ଓଡ଼ିଶା ସୀମାନ୍ତରେ ଲାଗିଲା ପୋଷ୍ଟର

ରାଉରକେଲା, ୨୯।୭(ସଙ୍ଗୀତା ଜେନା): ଜୁଲାଇ ୨୮ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ ପାଇଁ ଡାକରା ଦେଇଛନ୍ତି। ଏଥିପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଗୁଡ଼ିକରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଏଥିଯୋଗୁ ଉଭୟ ରାଜ୍ୟକୁ ବସ୍‌ସେବା କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସୀମାରେ ଯାନବାହନକୁ କଡ଼ା ଯାଞ୍ଚ କରାଯାଉଛି। ସେହିପରି ଓଡ଼ିଶା ସୀମାନ୍ତ ମନୋହରପୁର ଅଞ୍ଚଳରେ ଶୁକ୍ରବାର ସକାଳେ ମାଓବାଦୀ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାର ବିଶ୍ରା ବ୍ଲକ ସଂଲଗ୍ନ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳ ଶାନ୍ତିଶୃଙ୍ଖଳାରେ ଥିବାବେଳେ ପଶ୍ଚିମ ସିଂହଭୂମ ମନୋହରପୁର ପ୍ରଖଣ୍ଡ ମୁଖ୍ୟାଳୟ ନିକଟରେ ମାଓବାଦୀମାନେ ପୋଷ୍ଟର ଲଗାଇ ଦିବଂଗତ ମାଓବାଦୀ ନେତାମାନଙ୍କ ଉଦ୍ଦେଶ୍ୟରେ ଶହୀଦ ସପ୍ତାହ ପାଳନ କରୁଛନ୍ତି। ସେହିପରି ମାଓବାଦୀ ସଙ୍ଗଠନ ପକ୍ଷରୁ ମନୋହରପୁର ଥାନା ଅଞ୍ଚଳର ଅନେକ ସ୍ଥାନରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖାଯାଇଛି। ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାବଳ କରୁଥିବା ମାଓବାଦୀ ଦମନ କାର୍ଯ୍ୟରୁ ଓହରିଯିବାକୁ ପୋଷ୍ଟରରେ କୁହାଯାଇଛି। ଏଥିପାଇଁ ସୀମାନ୍ତ ଭାଲୁଲତା, ଜରେଇକେଲା, ମନୋହରପୁର, ଗୁଆ, ଜାମଦା, ଟୋବୋ ଘାଟି, ଡଙ୍ଗାପୋଷି, ସୋନୁଆ, ଗୋଇଲକେରା ଆଦି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ମାଓବାଦୀମାନେ ବସ୍‌ ରୁଟ ଅପେକ୍ଷା ଟ୍ରେନ ରୁଟ୍‌କୁ କ୍ଷତି କରିବାକୁ ଅଧିକ ପ୍ରୟାସ କରନ୍ତି। ଏ ସମ୍ପର୍କରେ ବିଶ୍ରା ଥାନା ଅଧିକାରୀ ଭଗବାନ ପୂଜାରୀ କହିଛନ୍ତି, ମାଓବାଦୀମାନେ ଶହୀଦ ସପ୍ତାହ ପାଳନ ଡାକରା ଦେଇଛନ୍ତି। ଏଥିପାଇଁ ଓଡ଼ିଶା ପୋଲିସ ସଜାଗ ରହିଛି। ଏପର୍ଯ୍ୟନ୍ତ କୌଣସି ମାମଲା ସାମ୍ନାକୁ ଆସିନାହିଁ। ଆନ୍ତଃରାଜ୍ୟ ବସ ଚଳାଚଳ କରୁଛି ବୋଲି ପୂଜାରୀ କହିଥିଲେ।
ସୂଚନାଯୋଗ୍ୟ, ସୀମାନ୍ତ ଦେଇ ପ୍ରତ୍ୟେକ ଦିନ ରାଉରକେଲାରୁ ଝାଡ଼ଖଣ୍ଡ ଗୁମଲା, ରାଞ୍ଚତ୍, ସିମଡ଼େଗା, କୁଡ଼ୁ, ଲାତେହାର, ଗୟା ଓ ଅନ୍ୟ ଅଞ୍ଚଳକୁ ୬୦ରୁ ଊର୍ଦ୍ଧ୍ୱ ବସ୍‌ ଚଳାଚଳ କରୁଛି। ସେହିପରି ସିଆରପିଏଫ, ସୁରକ୍ଷା ବଳ ମିଳିତ ଭାବେ ଗତ ୬ମାସରୁ ମାଓବାଦୀ ଦମନ ଅପରେଶନ ଜାରି ରଖିଛନ୍ତି। ଏଥିରେ ମାଓବାଦୀମାନେ ଉତ୍ତ୍ୟକ୍ତ ହୋଇ ବିଭିନ୍ନ ସମୟରେ ଆଇଇଡ଼ି ଖଞ୍ଜତ୍ବା ସହ ବିସ୍ଫୋରକ ଲଗାଇ ଆକ୍ରମଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?