ନିଶଙ୍ଖପୁର ଘାଟରୁ ବାଲି ଚୋରି ଅଣାୟତ୍ତ

କୋରେଇ,୩୦ା୬(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନରେ ଲଘୁ ଖଣିଜ ସମ୍ପଦର ପ୍ରାଚୁଯ୍ୟ ରହିଛି। ହେଲେ ଯେଉଁ ପରିମାଣରେ ରାଜସ୍ବ ଆଦାୟ ହେବା କଥା ତାହା ହେଉନାହିଁ। ଏହି ତହସିଲ ଅଧୀନ ନିଶଙ୍ଖପୁର ଘାଟରୁ ପ୍ରତିଦିନ ସ୍ଥାନୀୟ ଜଣେ ମାଫିଆ ଶହଶହ ଟ୍ରିପ ବାଲି ଚୋରାଚାଲାଣ କରୁଛନ୍ତି। ପୂର୍ବରୁ ଏହି ମାଫିଆ ଜଣକ ବାଲି ଚୋରି କରୁଥିବା ଅଭିଯୋଗ ହେବା ପରେ ତହସିଲ ପକ୍ଷରୁ ତାଙ୍କୁ ୨୬ ଲକ୍ଷ ଟଙ୍କାର ଜରିମାନା କରାଯାଇଥିଲା। ଏହାକୁ ପୈଠ ନ କରି ସମ୍ପୃକ୍ତ ମାଫିଆ ପୁନଶ୍ଚ ବାଲି ଚୋରିରେ ଲାଗିଥିବା ଜଣାପଡିଛି।
ବୈତରଣୀ ନଦୀର ନିଶଙ୍ଖପୁର ମୌଜା ଖତିୟାନା ନଂ.୧୨୨ର ପ୍ରାୟ ୧୨ ଏକର ଜମିରୁ କେତେଜଣ ମୁଷ୍ଟିମେୟ ଲୋକ ଓ ଦୁର୍ନୀତିଗ୍ରସ୍ତ ରାଜସ୍ବ କର୍ମଚାରୀଙ୍କୁ ହାତକରି ମାଫିଆ ଜଣକ ବାଲି ଉତ୍ତୋଳନ କରି ଚୋରାଚାଲାଣ କରୁଥିବା ନିଶଙ୍ଖପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନଦୀ ଗର୍ଭର ଜଳ ଯାତାୟତ ମୁଖ୍ୟ ରାସ୍ତାରେ ବନ୍ଧ ପକାଇ ବାଲି ଉତ୍ତୋଳନ କରୁଥିବାବେଳେ ସାମାନ୍ୟ ବନ୍ୟା ଆସିଲେ ନିକଟସ୍ଥ ଗ୍ରାମଗୁଡ଼ିକ ନଦୀଗର୍ଭରେ ଲୀନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପ୍ରତିଦିନ ଭାରିଯାନ ଚଳାଚଳ କରିବା ଦ୍ୱାରା ରାସ୍ତାଗୁଡ଼ିକ ବ୍ୟପର୍ଯ୍ୟସ୍ତ ହେବା ସହିତ ଜନସାଧାରଣ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ରାଜସ୍ବ କ୍ଷତି କରିବା ସହ ନଦୀକୂଳ ଗ୍ରାମବାସୀଙ୍କ ଜୀବନଚର୍ଯ୍ୟା ଉପରେ ନକରାତ୍ମକ ପ୍ରଭାବ ପକାଉଛି। ମାଫିଆମାନେ ନଦୀର ପ୍ରାକୃତିକ ସମତୁଲ ପ୍ରକ୍ରିୟାକୁ ବ୍ୟାହତ କରୁଥିବାବେଳେ ରାଜସ୍ବ ବିଭାଗ ସବୁ ଜାଣି ଅଜଣା ହେଉଥିବା ମତପ୍ରକାଶ ପାଇଛି।
ବେଆଇନ ବାଲି ଉତ୍ତୋଳନ ପାଇଁ ନଦୀବନ୍ଧ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ସାଧାରଣ ଲୋକଙ୍କ ସ୍ବାର୍ଥକୁ କୁଠାରଘାତ କରି ପ୍ରଶାସନ କିପରି ବାଲି ଚୋରିକୁ ସବୁଜ ସଙ୍କେତ ଦେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ଠାରୁ ପରିଚାଳନା ଅନୁମତି ବା କନସେଣ୍ଟ ଟୁ ଅପରେଟ(ସିଟିଓ) ଏବଂ ପରିବେଶଗତ ଅନୁମତି ଏନଭାଇରନମେଣ୍ଟ କ୍ଲିଅରାନ୍ସ (ଇସି)ନ ଥାଇ ମାଫିଆ ଦୀର୍ଘ ଦିନ ହେଲା ବେଆଇନ ଭାବେ ଏହି ଘାଟରୁ ବାଲି ଚୋରା ଚାଲାଣ କରୁଛନ୍ତି। ହେଲେ ରାଜସ୍ବ ବିଭାଗ ମାଫିଆଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।
ବଡ଼କଥା ହେଲା ଏହି ବାଲିଗାଡିଗୁଡ଼ିକ ଚଳପ୍ରଚଳ ପାଇଁ ନକଲି ଟ୍ରାନଜିଟ ପାସ(ଟିପି) ବ୍ୟବହାର ହେଉଛି। ଅନ୍ୟପକ୍ଷରେ ଗ୍ରାମବାସୀ ବ୍ୟାସନଗର ତହସିଲଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନାହିଁ। ଶେଷରେ ଏହି ବେଆଇନ ବାଲି ଘାଟ ପ୍ରସଙ୍ଗରେ ସମ୍ପୃକ୍ତ ଲିଜଧାରୀ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଗ୍ରାମବାସୀ (ଏନ୍‌ଜିଟି) ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହେବେ ବୋଲି ଗ୍ରାମର କେତେଜେଣ ବୁଦ୍ଧିଜୀବୀ କହିିଛନ୍ତି। ଏ ସମ୍ପର୍କରେ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ ଏହାକୁ ଅସ୍ବୀକାର କରିବା ସହିତ ଯଦି ଏପରି ହେଉଥାଏ ତେବେ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଯଦି ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ କୋରେଇ ସଂଗ୍ରାମ ସମିତି ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ବିଦ୍ୟାଧର ମହାନ୍ତି ବ୍ୟାସନଗର ତହସିଲଦାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri