Odisha Elections 2024

ପ୍ରେମିକ ଶିକ୍ଷକଙ୍କୁ ଭେଟିବାକୁ ଯାଇ ଛାତ୍ରୀଙ୍କ ଜୀବନ ଗଲା

ବେଲଗୁଣ୍ଠା,୨୦ା୮(କୃଷ୍ଣଚନ୍ଦ୍ର ପଟ୍ଟନାୟକ):ପ୍ରେମିକ ଟ୍ୟୁଶନ ଶିକ୍ଷକଙ୍କୁ ଭେଟିବାକୁ ଯାଇ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ତେବେ ପ୍ରେମଜନିତ ସମ୍ପର୍କକୁ ନେଇ ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକ ହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶିକ୍ଷକଜଣଙ୍କ ଫେରାର ହୋଇଯାଇଛନ୍ତି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମୁଜାଗଡ଼ ଗ୍ରାମରେ।
ଅଭିଯୋଗ ଅନୁସାରେ, ୨୦୦୪ରେ ସୋରଡ଼ା ଅଞ୍ଚଳର ଶ୍ୟାମଘନ ଗୌଡ଼ ମୁଜାଗଡ଼ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ମୁଜାଗଡ଼ ଗ୍ରାମର ଫିରୋଜକାନ୍ତ ସାହୁଙ୍କ ନାବାଳିକା ଝିଅ ଜ୍ୟୋତିରେଖାଙ୍କୁ ଶିକ୍ଷକ ଶ୍ୟାମଘନ ସେତେବେଳେ ଟ୍ୟୁଶନ କରୁଥିଲେ। ପାଠପଢ଼ା ଭିତରେ ଶିକ୍ଷକ ଓ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହର ପ୍ରଲୋଭନ ଦେଖାଇ ଶିକ୍ଷକ ଶ୍ୟାମଘନ ଜ୍ୟୋତିରେଖାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ୨୦୧୯ରେ ଶ୍ୟାମଘନ ମୁଜାଗଡ଼ରୁ ବଦଳି ହୋଇ କ୍ଷତ୍ରିୟବରପୁର ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଚାଲି ଯାଇଥିଲେ। ଏହାପରେ ସେ ଅନ୍ୟତ୍ର ବିବାହ କରିଥିଲେ ମଧ୍ୟ ଜ୍ୟୋତିରେଖାଙ୍କୁ ପ୍ରେମ ଜାଲରେ ବାନ୍ଧି ରଖିଥିଲେ। ଶନିବାର ଭୋର ସମୟରେ ଜ୍ୟୋତିରେଖା ଘରେ କାହାକୁ କିଛି ନ ଜଣାଇ କୁଆଡ଼େ ପଳାଇ ଯାଇଥିଲେ। ସକାଳ ପ୍ରାୟ ୯ଟାରେ ଶ୍ୟାମଘନ ଜ୍ୟୋତିରେଖାଙ୍କ ମୋବାଇଲ୍‌ରୁ ତାଙ୍କ ବାପା ଫିରୋଜକାନ୍ତଙ୍କୁ ଫୋନ୍‌ କରି ଝିଅ ବିଷ ଖାଇଦେଇଥିବା ଏବଂ ସେ ଗୋବରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜଣାଇଥିଲେ। ଫିରୋଜକାନ୍ତ ଗୋବରା ମେଡିକାଲ୍‌ରେ ପହଞ୍ଚତ୍ ତାଙ୍କ ଝିଅର ମୃତଦେହ ପଡିଥିବା ଦେଖିଥିଲେ। ଡାକ୍ତରଙ୍କଠାରୁ ବିଷକ୍ରିୟା ଯୋଗୁ ଜ୍ୟୋତିରେଖାଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ତେବେ ଶ୍ୟାମଘନ ନିଜ ରାସ୍ତାରୁ କଣ୍ଟା ହଟାଇବା ପାଇଁ ଜ୍ୟୋତିରେଖାଙ୍କୁ ବିଷ ଦେଇ ମାରିଦେବା ସହିତ କୁଆଡ଼େ ଫେରାର ହୋଇଯାଇଥିବା ନେଇ ଫିରୋଜକାନ୍ତ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଗୋବରା ମେଡିକାଲ୍‌ରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ରହ୍ମପୁର ଏଫ୍‌ଏମ୍‌ଟିକୁ ପଠାଇବା ସହିତ ୬୧୫/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜ୍ୟୋତିରେଖାଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri