୫ ବର୍ଷ ହେଲା ହୋଇନି ପାର୍କିଂ ଟେଣ୍ଡର

କୋଣାର୍କ,୩୦।୬(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ଚାରିଚକିଆ ଯାନ, ବସ୍‌, ଅଟୋରିକ୍ସା ପାର୍କିଂ ନିମନ୍ତେ କୋଣାର୍କ ଏନ୍‌ଏସି ପକ୍ଷରୁ ଗତ ୨୦୧୮ ମସିହାଠାରୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ପାର୍କିଂ ସ୍ଥାନ ନିଲାମ କରାଯିବାର ନିୟମ ରହିଛି। ହେଲେ ଦୀର୍ଘ ୫ବର୍ଷ ଧରି ବିଭାଗୀୟ କର୍ତ୍ତୃପକ୍ଷ ଟେଣ୍ଡର ନ କରି ନିଜସ୍ବ ତରଫରୁ ପାର୍କିଂ ଫି ଆଦାୟ କରାଯାଇ ୨ କୋଟିଏରୁ ଊଦ୍ଧର୍‌ବ ଟଙ୍କା ରାଜସ୍ବ ହାନି ଘଟିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ କେତେଜଣ କର୍ମଚାରୀ ଅର୍ଥ ଲୋଭରେ ଏପରି କରୁଥିବା ଅଭିଯୋଗ ହେଉଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।
ଖବରରୁ ପ୍ରକାଶ ଯେ, କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦ୍ବାରା କୋଣାର୍କ ଆସୁଥିବା ପର୍ଯ୍ୟଟକଙ୍କ ଗାଡ଼ି ରଖିବା ପାଇଁ ପାର୍କିଂ ଫି ଆଦାୟ ଲାଗି ୨୦୧୮ ପୂର୍ବରୁ ପ୍ରାୟ ୮୦ଲକ୍ଷ ଟଙ୍କାରେ ପାର୍କିଂ ଟେଣ୍ଡର କରାଯାଇ ଏନଏସିର ରାଜସ୍ବ ବୃଦ୍ଧି କରାଯାଉଥିଲା। ମାତ୍ର ୨୦୧୮ମସିହା ଠାରୁ ୨୦୨୩ମସିହା ମଧ୍ୟରେ କୋଣାର୍କ ଏନଏସି ପକ୍ଷରୁ ପାର୍କିଂ ଟେଣ୍ଡର କରା ନ ଯାଇ କାର୍ଯ୍ୟାଳୟ ପକ୍ଷରୁ ଏହି ପାର୍କିଂ ଫି ଆଦାୟ କରାଯାଉଛି। ଏହି ପାର୍କିଂ ସ୍ଥାନ ଟେଣ୍ଡର ନ ହେବା ଯୋଗୁ ଏନଏସି ବାର୍ଷିକ ୬୦ଲକ୍ଷ ଟଙ୍କା ରାଜସ୍ବ ହାନି କରୁଛି ବୋଲି ଦେଖିବାକୁ ମିଳିଛି। ବିଗତ ଦିନରେ ପାର୍କିଂ ଟେଣ୍ଡର ମାଧ୍ୟମରେ ୮୦ଲକ୍ଷ ଟଙ୍କା ଆଦାୟ ହେଉଥିବା ବେଳେ ବର୍ତ୍ତମାନ ଟେଣ୍ଡର ନ ହେବା ଦ୍ୱାରା କାର୍ଯ୍ୟାଳୟ ପକ୍ଷରୁ ୨୦ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରାଯାଉଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏହି ପାର୍କିଂ କାର୍ଯ୍ୟରେ ଏନ୍‌ଏସି କାର୍ଯ୍ୟାଳୟର କେତେଜଣ କର୍ମଚାରୀ ନିଜ ସମ୍ପର୍କୀୟମାନଙ୍କୁ ପାର୍କିଂ ଆଦାୟ କାମରେ ନିୟୋଜିତ କରି ନିଜେ ଟଙ୍କା ନେଇ ପାର୍କିଂ ଫି କମ୍‌ ଆଦାୟ କରାଯାଉଛି ବୋଲି କାର୍ଯ୍ୟାଳୟକୁ ଅବଗତ କରାଇ ବିଭାଗର ରାଜସ୍ବ ହାନି ଘଟାଉଥିବା ସାଧାରଣରେ ମତ ପ୍ରକାଶ ପାଉଛି। ଏହି ପାର୍କିଂ ଟେଣ୍ଡର ଦୀର୍ଘ ୫ବର୍ଷ ଧରି କରା ନ ଯିବା ପଛରେ କାହାର ହାତ ରହିଛି ଏହାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ସାଧାରଣରେ ଦାବି ହେଉଛି। ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ, ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ବିଭାଗୀୟ ମନ୍ତ୍ରୀ, ସଚିବ, ପୁରୀ ଜିଲାପାଳ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ କୋଣାର୍କ ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରମୁଖ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକଙ୍କ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ କୋଣାର୍କ ଏନ୍‌ଏସି ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ମିଶ୍ର କୁହନ୍ତି, ପାର୍କିଂ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଠିକାଦାର ଚୟନ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। କେତେଜଣ କର୍ମଚାରୀ ଅର୍ଥ ଲୋଭରେ ଏପରି କରୁଥିବା ଅଭିଯୋଗ ଉପରେ ତଦନ୍ତ କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?