ଉପକୂଳ ମିଳିତ ସମରାଭ୍ୟାସ ସାଗରକବଚ ଆରମ୍ଭ
ପାରାଦୀପ,୧୨।୪(ସ୍ବ.ପ୍ର.): ଓଡ଼ିଶାର ୪୮୨ କିମି ପୂର୍ବ ଉପକୂଳରେ ମଙ୍ଗଳବାରଠାରୁ ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗରକବଚ ଆରମ୍ଭ ହୋଇଛି। ଏହା ବୁଧବାର ସା ପର୍ଯ୍ୟନ୍ତ ଚାଲିବ। କୋଷ୍ଟଗାର୍ଡ, ନୌସେନା, ମେରାଇନ ପୋଲିସ, ଓଡିଶା ପୋଲିସ, ସିଆଇଏସ୍ଏଫ, କଷ୍ଟମ୍ସ, ମତ୍ସ୍ୟ ବିଭାଗ, ପାରାଦୀପ ବନ୍ଦର,…
ଖରାଦିନ ଆରମ୍ଭରୁ ରାଜକନିକାରେ ଜଳକଷ୍ଟ
ରାଜକନିକା,୧୨।୪(ଡି.ଏନ.ଏ.): ଖରାର ପ୍ରକୋପ ଯେତେ ଯେତେ ବଢୁଛି, ପାନୀୟ ଜଳର ସେତେ ଅଭାବ ପରିଲକ୍ଷିତ ହେଉଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଞ୍ଚଳରେ ଲୋକେ ଏବେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଯେଉଁ ବ୍ଲକରୁ ଦିନେ ସରକାରୀ ଖାତା…
୫୦ କୋଟି ପ୍ରାପ୍ୟ ପାଇଁ ଗାଁରୁ ଆରମ୍ଭ ହେବ ଆନ୍ଦୋଳନ
ଯାଜପୁର ଅଫିସ,୧୨।୪ : ଓଡ଼ିଶା ଖଣି ନିଗମ ସୁକିନ୍ଦା ଉପତ୍ୟକାର କଲରଙ୍ଗୀ କ୍ରୋମାଇଟ ଖଣି ଶ୍ରମିକଙ୍କ ହକ୍ ପ୍ରାପ୍ୟ ୫୦ କୋଟି ଟଙ୍କା ପ୍ରଦାନ ନ କଲେ ବ୍ୟାପକ ଆନ୍ଦୋଳନ ହେବ। ଏହାବାଦ୍ ଘରକୁ ଘର ଯାଇ ଏକ ଅଭିନବ ଅଭିଯାନ…
ହସ୍ତାନ୍ତର ହୋଇନି ୪୦୦ ଏକର ଜମି
ଯାଜପୁର ଅଫିସ,୧୨।୪: ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା କୁଆଖିଆଠାରୁ ଭାୟା ଯାଜପୁର, ଆରଡି ସାତଭାୟା ୨୦ନଂ.ଜାତୀୟ ରାଜପଥ(ଏନ୍ଏଚ୍)ପ୍ରକଳ୍ପ ଫଳକରେ ସୀମିତ ରହିଛି। ଏଥିପାଇଁ ପ୍ରାୟ ୪୦୦ ଏକର ଜମି ଏନ୍ଏଚ୍ଏଆଇକୁ ଏଯାଏ ହସ୍ତାନ୍ତର ହୋଇ ନ ଥିବାରୁ କାମ ଆରମ୍ଭ ହୋଇ ପାରିନାହିଁ।…
ବଳରାମ ଯୋଜନାରେ ଉପକୃତ ହେବେ ବୁଣାକାର
ରସୁଲପୁର,୧୨।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗ୍ରାମର ବୁଣାକାରଙ୍କୁ ସମବାୟ ବିଭାଗ ପକ୍ଷରୁ ଋଣ ପ୍ରଦାନ କରିବାକୁ ନେଇ ଏକ ବୈଠକ ସମିତି ସଭାପତି ନରେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ, ବୁଣାକାର, ଶିଳ୍ପୀ,…
ବୁରୁସାହିକୁ ଆଦର୍ଶ ଗ୍ରାମ ନିର୍ଦ୍ଦେଶରେ ସୀମିତ
ଜେନାପୁର,୧୨।୪(ଡି.ଏନ.ଏ.): ଯାଜପୁର ଜିଲାର ଦ୍ୱିତୀୟ ନଗଡ଼ା ଭାବେ ଧର୍ମଶାଳା ବ୍ଲକ୍ ଅଧୀନ ଅଞ୍ଜିରା ପଞ୍ଚାୟତର ବୁରୁସାହି ଗ୍ରାମ ପରିଚିତ। ଏହି ଗ୍ରାମରେ ଦୀର୍ଘ ବର୍ଷ ଧରି ମୟୂରଭଞ୍ଜ ଓ କେନ୍ଦୁଝର ଅଞ୍ଚଳରୁ ୨୫ରୁ ଊଦ୍ଧର୍ବ ଆଦିବାସୀ ପରିବାର ଆସି ବସବାସ କରୁଛନ୍ତି।…
ସଞ୍ଜ ନିଆଁରୁ ଜଳିଗଲା ବାଇକ୍, ୨ ଗୁରୁତର
ଜଗତ୍ସିଂହପୁର ଅଫିସ, ୧୨।୪: ଜଗତ୍ସିଂହପୁର ସହର ନିକଟ ମଠ ତର୍ତ୍ତଙ୍ଗ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସଞ୍ଜ ନିଆଁ ସଂସ୍ପର୍ଶରେ ଆସି ଏକ ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ୨ ଗୁରୁତର ଓ ୨ ଆହତ ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ…
ଚଣ୍ଡିଖୋଲ-ପାରାଦୀପ ଏନ୍ଏଚ୍ ପାଲଟିଛି ମୃତ୍ୟୁଯନ୍ତା
ଚଣ୍ଡିଖୋଲ,୧୨।୪(ଡି.ଏନ.ଏ.): ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଜାତୀୟ ରାଜପଥ(ଏନ୍ଏଚ୍) ଏବେ ନିରାପଦ ନୁହେଁ, ଏହା ମୃତ୍ୟୁଯନ୍ତା ପାଲଟିଛି। ଏହି ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଜୀବନ ଯାଉଥିବାବେଳେ ଅଧିକାଂଶ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ରାସ୍ତା ଅବରୋଧ କରି ଠିଆ ହୋଇଥିବା ଲୁହାପଥର…
ଟ୍ରକ୍କୁ ପଛରୁ ପିଟିଲା ମାଛ ବୋଝେଇ ଟ୍ରକ୍: ଜଣେ ମୃତ, ତିନି ଗୁରୁତର
ବାଲେଶ୍ୱର ଅଫିସ ୧୨।୪: ବାଲେଶ୍ୱର ଜିଲା ୬୦ ନଂ. ଯାତୀୟ ରାଜପଥ ରୁପ୍ସା ଥାନା ଅନ୍ତର୍ଗତ ମିରିଗୀଗୁଣ୍ଡି ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ପଛପଟୁ ଆଉ ଏକ ମାଛ ବୋଝେଇ ଟ୍ରକ୍ ଧକ୍କାଦେବାରୁ ଜଣଙ୍କ…
ବଟକରାରେ ଛେଚି ବଡ଼ଭାଇଙ୍କୁ ହତ୍ୟା
ଦଶମନ୍ତପୁର,୧୨।୪(ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମୱାଗୁଡ଼ା ପଞ୍ଚାୟତ ଅଧୀନ ବଡ଼ବାଗ୍ରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ଭାଗବଣ୍ଟାରେ ସାନଭାଇ ରାଜି ନ ହୋଇ ବଟକରାରେ ଛେଚି ସମ୍ପର୍କୀୟ ବଡ଼ଭାଇଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ବିରିଙ୍ଗା ମୁଦୁଲି…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ
ସୋନପୁର/ବିନିକା,୧୨।୪(ନି.ପ୍ର./ଡି.ଏନ.ଏ.): ସୁବର୍ଣ୍ଣପୁର ବନଖଣ୍ଡ ବିନିକା ରେଞ୍ଜ ବାରଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ସକାଳେ ଏକ ଦନ୍ତାହାତୀର ମୃତଦେହ ଜବତ ହୋଇଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବାର୍ହା ଶିକାର ପାଇଁ ଶିକାରୀମାନେ ପାର୍ଶ୍ୱରେ ଯାଇଥିବା…
ରଥଯାତ୍ରା ପାଇଁ ୨୧୦ ସ୍ବତନ୍ତ୍ର ଟ୍ରେନ
ପୁରୀ ଅଫିସ,୧୨।୪: ଜୁନ ୨୦ରେ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ରଥକାଠ ମଧ୍ୟ ପର୍ଯ୍ୟାୟକ୍ରମେ ପୁରୀରେ ପହଞ୍ଚତ୍ବାରେ ଲାଗିଛି। ତେବେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମଙ୍ଗଳବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆର୍ଡିସି) ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ…
Archives


