ଅକ୍ଟୋବରରେ ‘ଫିଜିକ୍ସ ଓ୍ବାଲ୍‌’ର ବୃତ୍ତି ପରୀକ୍ଷା

ଭୁବନେଶ୍ୱର,୨୦।୮:ଦେଶର ପ୍ରମୁଖ ଘରୋଇ ୟୁନିକର୍ନ ଇ-ଟେକ୍‌ କମ୍ପାନୀ ତଥା କୋଚିଂ ସେଣ୍ଟର ‘ଫିଜିକ୍ସ ଓ୍ବାଲ୍‌’ (ପିଡବ୍ଲ୍ୟୁ)ର ବହୁ ପ୍ରତୀକ୍ଷିତ ପ୍ରବେଶିକା ପରୀକ୍ଷା ‘ପିଡବ୍ଲ୍ୟୁଏନ୍‌ଏସ୍‌ଏଟି-୨୦୨୩’ (ଫିଜିକ୍ସ ଓ୍ବାଲ୍‌ ନ୍ୟାଶନାଲ ସ୍କଲାରଶିପ କମ୍‌ ଆଡମିଶନ ଟେଷ୍ଟ) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପିଡବ୍ଲ୍ୟୁର ଭୁବନେଶ୍ୱର ସେଣ୍ଟର ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଯୋଗଦେଇ ସେଣ୍ଟର ହେଡ୍‌ ସୁଜା ଅହମ୍ମଦ ଏବଂ ବାଣିଜ୍ୟ ମୁଖ୍ୟ ସିଦ୍ଧାର୍ଥ ଶଙ୍କର ଛୋଟରାୟ ପ୍ରବେଶିକା ପରୀକ୍ଷା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୧ରୁ ୧୫ ମଧ୍ୟରେ ଏହି ପ୍ରବେଶିକା ପରୀକ୍ଷା ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ପ୍ଲାଟ୍‌ଫର୍ମରେ ହେବ। ବିଶେଷକରି ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ ଉକ୍ତ ପ୍ରବେଶିକା ପରୀକ୍ଷାରେ ଅଂଶ ଗ୍ରହଣ କରିପାରିବେ।
ଏ ସମ୍ପର୍କରେ ପିଡବ୍ଲ୍ୟୁର ସିଇଓ (ବିଦ୍ୟାପୀଠ ଅଫ୍‌ଲାଇନ) ଅଙ୍କିତ ଗୁପ୍ତା କହିଛନ୍ତି, ଛାତ୍ରୀଛାତ୍ରଙ୍କ ସ୍ବପ୍ନ ପୂରଣ ସହ ଶିକ୍ଷାର ବିକାଶ ଏବଂ ଶିକ୍ଷିତ ସମାଜ ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ଏକ ପଦକ୍ଷେପ ସମ୍ପର୍କରେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷର ପ୍ରବେଶିକା ପରୀକ୍ଷାରେ ଶ୍ରେଷ୍ଠସ୍ଥାନ ହାସଲ କରିଥିବା କୃତୀ ଛାତ୍ରୀଛାତ୍ରମାନଙ୍କୁ ପ୍ରାୟ ୨୦୦ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ ସହ ସ୍ବପ୍ନ ପୂରଣ ପାଇଁ ଆବଶ୍ୟକ ସହଯୋଗ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଯୋଗାଇଦିଆଯିବ। ଏପରିକି ‘ପିଡବ୍ଲ୍ୟୁଏନ୍‌ଏସ୍‌ଏଟି-୨୦୨୩’ ଉଭୟ ଅଫ୍‌ଲାଇନ ଏବଂ ଅନ୍‌ଲାଇନରେ ଅନୁଷ୍ଠିତ ହେବ। ଅଫ୍‌ଲାଇନ ପରୀକ୍ଷା ୨୦୨୩ ଅକ୍ଟୋବର ୧, ୮ ଏବଂ ୧୫ରେ ହେବାକୁ ଥିବାବେଳେ ଅନ୍‌ଲାଇନ ପରୀକ୍ଷା ୨୦୨୩ ଅକ୍ଟୋବର ୧ ଏବଂ ୧୫ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଅକ୍ଟୋବର ୨୦ରେ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶିତ ହେବ ବୋଲି ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ଅଧରାତିରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ବାବୁଲାଙ୍କ ଜୀବନ

ବୀରମହାରାଜପୁର,୯।୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୁମରକେଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri