ଗୁରୁଡ଼ାରୁ ପଞ୍ଜାବ ଯାତ୍ରା

କେନ୍ଦୁଝର,୨୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ଗୁରୁଡ଼ା ଗ୍ରାମର ୧୫ ବର୍ଷୀୟ ଆଶିଷ ପୂର୍ତ୍ତି ହୁଏତ ଭାବି ନ ଥିବେ, ଫୁଟ୍‌ବଲ ତାଙ୍କୁ ଦିନେ ଏତେ ଖ୍ୟାତ କରିଦେବ। ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌) ଦ୍ୱାରା ପରିଚାଳିତ ଫୁଟ୍‌ବଲ ପ୍ରଶିକ୍ଷଣ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ଏବେ ପଞ୍ଜାବକୁ ଯାତ୍ରା କରିଛନ୍ତି। ଜଣେ ଉଦୀୟମାନ ଯୁବ ଖେଳାଳି ଭାବେ ଅଞ୍ଚଳର ନାଁ ରଖିବା ସହ ନିଜକୁ ପରିଚିତ କରାଇପାରିଛନ୍ତି।
ସୂଚନା ଅନୁଯାୟୀ, ଅଞ୍ଚଳର ଖ୍ୟାତନାମା ଗୋଲ କିପର ବାପା ଦିନେଶ ପୂର୍ତ୍ତିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୨୦୧୭ରେ ସେ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ଦ୍ୱାରା ପରିଚାଳିତ ଫୁଟ୍‌ବଲ ପ୍ରଶିକ୍ଷଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ୨୦୧୮ରେ ନିଜର ଅବିଶ୍ୱସନୀୟ ପ୍ରତିଭା ଯୋଗୁ ଟାଟା କମ୍ପାନୀ ଦ୍ୱାରା ଜାମଶେଦପୁରରେ ହେଉଥିବା ଚୟନ ପ୍ରକ୍ରିୟାରେ ଚୟନ ହୋଇ ପଞ୍ଜାବର ଖ୍ୟାତନାମା ମୀନର୍ଭା କ୍ଲବ୍‌ରେ ସେ ରେସିଡେନସିଆଲ ପ୍ରଶିକ୍ଷଣ ପାଇଁ ଯୋଗଦିଅନ୍ତି। ତା’ପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଏହା ମଧ୍ୟରେ ଜାତୀୟସ୍ତରରେ ଅନେକ ମ୍ୟାଚ ଖେଳି ସାରିଛନ୍ତି। ପଞ୍ଜାବର ରାଉଣ୍ଡ ଗ୍ଲାସ୍‌ କ୍ଲବ୍‌ରେ ଅଣ୍ଡର-୧୭ ଦଳରେ ପ୍ରଶିକ୍ଷଣରତ ଅଛନ୍ତି। ଏଥିସହ ବର୍ତ୍ତମାନ ଚଣ୍ଡିଗଡ଼ର କେପିଏସ୍‌ ଇଂରାଜୀ ମିଡିୟମ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନରତ। ଆଶିଷ କହିଛନ୍ତି, ଅଞ୍ଚଳରେ ବାପା ଗୋଲ କିପର ହିସାବରେ ବେଶ୍‌ ଜଣାଶୁଣା। କିନ୍ତୁ ମୋର ବିଶ୍ବାସ ମୁଁ ଦିନେ ଭାରତୀୟ ଫୁଟ୍‌ବଲ ଦଳରେ ସ୍ଥାନ ପାଇ ମୋ ମାଟିର ଟେକ ରଖିବି। ଆର୍ଜେଣ୍ଟିନାର ଖେଳାଳି ଲିଓନେଲ ମେସି ଓ ଭାରତର ଜାତୀୟ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ନିଜର ଆଦର୍ଶ ମାନିଛନ୍ତି। ଆଶିଷଙ୍କ ବାପା ଦିନେଶ କୁହନ୍ତି, ବିଭିନ୍ନ ଅସୁବିଧା ଯୋଗୁ ସେ ଫୁଟ୍‌ବଲ ଖେଳି ପାରି ନ ଥିଲେ। କିନ୍ତୁ ପୁଅ ଦିନେ ଭଲ ଫୁଟ୍‌ବଲ ଖେଳି ମାଟି ପାଇଁ ସୁନାମ ଆଣିବ ବୋଲି କହିଛନ୍ତି। ପ୍ରକାଶଯୋଗ୍ୟ, ଟିଏସ୍‌ଏଫ୍‌ର ଫୁଟ୍‌ବଲ ପ୍ରଶିକ୍ଷଣ କେନ୍ଦ୍ରରୁ କୋଚିଂ ନେଇ ଆଶିଷଙ୍କ ଭଳି ଯୋଡ଼ା ବସ୍ତି ୱାର୍ଡ ନଂ. ୮ର ମନୀଷା ନାୟକ, ଆଜାଦ ବସ୍ତି ୱାର୍ଡ ନଂ. ୫ର ବର୍ଷା ମହାକୁଡ଼ ଓ କ୍ୟାମ୍ପ ହଟିଂର ରୂପଶ୍ରୀ ମୁଣ୍ଡା ମଧ୍ୟ ଫୁଟ୍‌ବଲ ଖେଳକୁ ସେମାନଙ୍କର କ୍ୟାରିୟର ଭାବରେ ଗ୍ରହଣ କରିଛନ୍ତି। ୨୦୧୨ ଠାରୁ ଯୋଡ଼ା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଟିଏସ୍‌ଏଫ୍‌ ଦ୍ୱାରା ୯ ସେଣ୍ଟରରେ ଫୁଟ୍‌ବଲ କୋଚିଂ ପ୍ରଦାନ କରାଯାଇ ଆସୁଛି। ବର୍ତ୍ତମାନ ପ୍ରାୟ ୨୦୦ ଝିଅ, ପୁଅ କେନ୍ଦ୍ରଗୁଡ଼ିକରେ କୋଚିଂ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri