୪୮ଘଣ୍ଟାରେ ଜାଗା ନ ଛାଡ଼ିଲେ କାର୍ଯ୍ୟାନୁଷ୍ଠାନ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ୍‌ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ୪୮ଘଣ୍ଟା ମଧ୍ୟରେ ଜବରଦଖଲ ଛାଡ଼ିବାକୁ ଜିଲାପାଳ ମୋନିଷା ବାନାର୍ଜୀ ଆଦେଶ କରିଛନ୍ତି। ସରକାରୀ ଜାଗା ଏବଂ ରାସ୍ତା ଉପରେ ବେଆଇନ ଭାବେ ଜବରଦଖଲ କରି କୋଠାବାଡ଼ି, ଦୋକାନ ନିର୍ମାଣ କରିଥିବା ଲୋକ, ଦୋକାନୀ ତଥା ଘର ମାଲିକଙ୍କ ଉଦ୍ଦେଶ୍ୟରେ ଏହି ଆଦେଶ ଜାରି ହୋଇଛି । ସ୍ବଇଚ୍ଛାରେ ସେହି ଜାଗା ଛାଡ଼ି ଦେବାକୁ ପରାମର୍ଶ ଦିଆଯାଇଛି। ନଚେତ୍‌ ସେହି ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯିବ ଏବଂ ଜବରଦଖଲକାରୀଙ୍କ ବିରୋଧରେ ପୌର ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୌର ପ୍ରଶାସନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରୁ ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ଯୋଗେ ଏହି ସୂଚନା ଦିଆଯାଇଛି। ଏହାପରେ ଜବରଦଖଲକାରୀମାନଙ୍କ ଚିନ୍ତା ବଢ଼ି ଯାଇଛି। ଅନ୍ୟପଟେ ଜବରଦଖଲ ଉଚ୍ଛେଦ ଦୀର୍ଘଦିନର ଦାବି ହୋଇଥିବା ବେଳେ ଜିଲାପାଳଙ୍କ ଏଭଳି ଆଦେଶକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ପ୍ରକାଶ ଯେ, ବରଗଡ଼ ଗାନ୍ଧୀ ଛକରୁ ଲେଙ୍ଗୁ ମିଶ୍ର ଛକ, ଜିରା ବ୍ରିଜ ଦେଇ ଅମ୍ବାପାଲିକୁ ଏକଦା ଜାତୀୟ ରାଜପଥ ସଂଯୋଗ କରିଥିଲା। ସେତେବେଳେ ରାଜପଥ ମାନ୍ୟତା ପାଇଥିବା ରାସ୍ତା ଅସ୍ତିତ୍ୱ ହରାଇ ଏବେ ସଙ୍କୁଚିତ ହୋଇ ପଡ଼ିଛି। ଅନ୍ୟପଟେ ଜନସଂଖ୍ୟା ବୃଦ୍ଧି, ଟ୍ରାଫିକ୍‌ ସମସ୍ୟା ପାଇଁ ରାସ୍ତା ପ୍ରଶସ୍ତୀକରଣର ଆବଶ୍ୟକତା ଥିବାବେଳେ ସଙ୍କୁଚିତ ହୋଇ ପଡ଼ିଥିବା ଏହି ରାସ୍ତା ସହରର ସୌନ୍ଦର୍ଯ୍ୟକରଣରେ ବାଧକ ସାଜିଛି। ରାସ୍ତାରେ ସବୁବେଳେ ଟ୍ରାଫିକ୍‌ ସମସ୍ୟା ଲାଗି ରହୁଛି ଏବଂ ଯାତାୟାତ କରୁଥିବା ଛାତ୍ରୀଛାତ୍ରଙ୍କ ସମେତ ଅନ୍ୟ ଲୋକଙ୍କ ପାଇଁ ରାସ୍ତାଟି ଅସୁରକ୍ଷିତ ହୋଇ ପଡ଼ିଛି। ରାସ୍ତା ଉପରେ ଅନେକ ମାଲବାହୀ ଗାଡ଼ି ଛିଡ଼ା ହେଉଥିବା ବେଳେ ରୋଗୀଙ୍କୁ ନେଉଥିବା ଆମ୍ବୁଲାନ୍ସ ମଧ୍ୟ ରାସ୍ତା ଅତିକ୍ରମ କରିବା କଷ୍ଟସାଧ୍ୟ ହୋଇ ପଡ଼ୁଛି ।
ଅପରପକ୍ଷେ ନୂଆ ଜିରା ବ୍ରିଜ ନିର୍ମାଣ ଶେଷ ହୋଇଥିବା ବେଳେ ବ୍ରିଜ୍‌ ଉପରେ ଯାତାୟାତ ଆରମ୍ଭ ହୋଇଛି। ଫଳରେ ପୂର୍ବାପେକ୍ଷା ଏହି ରାସ୍ତା ଦେଇ ଲୋକଙ୍କ ଯାତାୟାତ ତଥା ପରିବହନ ଗାଡ଼ି ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ନୂଆ ଜିରା ବ୍ରିଜ୍‌ରେ ଯାତାୟାତ ଆରମ୍ଭ ହେବା ପୂର୍ବରୁ ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ୍‌ ପର୍ଯ୍ୟନ୍ତ ରାସ୍ତା ଜବରଦଖଲକାରୀଙ୍କୁ ହଟାଇବା ଦାବି ନେଇ ସ୍ଥାନୀୟ ସମଲେଶ୍ୱରୀ ସଂଘ, ଓକିଲ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଗତ ମାସ ୨୨ତାରିଖରେ ବିଭାଗୀୟ ଅଧିକାରୀମାନେ ରାସ୍ତା ମାପଚୁପ କରିଥିଲେ ହେଁ ମେଜର ନକ୍ସା ଧରି ସୀମା ଚିହ୍ନଟ କରୁଥିଲେ। ଫଳରେ ତାକୁ ବିରୋଧ କରି ମେଜର ନକ୍ସା ଅନୁଯାୟୀ ମାପଚୁପ କରିବାକୁ ଲୋକେ ଦାବି କରିଥିଲେ।
ଲୋକେ ମେଜର ନକ୍ସାରେ ମାପଚୁପକୁ ନାପସନ୍ଦ କରୁଥିବାବେଳେ ତାକୁ ନେଇ ସେତେବେଳେ ଚାପା ଉତ୍ତେଜନା ଦେଖାଯାଇଥିଲା। ମେଜର କିମ୍ବା ପୁରୁଣା ଜାତୀୟ ରାଜପଥ ନକ୍ସା ଅନୁଯାୟୀ ରାସ୍ତାର ସୀମା ଚିହ୍ନଟ ସହିତ ଜବରଦଖଲକାରୀଙ୍କୁ ହଟାଇବାକୁ ଲୋକେ ଅଡ଼ି ବସିଥିଲେ। ସେହି ସମୟରେ ଓକିଲ ସଂଘ ପହଞ୍ଚତ୍ ଲୋକଙ୍କ ଦାବିକୁ ଯଥାର୍ଥ ବୋଲି କହିଥିଲା। ଫଳରେ ସେତେବେଳେ ସୀମା ଚିହ୍ନଟ ଆଉ ଆଗେଇ ନ ଥିଲା। ଅନ୍ୟପଟେ ଅସନ୍ତୋଷ ବଢ଼ିବା ସହିତ ଚାପା ଉତ୍ତେଜନା ଲାଗି ରହିଥିଲା। ଏଭଳି ସ୍ଥିତିରେ ଓକିଲ ସଂଘ ଗତ ମାସ ୨୩ ତାରିଖରେ ଜିଲାପାଳଙ୍କୁ ଭେଟି ଲୋକଙ୍କ ଦାବିକୁ ଦୋହରାଇଥିଲା। ଏହାପରେ ଜିଲାପାଳ ଏକ କମିଟି ଗଠନ କରିବା ସହିତ ସେ ନେଇ ରିପୋର୍ଟ ଦେବାକୁ ଉପଜିଲାପାଳ ଲଲାଟ କୁମାର ଲୁହାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳଙ୍କଠାରୁ ରିପୋର୍ଟ ପାଇବା ପରେ ଜିଲାପାଳ ଜବରଦଖଲ ଉଚ୍ଛେଦ ନେଇ ସେଭଳି ଆଦେଶ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?