ପୁରୀରୁ କାକଟପୁର ମୋ ବସ୍ ସେବା ଆରମ୍ଭ
ପୁରୀ,୨।୭(ଅଜିତ୍ ମହାନ୍ତି)ଜୁଲାଇ ୧ଠାରୁ ବିଧିବଦ୍ଧ ଭାବେ ପୁରୀରୁ କାକଟପୁର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦାରା ମୋ ବସ୍ ସେବା ଆରମ୍ଭ ହୋଇଯାଇଛି। ଏହି ବସ୍ ଭାୟା ବାଲିଘାଇ ଛକ ଓ କୋଣାର୍କ ହୋଇ ଯାତାୟାତ କରିବ। କୋଣାର୍କ ଏକ ଅନ୍ତର୍ଜାତୀୟସ୍ଥରୀୟ ପର୍ଯ୍ୟଟନସ୍ଥଳୀ,…
ଆଜି ମହାପ୍ରଭୁଙ୍କୁ ଲାଗି ହେବ ନୀଳାଚଳ ଅବଢ଼ା
ପୁରୀ,୨।୭(ଅଜିତ୍ ମହାନ୍ତି)ନବଦିନାମତ୍କ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହ ଏବେ ଶ୍ରୀମନ୍ଦିର ରତ୍ନସିଂହାସନରେ ଗୋଟି ପହଣ୍ଡିରେ ବିଜେ କରିଛନ୍ତି। ସ୍ନାନପୂର୍ଣ୍ଣିମାଠାରୁ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦି ମହାପ୍ରଭୁଙ୍କ ବିଜେ ପରେ ପୁଣି ଶ୍ରୀମନ୍ଦିର ପୂର୍ଣ୍ଣ ହୋଇଉଠିଛି। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ…
ତାଳଦଣ୍ଡା କେନାଲ: ଜଳ ପ୍ରବାହକୁ ନେଇ ଅନିଶ୍ଚିତତା
କଟକ ସଦର,୨।୭(ସୁଶାନ୍ତ କୁମାର ଜେନା)ଚଳିତବର୍ଷ ଜୁଲାଇ ୧ ତାରିଖ ସୁଦ୍ଧା ବର୍ଷାର ଅଭାବ ଦେଖାଦେଇଛି। ଏହାଛଡ଼ା ଗରମ ଓ ଗୁଳୁଗୁଳି ଲାଗି ରହିଛି। ଗଜା ମରୁଡି ଆଶଙ୍କାରେ କଟକ ସଦର ବ୍ଲକ ସମେତ ଜଗତ୍ସିଂହପୁର ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ତଳି ପକାଇବାକୁ…
ବରଫ ଅତଡ଼ା ଖସି ସେନା କର୍ମଚାରୀ ମୃତ
ପାଟକୁରା,୨।୭(ରବୀନ୍ଦ୍ରନାଥ ବାରିକ)ଲଦାଖରେ ବରଫ ଅତଡା଼ ଧସିବାରୁ ଶହୀଦ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲା ପାଟକୁରା ଅଞ୍ଚଳର ଦେବୀ ପ୍ରସନ୍ନ ସୂତାର। ସେ ଭାରତୀୟ ସୈନ୍ୟବାହିନୀରେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ସେ ଲଦାଖ…
ପଡ଼ିଆ ପଡ଼ିବ ୮ହଜାର ହେକ୍ଟର ଚାଷଜମି
ଖଇରା,୨।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଅଧୀନ ଖଇରା, ଔପଦା ଓ ସୋର ବ୍ଲକର କିଛି ଅଂଶ ଚାଷଜମିକୁ ଜଳସେଚିତ କରିବାକୁ ଏବେ ଭୂତଳଜଳ ପାଇପ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ହେଲେ ଠିକାଦାର ଏହାକୁ ଠିକ୍ ଢଙ୍ଗରେ କରୁ ନ ଥିବାରୁ ଚାଷୀଙ୍କ…
ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା ଚର୍ଚ୍ଚା
ବାଲେଶ୍ୱର/ବାହାନଗା,୨।୭(ମାନସ ବିଶ୍ୱାଳ/ ଅରୂପ କୁମାର ଦାସ)ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାକୁ ଜୁଲାଇ ୨ତାରିଖ ରବିବାର ଏକ ମାସ ପୂରିବ। ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। କେତେଜଣ ଆହତ ଘରକୁ ଫେରିଥିବାବେଳେ ଅନେକେ…
ବିପୁଳ ମାଓବାଦୀ ସାମଗ୍ରୀ ଜବତ
ମାଲକାନଗିର,୨।୭(ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ପୋଲିସ ଓ ବିଏସ୍ଏଫ୍ ବାହିନୀ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଜଡାମ୍ବ ଥାନା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଗତ ୨୯ ତାରିଖରେ ଜବତ କରାଯାଇଥିଲା। ଏ ସମ୍ପର୍କରେ ମାଲକାନଗିରି ଏସ୍ପି ନୀତୀଶ୍ ଓ୍ବାଧଓ୍ବାନି ଶନିବାର…
ସଂରକ୍ଷିତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ
ନୂଆପଡ଼ା,୨।୭(ମକାରୁ ବେମାଲ)ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲା ସିନାପାଲି ଥାନା ଝୋଲାପଡା ନିକଟ ଜଙ୍ଗଲରୁ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ଘଟଣାସ୍ଥଳରେ ପୋଲିସ ହାତ ତିଆରି ଗ୍ରେନେଡ ସହ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛି। ଏହା ପରେ ସ୍ଥାନୀୟ ଅଞ୍ଚଳରେ…
ଓଡ଼ିଶା ସରକାରଙ୍କ ଜମିପଟ୍ଟାକୁ ଗ୍ରାମବାସୀଙ୍କଠାରୁ ନେଇଯାଇଛି ଆନ୍ଧ୍ର
ନନ୍ଦପୁର,୨।୭ (ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଗ୍ରାମରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ ଯାଞ୍ଚ ପରେ ସ୍ପଷ୍ଟ ହୋଇଛି। ଆନ୍ଧ୍ର ତା’ର ସୀମା ଡେଇଁ ଓଡ଼ିଶା ସୀମାର ପ୍ରାୟ ଦେଢ଼ କି.ମି.ରୁ ଊର୍ଦ୍ଧ୍ୱ ଅଞ୍ଚଳରେ ଅନୁପ୍ରବେଶ କରିଛି। ଆନ୍ଧ୍ର ପ୍ରଶାସନ…
କିରାଣିଙ୍କୁ ମାଡ଼ମାରି ଚେୟାରରୁ ଠେଲିଦେଲେ ସିଡିପିଓ
ନବରଙ୍ଗପୁର,୨।୭(ସଦାଶିବ ପ୍ରହରାଜ)ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣି ସନ୍ତୋଷୀ କୁମାରୀ ମିଶ୍ରଙ୍କୁ ମାଡ଼ ମାରିବା ସହ ବସିଥିବା ଚୌକିରୁ ଠେଲିଦେଲେ ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣା। ମହିଳା କିରାଣିଙ୍କ ମୁଣ୍ଡ ଓ କହୁଣି କାନ୍ଥରେ ପିଟିହୋଇ ଆଘାତ…
ସାଧୁ ବେଶରେ ଲୁଚିଥିଲେ ୨୨ ବର୍ଷ
ବ୍ରହ୍ମପୁର,୨।୭(ସୁବାସ ଚନ୍ଦ୍ର ପାଢ଼ୀ)ତ୍ରିକୋଣୀୟ ପ୍ରେମକୁ ନେଇ ଗୁଜୁରାଟ ରାଜ୍ୟର ସୁରଟରେ ୨୦୦୧ରେ ଘଟିଥିବା ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ୨୨ବର୍ଷ ପରେ ଧରାପଡ଼ିଛନ୍ତି। ସୁରଟ ପୋଲିସର ଏକ ଟିମ୍ ଉତ୍ତରପ୍ରଦେଶର ମଥୁରା ନନ୍ଦଗ୍ରାମସ୍ଥିତ କୁଞ୍ଜୁକୁଟି ଆଶ୍ରମରେ ସାଧୁବେଶରେ ରହୁଥିବା ଅଭିଯୁକ୍ତ ଗୌରାଙ୍ଗ…
ଉଲ୍ଲେଖନୀୟ କାର୍ଯ୍ୟ: ରାଜ୍ୟରେ ମାଲକାନଗିରି ପ୍ରଥମ
ମାଲକାନଗିର,୨।୭(ଦୁର୍ଯ୍ୟୋଧନ ପାତ୍ର)ଯୋଜନା ଓ ସଂଯୋଜନ ବିଭାଗରେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ଲାଗି ମାଲକନଗିରି ଜିଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲକରି ଶନିବାର ପୁରସ୍କୃତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ ଯୋଜନା…

