ନିର୍ମାଣକୁ ବର୍ଷେ ପୂରିନି, କନପୁର ସେତୁ ଭାଙ୍ଗିଲାଣି

ରାଜକନିକା,୩୦ା୬ (ରବୀନ୍ଦ୍ର କୁମାର ଦାସ): କେନ୍ଦ୍ରାପଡ଼ା ଜିଲାରେ ଚଳିତବର୍ଷ ଆରମ୍ଭରେ ରାଜକନିକା ବ୍ଲକର କନପୁର ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ମାତ୍ର ୬ ମାସ ମଧ୍ୟରେ ଏହି ସେତୁର ବିଭିନ୍ନ ସ୍ଥାନରେ ଭାଙ୍ଗିବା ଆରମ୍ଭ ହେଲାଣି। ଅତି ନିମ୍ନମାନର କାମକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାରମ୍ବାର ଅବଗତ ସତ୍ତ୍ୱେ ଯୋଜନାର ସୁଫଳ ମିଳିଲା ନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏ ନେଇ ଭିଜିଲାନ୍ସ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ବାର୍‌ହା ଦୋମୁଣ୍ଡା ସରପଞ୍ଚ ପ୍ରସନ୍ନ ମଲ୍ଲିକ, ପୂର୍ବତନ ସରପଞ୍ଚ ପ୍ରଦୀପ ବେହୁରିଆ, ପୂର୍ବତନ ସମିତିସଭ୍ୟ ଦିବ୍ୟଲୋଚନ ନାୟକ, ସୁରେନ୍ଦ୍ର ଶତପଥୀ, ଅକ୍ଷୟ କୁମାର ନାୟକ, ଭଜଗୋବିନ୍ଦ ସେଠୀ ପ୍ରମୁଖ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ କହିଛନ୍ତି ଯେ, ବ୍ଲକର କନପୁର କେନ୍ଦ୍ରାପଡ଼ା ଜିଲାର ଶେଷ ଗ୍ରାମ ହୋଇଥିବା ବେଳେ ଭଦ୍ରକ ଜିଲାର ଆରଡି ଧାମ ଓ ଯାଜପୁର ଜିଲାର ଅତି ନିକଟତର। ଏହି ଗ୍ରାମ ନିକଟରେ ପେଟା ନଦୀ ଯାତାୟାତରେ ବାଧକ ହୋଇଥିଲା। ସ୍ବର୍ଗତ ନରୋତ୍ତମ ମହାପାତ୍ର ଓ ରାଜ୍ୟ ଓଷ୍ଟାର ପୂର୍ବତନ ସଭାପତି ପୀତବାସ ବେହୁରିଆଙ୍କ ଉଦ୍ୟମକ୍ରମେ ଏହି ନଦୀ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିଲା। ୨୦୧୬ ମସିହାରେ ଏଠାରେ ୬୧.୯୯ ମିଟର ଦୈର୍ଘ୍ୟର ସେତୁ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫,୭୬,୦୭,୨୬୪ ଟଙ୍କାର ବ୍ୟୟ ବରାଦ ହୋଇ ଟେଣ୍ଡର ହେଲା। ନିର୍ମାଣ କାର୍ଯ୍ୟ ସେହିବର୍ଷ ଡିସେମ୍ବର ପହିଲାରୁ ଆରମ୍ଭ ହୋଇ ୨୦୧୯ ଡିସେମ୍ବର ୨୩ରେ ସାରିବାକୁ ସମୟ ଅବଧି ଧାର୍ଯ୍ୟ କରାଯାଇଥିଲା। ତେବେ ପୋଲ ନିର୍ମାଣ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇ ଚଳିତବର୍ଷ ଜାନୁୟାରୀରେ ଶେଷ ହୋଇଛି। ଏହି ସେତୁ ପଡୋଶୀ ୨ ଜିଲାର ସଂଯୋଗୀ ରାସ୍ତା ହୋଇଥିବା ବେଳେ ଜିଲା ସଦରକୁ ରାସ୍ତା ଫିଟିଛି। ମାତ୍ର ସେତୁ ନିର୍ମାଣ ଆରମ୍ଭରୁ ଅନିୟମିତତା ହେବାରୁ ବିଭାଗୀୟ ଅଧିକାରୀ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଭାଗୀୟ ଅଧିକାରୀ କୌଣସି କାରଣରୁ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଠିକା ସଂସ୍ଥା କାମ କରି ଟଙ୍କା ଉଠାଇ ନେଇଛନ୍ତି। ଏବେ ଏହି ବିଜୁ ସେତୁର ବିଭିନ୍ନ ଅଂଶ ଭାଙ୍ଗିବାକୁ ଆରମ୍ଭ କରିଛି। ଏହାର ସ୍ଥାୟିତ୍ୱ ନେଇ ସନ୍ଦେହ ଅଛି। ଏପରିକି ଯାତାୟାତ ସମୟରେ ଭାଙ୍ଗିଯିବା ପରି ଆଶଙ୍କା ଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ଉପନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡାଙ୍କୁ ପଚାରିବାରେ ସେତୁ ସମ୍ପର୍କରେ ଅଦ୍ୟାବଧି କୌଣସି ଲିଖିତ ଅଭିଯୋଗ ଆସିନାହିଁ। ତେବେ ନିର୍ମାଣ କାର୍ଯ୍ୟରେ ତ୍ରୁଟି ଥିଲେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?