୨ ବର୍ଷ ପରେ ଫେରିଲେ ଗାଁକୁ

ଭେଡେନ,୨୯।୭(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନ ଗୋଡ଼ଭଗା-ସୋନପୁର ୫୪ ନମ୍ବର ରାଜ୍ୟ ରାଜପଥର ପଧାନପାଲି ଗ୍ରାମରେ ଥିବା ଆବର୍ଜନା କୁଣ୍ଡ ନିକଟରେ ଆଶ୍ରୟ ନେଇଥିବା ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର କରି ଶନିବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ପ୍ରକାଶ ଯେ, ଖୋର୍ଦ୍ଧା ଜିଲା ବେଗୁନିଆଁ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧୀନ ଲୋକିପୁର ଗ୍ରାମର ହାଡ଼ିବନ୍ଧୁ ନାୟକଙ୍କ ବଡ଼ ପୁଅ ସୂର୍ଯ୍ୟକାନ୍ତ (୩୨) ମେଣ୍ଢା ଚରାଇବାକୁ ଯାଇ ପ୍ରାୟ ୨ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କର ସନ୍ଧାନ ପାଇ ନ ଥିଲେ। ଏ ନେଇ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ହେଲେ ସୂର୍ଯ୍ୟକାନ୍ତ ୨ବର୍ଷ ହେବ ପଧାନପାଲି ଆବର୍ଜନା କୁଣ୍ଡ ନିକଟରେ ଖରା ବର୍ଷା ଶୀତରେ ପଡ଼ି ରହିଥିଲେ। କୌଣସି ସହୃଦୟ ବ୍ୟକ୍ତି କିଛି ଖାଇବାକୁ ଦେଲେ ସେ ଖାଇ ରହୁଥିଲେ। ଏପରିକି ଦିନେ ଦିନେ ଭୋକ ଉପାସରେ ପଡ଼ି ରହୁଥିଲେ। କିଛି ଦିନ ତଳେ ଋଷୁଡ଼ା ଫାଣ୍ଡି ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଯୁବକଙ୍କୁ ଦେଖି ଗାଡ଼ି ଅଟକାଇଥିଲେ। ପରେ ଫାଣ୍ଡି ଅଧିକାରୀ ପ୍ରେମରାଜ ସାହୁ ଯୁବକଙ୍କ ସମସ୍ତ ତଥ୍ୟ ପଚାରି ବୁଝିଥିଲେ। ଯୁବକଙ୍କ ସାମାନ୍ୟ ମସ୍ତିଷ୍କ ବିକୃତି ରହିଥିବା ବେଳେ ସେ କେମିତି ଏଠାକୁ ଆସିଲେ କିଛି କହି ପାରି ନ ଥିଲେ।
ତେବେ ସେ ଘରକୁ ଫେରିବାକୁ ଚାହୁଁଥିବା ପୋଲିସ ଆଗରେ କହିଥିଲେ। ପୋଲିସ ତୁରନ୍ତ ବେଗୁନିଆଁ ଥାନା ସହିତ ଯୋଗାଯୋଗ କରିଥିଲେ। ଖବର ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚି ଥିଲା । ପରେ ପରିବାର ଲୋକେ ଋଷୁଡ଼ାରେ ପହଞ୍ଚି ପୋଲିସ, ଗ୍ରାମବାସୀ ଏବଂ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ସୂର୍ଯ୍ୟକାନ୍ତଙ୍କୁ ନେଇ ଘରକୁ ଫେରିଥିଲେ। ଏନେଇ ପରିବାର ଲୋକେ ଫାଣ୍ଡି ଅଧିକାରୀଙ୍କ ମହନୀୟତା, ସ୍ଥାନୀୟ ଗ୍ରାମବାସୀ ଏବଂ ସରପଞ୍ଚଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?