କେନାଲରେ ବୁଡ଼ି ଯୁବକ ମୃତ
ହାଟଡ଼ିହୀ,୭l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ଶଢ଼ା କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଶଢ଼ା ଗ୍ରାମର ହାଡ଼ିବନ୍ଧୁ ଦାସଙ୍କ ପୁଅ ସୌମ୍ୟରଞ୍ଜନ ଦାସ (୨୬)। ସେ ଗୁରୁବାର ସନ୍ଧ୍ୟା ସମୟରେ କେନାଲକୁ ଶୌଚ ହେବାକୁ…
ନାବାଳିକା ଅସଦାଚରଣ ମାମଲା, ଦୋଷୀଙ୍କୁ ୩ ବର୍ଷ ଜେଲ
ବାଲେଶ୍ୱର, ୭।୭(ମାନସ ବିଶ୍ୱାଳ): ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ରଞ୍ଜନ କୁମାର ସୂତାର ଅଭିଯୁକ୍ତ ଜାକିର ଖାଁ (୨୨)ଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୨ ହଜାର ଟଙ୍କା…
ବାହାନଗା ଟ୍ରେନ୍ ଦୁର୍ଘଟଣା: ବନ୍ଧା ହେଲେ ୩ ରେଳ କର୍ମଚାରୀ
ବାଲେଶ୍ବର,୭।୭(ମାନସବିଶ୍ୱାଳ): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୩ଜଣ ରେଳ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି। ଗିରଫ କର୍ମଚାରୀମାନେ ହେଲେ ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ…
ବାଡିଘେରରୁ ମିଳିଲା ନରକଙ୍କାଳ
ତିହିଡ଼ି,୭।୭(ସଞ୍ଜିତ୍ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବିଲଣା ପଞ୍ଚାୟତ ମିରିପୁର ରାସ୍ତାପାଶର୍ବରେ ଥିବା ଜଣେ ବ୍ୟକ୍ତିଙ୍କ ବାଡିଘେରରୁ ନରକଙ୍କାଳ ଶୁକ୍ରବାର ପୋଲିସ ଜବତ କରିଛି। ଦୀର୍ଘଦିନ ଧରି ଏଠାରେ କୌଣସି ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିବା ଫଳରେ ଏହା କଙ୍କାଳରେ…
କାର୍ ଧକ୍କାରେ ଚାଲିଗଲା ହୋମଗାର୍ଡଙ୍କ ଜୀବନ
ରାଇରଙ୍ଗପୁର,୭ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ନାଉଯୋଡ଼ା ପୋଲ ନିକଟବର୍ତ୍ତୀ ୨୨୦ନଂ. ଜାତୀୟ ରାଜପଥରେ ଗୁରୁବାର ରାତିରେ କାର୍ ଧକ୍କାରେ ବିଶୋଇ ଥାନାର ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସମ୍ପର୍କୀୟ ଭାଇ ଗୁରୁତର ହୋଇଛନ୍ତି।…
୨ ଘଣ୍ଟାର ପରିଶ୍ରମ ପରେ ଜୀବିତ ଉଦ୍ଧାର ହେଲା ଷଣ୍ଢ
ନାକଟିଦେଉଳ,୭ା୭(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ବାଟଗାଁ ପଞ୍ଚାୟତ କୁଞ୍ଜାମୁରା ଗ୍ରାମର ଏକ ଖୋଲା କୂଅ ଭିତରେ ପଡ଼ିଥିବା ବୁଲା ଷଣ୍ଢକୁ ଶୁକ୍ରବାର ଦମକଳ ବାହିନୀ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଏକ ବୁଲା ଷଣ୍ଢ କୌଣସି କାରଣରୁ…
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭାଜପା ନେତା
ଗଞ୍ଜାମ,୭।୭(ବିଦ୍ୟାଧର ସାହୁ ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଛତ୍ରପୁର ନିର୍ବାଚନମଣ୍ଡଳୀ ଭାଜପା ନେତା ଓ କର୍ମୀ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏହି ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପାଦୁକାଇ ମନ୍ଦିର ପ୍ରାଙ୍ଗଣରେ ଭାଜପା ପକ୍ଷରୁ ଗରିବ କଲ୍ୟାଣ ସମାବେଶ…
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ବୁଲାଇଲେ କଳାକନା
ବ୍ରହ୍ମପୁର,୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଲୁଟିଆ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି। ଗୋଷାଣିନୂଆଗାଁ ଥାନା ଅଧୀନ ମୟୂରୀବିହାରରେ ରହୁଥିବା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ଲୁଟେରା କଳାକାନା ବୁଲାଇଛନ୍ତି। ଏ ନେଇ ଗୃହକର୍ତ୍ତା ଅନିଲ କୁମାର ପାଣିଗ୍ରାହୀ ଥାନାରେ ଅଭିଯୋଗ କରିଛନ୍ତି।…
କୋଏଲ ନଦୀରେ ବୁଡ଼ି ନାବାଳକଙ୍କ ଜୀବନଗଲା
ରାଉରକେଲା,୭।୭(ସଂଗୀତା ଜେନା): ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜମସେରା ଘାଟ କୋଏଲ ନଦୀରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଖବରପାଇ ଘଟଣାସ୍ଥଳରେ ରାଉରକେଲା ଅଗ୍ନିଶମ ଟିମ୍ ପହଞ୍ଚି ମୃତଦେହ ଜବତ କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ…
ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ନେଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା
ଛତ୍ରପୁର,୭।୭(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ନୂତନ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ବିରାଟ…
ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ
ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ ଥିବାବେଳେ ଏପଟେ ଶୁକ୍ରବାରଠାରୁ ଇନ୍ଦ୍ରାବତୀ ବହୁମୁଖି ଜଳ ବିଦ୍ୟୁତ ପ୍ରକଳ୍ପରୁ କେନାଲ ମାଧ୍ୟମରେ ପାଣି…
ସ୍ତ୍ରୀ ନେଲେଥିଲେଋଣ: ସ୍ବାମୀଙ୍କୁ ବାନ୍ଧିଲେ ମହିଳା
ଚାନ୍ଦବାଲି, ୭।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଏନ୍ଏସି ଅଧୀନ କୃଷ୍ଣନଗରରେ ମହିଳାମାନଙ୍କ କଙ୍ଗାରୁକୋର୍ଟ ଦେଖିବାକୁ ମିଳିଛି । ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ କୃଷ୍ଣ ନଗରର ମହିଳା ଗୋଷ୍ଠୀ ଋଣ ନେଇଥିଲେ । ଉକ୍ତ ମହିଳା ଗୋଷ୍ଠୀର ମେମ୍ବର…

