ସାହିତି୍ୟକା ତଥା ସାମାଜିକ କର୍ମୀ ଉଷାରାଣୀ ମହାନ୍ତି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ଖୋର୍ଦ୍ଧା ଜିଲାର ମହତପଲା ଗାଁରେ ମୋ ଜନ୍ମ। ଦଶମ ପଢିବାବେଳେ ମୋ ବାହାଘର ହୋଇଗଲା। ଶାଶୁଘର କାକଟପୁରରେ ହୋଇଥିଲେ ହେଁ ସ୍ବାମୀ ଯେହେତୁ ବ୍ରହ୍ମପୁରରେ ଚାକିରି କରୁଥିଲେ, ତେଣୁ ମୁଁ ଯାଇ ବ୍ରହ୍ମପୁରରେ ରହିଲି। ପାଠପଢା ପ୍ରତି ମୋର ଆଗ୍ରହ ଥିବା ଜାଣି ସ୍ବାମୀ ମୋତେ ପୁଣି ପାଠ ପଢିବାକୁ ସୁଯୋଗ ଦେଲେ। ତାଙ୍କରି ସହଯୋଗରେ ୧୯୭୧ରେ ମୁଁ ଏକାଦଶ ପାସ୍‌ କଲି। ତା’ପରେ ଛୁଆ ପିଲାଙ୍କ ଜଞ୍ଜାଳ ଭିତରେ ଆଉ ପଢି ପାରିଲି ନାହିଁ। ସ୍ବାମୀଙ୍କର ଚାକିରିରେ ବଦଳି ଯୋଗୁ କିଛିଦିନ ପୁରୀ, ତା’ପରେ ସମ୍ବଲପୁର ଆଉ ଯେବେ କଟକକୁ ଆମେ ଆସିଲୁ, ସେତିକିବେଳେ ମୋତେ କିଛିଟା ସମାଜସେବା କରିବାର ସୁଯୋଗ ମିଳିଥିଲା; ଯାହାକି ମୋତେ ବେଶ୍‌ ଆନନ୍ଦ ଦେଇଥିଲା। ଭୁବନେଶ୍ୱର ବଦଳି ହୋଇ ଆସିବା ପରେ ପ୍ରଥମେ ଆମେ କେତେଜଣ ମହିଳା ମିଶି ଏକ ମହିଳାସମିତି ଗଢିଲୁ ଆଉ ସେଠି ବିଭିନ୍ନ ପ୍ରକାରର ମସଲାଦ୍ରବ୍ୟ ତିଆରି କରି କେତେକ ହଷ୍ଟେଲକୁ ଯୋଗାଇଲୁ। ତା’ପରେ କାବ୍ୟଭାରତୀ ସୁନ୍ଦରମଣି ପଟ୍ଟନାୟକଙ୍କ ସହ ମୋର ପରିଚୟ ହେଲା; ଯିଏକି ସେତେବେଳେ ଜନତା ଦଳର ଜଣେ ସଦସ୍ୟା ଥିଲେ। ତାଙ୍କରି ସହାୟତାରେ ମୁଁ ବି ଜନତା ଦଳର ଜଣେ ସଦସ୍ୟା ହୋଇଗଲି। ବାସ୍‌ ତା’ପରଠୁ ମୁଁ ସମାଜସେବା କ୍ଷେତ୍ରରେ ବେଶ୍‌ ସକ୍ରିୟ ରହିବାକୁ ଲାଗିଲି। ସମାଜସେବା ବ୍ୟତିତ କବିତା ଲେଖାରେ ରୁଚି ଥିବାରୁ ଅନେକ କବିତା ବି ଲେଖିଲି; ଯାହା ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହେଲା। ଆଉ ଯେଉଁଥିପାଇଁ ମୋତେ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନେକ ସ୍ବୀକୃତି ଓ ସମ୍ମାନ ମଧ୍ୟ ମିଳିଲା। ତେବେ ଏହି କବିତା ଲେଖା ପାଇଁ ଲେଖିକା ସଂସଦ ତରଫରୁ ମିଳିଥିବା ୧୦୦୦ ଟଙ୍କା ଓ ଏକ ସାଲ୍‌ର ଉପହାରକୁ ମୁଁ କେବେ ବି ଭୁଲି ବି ନାହିଁ। କାରଣ ଏହା ଥିଲା ମୋ ଜୀବନର ପ୍ରଥମ ପୁରସ୍କାର ରାଶି; ଯାହାର ଖୁସିକୁ ମୁଁ ମୋ ପରିବାର ଲୋକଙ୍କ ସାଙ୍ଗେ ବାଣ୍ଟିଥିଲି। କବିତା ଲେଖିବା ସହିତ ସେ ସମୟରେ ‘ନିୟନ୍ତା’ ନାମକ ଏକ ପତ୍ରିକାର ମଧ୍ୟ ମୁଁ ସମ୍ପାଦନା କରୁଥିଲି। କ୍ରମେ ମହିଳା ବ୍ୟାଙ୍କ୍‌ର ଡାଇରେକ୍ଟର, ଅଳକାର ଡାଇରେକ୍ଟର ତଥା ଓପୋଲ୍‌ଫେଡ୍‌ର ଡାଇରେକ୍ଟର ଭାବେ ବି କାମ କରିବାର ସୁଯୋଗ ପାଇଲି। କେବଳ ସେତିକି ନୁହେଁ, ଉତ୍କଳ ସମ୍ମିଳନୀର ଜଣେ ସଦସ୍ୟା ଭାବେ ୧୯୯୪ରେ ଯୋଗ ଦେଇଥିଲି ଆଉ ଏବେ ମୁଁ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ଭାଇସ୍‌ ପ୍ରେସିଡେଣ୍ଟ ଅଛି। ଏହାଛଡ଼ା ମହିଳା ଦକ୍ଷତା ସମିତିର ଓଡିଶା ହେଡ୍‌, ବରିଷ୍ଠ ନାଗରିକ ମଞ୍ଚର ଏକ୍‌ଜିକ୍ୟୁଟିଭ୍‌ ମେମ୍ବର ତଥା ଭିମଟାଙ୍ଗିସ୍ଥିତ ଓ୍ବାର୍କ ଆସୋସିଏଶନ୍‌ର ଭାଇସ୍‌ ପ୍ରେସିଡେଣ୍ଟ ଦାୟିତ୍ୱ ବି ମୁଁ ଏବେ ତୁଲାଉଅଛି। ତେବେ ଏଠାରେ କହି ରଖିବାକୁ ଚାହେଁ ଯେ, ଆଗରୁ ନିୟମିତ ଭାବେ କବିତା ପାଠୋତ୍ସବରେ ଯୋଗ ଦେଉଥିଲି; କିନ୍ତୁ ଏବେ ବୟସ ହୋଇଯିବାରୁ ଆଉ ଯାଇପାରୁନି। ହେଲେ ସମାଜସେବା ସେମିତି ଜାରି ରହିଛି। କାରଣ ଏହା ମୋ ଜୀବନ। ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଅସହାୟଙ୍କୁ ସାହାଯ୍ୟ କରିଚାଲିଥିବି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପ୍ରତିବାଦରେ ଉତ୍ତେଜନା: ସବଷ୍ଟେସନରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍ ବିଭାଗର ଚରମ ଅବହେଳାକୁ ନେଇ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri