୨ ବର୍ଷ ପରେ ଫେରିଲେ ଗାଁକୁ
ଭେଡେନ,୨୯।୭(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନ ଗୋଡ଼ଭଗା-ସୋନପୁର ୫୪ ନମ୍ବର ରାଜ୍ୟ ରାଜପଥର ପଧାନପାଲି ଗ୍ରାମରେ ଥିବା ଆବର୍ଜନା କୁଣ୍ଡ ନିକଟରେ ଆଶ୍ରୟ ନେଇଥିବା ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର କରି ଶନିବାର ପରିବାର ଲୋକଙ୍କୁ…
ଶୁଆକାଟି ଖଣି ଅଞ୍ଚଳ ରାସ୍ତା ଜାମ: ଯାତାୟତ ବ୍ୟାହତ
କେନ୍ଦୁଝର,୨୯।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଶୁଆକାଟି ଖଣି ଅଞ୍ଚଳରେ ରାସ୍ତାରେ ଟ୍ରକ ଛିଡା ହୋଇ ରହୁଥିବାରୁ ଯାତାୟାତ ବ୍ୟାହତ ହୋଇଛି। ଖଣି କତୃପକ୍ଷ ପାର୍କିଂ ବ୍ୟବସ୍ଥା କରୁ ନ ଥିବାରୁ ଟ୍ରକ ଗୁଡ଼ିକ ରାସ୍ତାରେ…
କାଠ ବୋଝେଇ ଜିପ୍ ଜବତ : ଗାଡ଼ି ଛାଡ଼ି ପଳାଇଲେ ଚାଳକ
କେନ୍ଦୁଝର,୨୯।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ରାଇସୁଆଁ ନିକଟରୁ ବନ ବିଭାଗ ଏକ ଚୋରା କାଠ ବୋଝେଇ ଜିପ୍ ଜବତ କରିଛି। ଏହି ଜିପ୍ ଝାଡଖଣ୍ଡ ଅଞ୍ଚଳରୁ ଚମ୍ପୁଆ ଦେଇ ଆସୁଥିବା ବେଳେ ବନ ବିଭାଗ କର୍ମଚାରୀ ରାଇସୁଆଁ…
ଆଜି ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ ନୀତି
ପୁରୀ,୨୯।୭(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ଶନିବାର ହରିଶୟନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏହି ବିଧି ଅନୁଯାୟୀ, ତିନି ଜଣ ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନି ମୂର୍ତ୍ତି ସୁବର୍ଣ୍ଣ ପ୍ରତିମାଙ୍କୁ ଆଣନ୍ତି । ଶ୍ରୀବଳଭଦ୍ରଙ୍କ ସ୍ଥାନରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ…
ଘୁଙ୍ଗିନାଳ ପୋଲ ଉପରେ ୪ ଫୁଟର ବନ୍ୟାଜଳ
ଅମରପାଲି,୨୯ା୭(ପୀତାମ୍ବର ସାହୁ): ଲଗାଣବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭୁତିଆପାଲି ଓ ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗିନାଳ ପୋଲ ଉପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଉକ୍ତ ପୋଲ ଉପରେ ପ୍ରାୟ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ…
ଦାନାରୀଗୁଡ଼ା-ପୁକେର ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
ଲାଞ୍ଜିଗଡ଼,୨୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଦାନାରୀଗୁଡାଠାରୁ ପୁକେର ଗାଁକୁ ଯୋଗାଯୋଗ ବିଛିନ୍ନ ହେଇଯାଇଛି। ଦାନାରୀଗୁଡାଠାରୁ ପୁକେର ଗାଁକୁ ସଂଯୋଗ କରୁଥିବା ଆର୍ଡି ରାସ୍ତା ଓ ଗାର୍ଡୱାଲ କାମ ନିମ୍ନମାନର ହୋଇଥିବାରୁ ନିର୍ମାଣର ଏକ ମାସ…
ଓଡ଼ିଶା ସୀମାନ୍ତରେ ଲାଗିଲା ପୋଷ୍ଟର
ରାଉରକେଲା, ୨୯।୭(ସଙ୍ଗୀତା ଜେନା): ଜୁଲାଇ ୨୮ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ ପାଇଁ ଡାକରା ଦେଇଛନ୍ତି। ଏଥିପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଗୁଡ଼ିକରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଏଥିଯୋଗୁ…
ଫିକା ପଡିଲା ମାଓବାଦୀଙ୍କ ଶହୀଦ ସପ୍ତାହ
ଚିତ୍ରକୋଣ୍ଡା,୨୯।୭(କ୍ଷୀରୋଦ ବେହେରା): ଚଳିତ ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରୁଛନ୍ତି। ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀମାନଙ୍କୁ ଶହୀଦର ଆଖ୍ୟାଦେଇ ଦୁର୍ଗମ ଅଞ୍ଚଳରେ ସ୍ମୃତିସ୍ତମ୍ଭ ନିର୍ମାଣକରି ସ୍ମୃତି ସଭାର ଆୟୋଜନ କରାଯାଏ। ମାଓବାଦୀମାନେ…
୪୮ଘଣ୍ଟାରେ ଜାଗା ନ ଛାଡ଼ିଲେ କାର୍ଯ୍ୟାନୁଷ୍ଠାନ
ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ୍ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ୪୮ଘଣ୍ଟା ମଧ୍ୟରେ ଜବରଦଖଲ ଛାଡ଼ିବାକୁ ଜିଲାପାଳ ମୋନିଷା ବାନାର୍ଜୀ ଆଦେଶ କରିଛନ୍ତି। ସରକାରୀ…
ନାଳ ପାର ହୋଇ ଅଙ୍ଗନୱାଡି ଯାଉଛନ୍ତି ପିଲା
ଟେନ୍ସା,୨୯ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ମାଲଦା ପଞ୍ଚାୟତ ଓରାଘାଟରୁ ଗୋପୀସାହିକୁ ଯିବା ପାଇଁ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ପୋଲ ନିର୍ମାଣ ହୋଇପାରିଲା ନାହିଁ। ଫଳରେ ବର୍ଷା ଦିନେ ଛୋଟ ପିଲାମାନେ ଜୀବନକୁ ବାଜି ଲଗାଇ ପାଣିଭରା…
ତଦନ୍ତ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ
ନବରଙ୍ଗପୁର,୨୯।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାନୁଷ୍ଠାନ ମାନଙ୍କରେ ଅନେକ ସମସ୍ୟା ଲାଗିରହିଛି। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଏପରି ଏକ ଘଟଣା ରାଇଘର ବ୍ଲକ କଚରପରା ଅଲେଖ ମହିମା ହାଇସ୍କୁଲରେ ଘଟିଛି।…
ଗୁରୁଡ଼ାରୁ ପଞ୍ଜାବ ଯାତ୍ରା
କେନ୍ଦୁଝର,୨୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଗୁରୁଡ଼ା ଗ୍ରାମର ୧୫ ବର୍ଷୀୟ ଆଶିଷ ପୂର୍ତ୍ତି ହୁଏତ ଭାବି ନ ଥିବେ, ଫୁଟ୍ବଲ ତାଙ୍କୁ ଦିନେ ଏତେ ଖ୍ୟାତ କରିଦେବ। ଟାଟା ଷ୍ଟିଲ୍ ଫାଉଣ୍ଡେଶନ (ଟିଏସ୍ଏଫ୍) ଦ୍ୱାରା ପରିଚାଳିତ…

