ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ,୩୦ା୬ (ଅଜିତ୍‌ ମହାନ୍ତି): ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସରିଆସୁଛି। ଗୁରୁବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଶୁକ୍ରବାର ତିନିରଥ ଉପରେ ଅଧରପଣା ନୀତି ସମ୍ପନ୍ନ କରାଯିବ। ରଥାରୂଢ ଠାକୁରମାନଙ୍କୁ ପଣା ଲାଗିହେବ। ମହାପ୍ରଭୁଙ୍କ ଅଧର ପର୍ଯ୍ୟନ୍ତ ମାଟିହାଣ୍ଡିରେ ପଣା ରଖାଯାଇ ଭୋଗ କରାଯାଉଥିବାରୁ ଏହି ନୀତିକୁ ଅଧରପଣା ନୀତି କୁହାଯାଇଥାଏ। ତିନି ବାଡ଼ରେ ତିନି ରଥ ଉପରେ ତିନୋଟି ଲେଖାଏ ଏହି ହିସାବରେ ମୋଟ ୯ଟି ହାଣ୍ଡିରେ ପଣାଭୋଗ କରାଯିବ। ପୂର୍ବରୁ ତିନିଦିନ ଧରି ଅଧରପଣା ନୀତି ହେଉଥିଲା ଓ ୧୨ଟି ହାଣ୍ଡିରେ ଅଧରପଣା ଭୋଗ ଲାଗିକରାଯାଉଥିଲା ବୋଲି ଶୁଣିବାକୁ ମିଳେ। ଏବେ କିନ୍ତୁ ତିନିରଥ ପାଇଁ ଗୋଟିଏ ଦିନରେ ମୋଟ ୯ ହାଣ୍ଡି ଅଧରପଣା ଭୋଗ ହେଉଛି। ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ଟି ଲେଖାଏ ଅଧରହାଣ୍ଡି ଓ ପଣା ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ରଥ ଉପରେ ମଧ୍ୟାହ୍ନ ଧୂପ ସରିବା ପରେ ଅଧରପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ। ଛେନା, ସର, କଦଳୀ, ଛାଚି, ଗୋଲ ମରିଚ ଗୁଣ୍ଡ, କର୍ପୂର, ଜାଇଫଳ ପ୍ରଭୃତି ପଡ଼ି ଅଧରପଣା ପ୍ରସ୍ତୁତ କରାଯାଏ। ନୀତି ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାରେ ଜଳ କାଢ଼ି ରଥ ଉପରକୁ ବୋହି ନେଇ ବଡ଼ ପିତ୍ତଳ ହଣ୍ଡାରେ ରଖିଥାନ୍ତି। ପଣା ପ୍ରସ୍ତୁତ ହୋଇ ଅଧର ଚୁମ୍ବିତ ମାଟିହାଣ୍ଡିଗୁଡିକରେ ରଖାଯାଏ। ଭୋଗ ହେବା ପରେ ଠାକୁରମାନଙ୍କ ସମ୍ମୁଖରେ ପଣାହାଣ୍ଡିଗୁଡିକୁ ଭାଙ୍ଗି ଦିଆଯାଇଥାଏ। ଜନଶ୍ରୁତି ରହିଛି ଯେ, ତିନିରଥରେ ଠାକୁରଙ୍କ ସାଥିରେ ୩୩ କୋଟି ଦେବଦେବୀ, ଅସୁର, ଅଶରୀରୀ, କିନ୍ନର, ନାଗ, ଚଣ୍ଡୀ ଚାମୁଣ୍ଡା, ଭୂତ, ପ୍ରେତ ଯାଇଥାନ୍ତି। ଠାକୁରମାନଙ୍କୁ ଅର୍ପିତ ଅଧରପଣା ରଥର ପାଶର୍‌ବ ଦେବଦେବୀ, ଅନ୍ୟାନ୍ୟ ଚଣ୍ଡୀ ଚାମଣ୍ଡା ଓ ଅଶରୀରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଅଧରପଣା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଝରାଫୁଲ ହତ୍ୟା ଘଟଣା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

ଭୁବନେଶ୍ୱର,୨୯।୬: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଘଟଣାର ରାୟ ଆସିଛି। ଦୋଷୀ ରାକେଶ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ ରାକେଶଙ୍କ ସହଯୋଗୀ ଅମରେଶ ରାଉତକୁ ୫ ବର୍ଷ…

ବାଇକକୁ ପିଟିଲା ୩୦ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ଭ୍ୟାନ, ଜଣେ ମୃତ

କେସିଙ୍ଗା,୨୯।୬(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଉତ୍କେଲା ଗ୍ରାମରୁ କୋକୋଡମାଲକୁ ସଂଯୋଗ କରୁଥିବା ପିବ୍ଲୁଡି ରାସ୍ତା ପାର୍ଶ୍ଵରେ ଅବସ୍ଥିତ ମେର୍ଶି ଇଂରାଜୀ ବିଦ୍ୟାଳୟ…

ଦଧିବାମନ ଜୀଉଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ

ପାଟଣା, ୨୯।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରସ୍ଥିତ ପ୍ରାଚୀନ ଶ୍ରୀଶ୍ରୀ ଦଧିବାମନ ଜୀଉ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା…

୫ ବର୍ଷ ଦୂରର କଥା….ବିଜୟଙ୍କ ଉପରେ ବର୍ଷିଲେ ଷ୍ଟାଲିନ, ୩ରୁ୬ ମାସରେ ଖେଳ ଶେଷ

ଚେନ୍ନାଇ,୨୯।୬: ତାମିଲନାଡୁ ରାଜନୀତିରେ ବୟାନବାଜି ତୀବ୍ର ହୋଇଛି । ରବିବାର ଦିନ ଡିଏମକେ ମୁଖ୍ୟ ଏମ୍ କେ ଷ୍ଟାଲିନ୍ ବିଜୟଙ୍କ ନେତୃତ୍ୱାଧୀନ ସରକାରର ସ୍ଥିରତା ଉପରେ ପ୍ରଶ୍ନ…

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆୟର୍ଲାଣ୍ଡକୁ ଲାଗିଲା ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ଜିତି ଆୟର୍ଲାଣ୍ଡ ସିରିଜ କବ୍ଜା କରିଥିଲା। ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ କୌଣସି ଫର୍ମାଟରେ ଟିମ ଇଣ୍ଡିଆ ବିପକ୍ଷରେ ସିରିଜ…

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ମହୁଲ ଗଛରେ ଝୁଲୁଛି…

ପାଟଣା, ୨୯/୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଡାଳପକା ପଞ୍ଚାୟତର କେନ୍ଦୁଯୋଡା ଗ୍ରାମରେ ଜଣେ ୧୮ ବର୍ଷୀୟା ବିବାହିତା ମହିଳାଙ୍କ ସନ୍ଦେହଜନକ…

ରାଇକିଆରେ ଦେବସ୍ନାନ ପୂର୍ଣ୍ଣିମା: ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ରାଇକିଆ,୨୯/୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏଥିରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ପୂର୍ବାହ୍ନରେ ମନ୍ଦିର ପରିସରସ୍ଥ…

ଗାଁ ଗାଁ ବୁଲି ଡବଲ୍‌ ଇଞ୍ଜିନ ସରକାରର ସଫଳତା ବାଣ୍ଟୁଛନ୍ତି ଭାଜପା କର୍ମୀ: ବୁଦ୍ଧିଜୀବୀଙ୍କୁ ସାକ୍ଷାତ କଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ):ରାଜ୍ୟ ସରକାରଙ୍କ ୨ ବର୍ଷ ଓ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଭାଜପା ଉଭୟ ସରକାରଙ୍କ ସଫଳତା ଓ କାର୍ଯ୍ୟଧାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri