୫ ବର୍ଷ ହେଲା ହୋଇନି ପାର୍କିଂ ଟେଣ୍ଡର

କୋଣାର୍କ,୩୦।୬(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ଚାରିଚକିଆ ଯାନ, ବସ୍‌, ଅଟୋରିକ୍ସା ପାର୍କିଂ ନିମନ୍ତେ କୋଣାର୍କ ଏନ୍‌ଏସି ପକ୍ଷରୁ ଗତ ୨୦୧୮ ମସିହାଠାରୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ପାର୍କିଂ ସ୍ଥାନ ନିଲାମ କରାଯିବାର ନିୟମ ରହିଛି। ହେଲେ ଦୀର୍ଘ ୫ବର୍ଷ ଧରି ବିଭାଗୀୟ କର୍ତ୍ତୃପକ୍ଷ ଟେଣ୍ଡର ନ କରି ନିଜସ୍ବ ତରଫରୁ ପାର୍କିଂ ଫି ଆଦାୟ କରାଯାଇ ୨ କୋଟିଏରୁ ଊଦ୍ଧର୍‌ବ ଟଙ୍କା ରାଜସ୍ବ ହାନି ଘଟିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ କେତେଜଣ କର୍ମଚାରୀ ଅର୍ଥ ଲୋଭରେ ଏପରି କରୁଥିବା ଅଭିଯୋଗ ହେଉଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।
ଖବରରୁ ପ୍ରକାଶ ଯେ, କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦ୍ବାରା କୋଣାର୍କ ଆସୁଥିବା ପର୍ଯ୍ୟଟକଙ୍କ ଗାଡ଼ି ରଖିବା ପାଇଁ ପାର୍କିଂ ଫି ଆଦାୟ ଲାଗି ୨୦୧୮ ପୂର୍ବରୁ ପ୍ରାୟ ୮୦ଲକ୍ଷ ଟଙ୍କାରେ ପାର୍କିଂ ଟେଣ୍ଡର କରାଯାଇ ଏନଏସିର ରାଜସ୍ବ ବୃଦ୍ଧି କରାଯାଉଥିଲା। ମାତ୍ର ୨୦୧୮ମସିହା ଠାରୁ ୨୦୨୩ମସିହା ମଧ୍ୟରେ କୋଣାର୍କ ଏନଏସି ପକ୍ଷରୁ ପାର୍କିଂ ଟେଣ୍ଡର କରା ନ ଯାଇ କାର୍ଯ୍ୟାଳୟ ପକ୍ଷରୁ ଏହି ପାର୍କିଂ ଫି ଆଦାୟ କରାଯାଉଛି। ଏହି ପାର୍କିଂ ସ୍ଥାନ ଟେଣ୍ଡର ନ ହେବା ଯୋଗୁ ଏନଏସି ବାର୍ଷିକ ୬୦ଲକ୍ଷ ଟଙ୍କା ରାଜସ୍ବ ହାନି କରୁଛି ବୋଲି ଦେଖିବାକୁ ମିଳିଛି। ବିଗତ ଦିନରେ ପାର୍କିଂ ଟେଣ୍ଡର ମାଧ୍ୟମରେ ୮୦ଲକ୍ଷ ଟଙ୍କା ଆଦାୟ ହେଉଥିବା ବେଳେ ବର୍ତ୍ତମାନ ଟେଣ୍ଡର ନ ହେବା ଦ୍ୱାରା କାର୍ଯ୍ୟାଳୟ ପକ୍ଷରୁ ୨୦ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରାଯାଉଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏହି ପାର୍କିଂ କାର୍ଯ୍ୟରେ ଏନ୍‌ଏସି କାର୍ଯ୍ୟାଳୟର କେତେଜଣ କର୍ମଚାରୀ ନିଜ ସମ୍ପର୍କୀୟମାନଙ୍କୁ ପାର୍କିଂ ଆଦାୟ କାମରେ ନିୟୋଜିତ କରି ନିଜେ ଟଙ୍କା ନେଇ ପାର୍କିଂ ଫି କମ୍‌ ଆଦାୟ କରାଯାଉଛି ବୋଲି କାର୍ଯ୍ୟାଳୟକୁ ଅବଗତ କରାଇ ବିଭାଗର ରାଜସ୍ବ ହାନି ଘଟାଉଥିବା ସାଧାରଣରେ ମତ ପ୍ରକାଶ ପାଉଛି। ଏହି ପାର୍କିଂ ଟେଣ୍ଡର ଦୀର୍ଘ ୫ବର୍ଷ ଧରି କରା ନ ଯିବା ପଛରେ କାହାର ହାତ ରହିଛି ଏହାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ସାଧାରଣରେ ଦାବି ହେଉଛି। ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ, ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ବିଭାଗୀୟ ମନ୍ତ୍ରୀ, ସଚିବ, ପୁରୀ ଜିଲାପାଳ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ କୋଣାର୍କ ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରମୁଖ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକଙ୍କ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ କୋଣାର୍କ ଏନ୍‌ଏସି ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ମିଶ୍ର କୁହନ୍ତି, ପାର୍କିଂ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଠିକାଦାର ଚୟନ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। କେତେଜଣ କର୍ମଚାରୀ ଅର୍ଥ ଲୋଭରେ ଏପରି କରୁଥିବା ଅଭିଯୋଗ ଉପରେ ତଦନ୍ତ କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri