାରା ବନ୍ୟା ଆସିଲେ ନଦୀକୂଳରେ ଅବସ୍ଥିତ ବିଞ୍ଝାରପୁର, ସଇଦପୁର, କଲ୍ୟାଣପୁର, ଘଣ୍ଟିଆଳି, ଗୁହାଳି, ଫତେପୁର, ବାଛଳ, କଏଣା ରଘୁନାଥପୁର ଓ ମାଁସଡା ଆଦି ପଞ୍ଚାୟତ ପ୍ରତି ବିପଦ ସୃଷ୍ଟି ହେବ। ଏହାକୁ ନେଇ ପଞ୍ଚାୟତବାସୀ ଆଶାଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି। ଏ ସମ୍ପର୍କରେ ଅଞ୍ଚଳବାସୀଙ୍କ ତରଫରୁ ଜଳ ସମ୍ପଦ ବିଭାଗ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ସୂଚନା ମୁତାବକ, ସୁଆର ଗ୍ରାମଠାରୁ ବଗମରା ଘାଟ ପର୍ଯ୍ୟନ୍ତ ବାମ ପାର୍ଶ୍ୱ ବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ (୧୭.୬ କି.ମି.) ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ କରାଯାଉଛି। ଏଥିନିମନ୍ତେ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ଯେଉଁଥିରେ ୮.୫ ମିଟର ଚଉଡ଼ା ବନ୍ଧ ନିର୍ମାଣ ସହିତ ଏହା ଉପରେ ୫.୫ ମିଟରର ପିଚୁ ରାସ୍ତା କରାଯିବ। ମାତ୍ର ବର୍ତ୍ତମାନ କେତେକ ସ୍ଥାନରେ ପିଚୁ କାର୍ଯ୍ୟ ଚାଲୁରହିଥିବାବେଳେ ଆଦୌ ଆପ୍ରୋଚ ରୋଡ୍‌ ରହୁ ନ ଥିବା ଦେଖାଯାଇଛି। ବର୍ଷା ଯୋଗୁ ମଧ୍ୟ କେତେକ ସ୍ଥାନରେ ନଦୀ ବନ୍ଧରେ ମାଟି ଅତଡ଼ା ଧସୁଥିବା ଦେଖିବାକୁ ମିଳିଛି।
ସେହିପରି ବଗମରାଠାରୁ ଜରି ପର୍ଯ୍ୟନ୍ତ ପ୍ରାୟ (୧୦ କି.ମି.) ଖରସୋତାର ବାମ ପାର୍ଶ୍ୱ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ୫ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟରେ ଜଳ ସମ୍ପଦ ବିଭାଗ ଦ୍ୱାରା କରାଯାଉଛି। ଯେଉଁଥିରେ ନଦୀ ବନ୍ଧ ଉପରିଭାଗର ପ୍ରସ୍ଥ ୭.୫ ମିଟର ରହିବା ସହିତ ମେଟାଲ ମୋରମ ବିଛାଯିବ। ଏହାଦ୍ୱାରା ଜନସାଧାରଣଙ୍କ ଗମନାଗମନ କାର୍ଯ୍ୟରେ ଆସିପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମାତ୍ର ଏହି କାର୍ଯ୍ୟ ଅତ୍ୟନ୍ତ ଧିମା ଗତିରେ ଚାଲୁଛି। ବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ବିଞ୍ଝାରପୁର ବ୍ଲକର ଜନସାଧାରଣ ବନ୍ୟା ଦାଉରୁ ରକ୍ଷାପାଇବା ସହିତ ଯାଜପୁରଠାରୁ ସିଂହପୁର ପର୍ଯ୍ୟନ୍ତ ଏକ ବିକଳ୍ପ ରାସ୍ତା କାର୍ଯ୍ୟକାରୀ ହୋଇପାରିବ। ତେଣୁ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରଖିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ବିଞ୍ଝାରପୁରବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବିଭାଗୀୟ ଉପଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri