ଦୁର୍ବଳ ରାସ୍ତା ଉପରେ ତାଳି ପକାଇଲେ ଠିକାଦାର

ରସୁଲପୁର,୨୨ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ ଓ କୁଆଖିଆ ସେକ୍ସନ ଅଧୀନ ହାଟ ସିଂହାପୁରଠାରୁ ଦନେଇପୁରକୁ ସଂଯୋଗ କରୁଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଅନୁଦାନରେ ସୁଦୃଢୀକରଣ କରାଯାଇଛି। ଉକ୍ତ ରାସ୍ତାର ୮କିମି.କୁ ପ୍ରଶସ୍ତୀକରଣ ଓ ସୁଦୃଢୀକରଣ ପାଇଁ ୬.୫କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ୩ ମାସ ପୁରି ନାହିଁ, ରାସ୍ତା ଉପରୁ ପିଚୁ ଓ କଙ୍କ୍ରିଟ ଉଠିଯାଉଛି । ସଡ଼କର ଏଭଳି ସ୍ଥିତିକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ଖବର ପ୍ରସାରଣ ପରେ ଠିକାଦାର ଦୋଷ ଲୁଚାଇବା ପାଇଁ ଦୁର୍ବଳ ରାସ୍ତା ଉପରେ ତାଳି ପକାଉଥିବା ଲକ୍ଷ୍ୟ କରାଯାଉଛି। ଏହି ରାସ୍ତାର ଏକାଧିକ ସ୍ଥାନରେ ତ୍ରୁଟି ବିଚ୍ୟୁତି ରହିଛି ବୋଲି ଅଭିଯୋଗ ହେଉଛି। ରାସ୍ତା ନିର୍ମାଣରେ ବ୍ୟବହୃତ ହୋଇଥିବା ସାମଗ୍ରୀର ମାନ ଓ ମିଶ୍ରଣ ଅନୁପାତକୁ ଯାଞ୍ଚ କରିବା ପାଇଁ ଲାବ୍ରୋଟାରୀକୁ ପଠାଯିବାକୁ ଦାବି ହୋଇଛି । ସେହିପରି ତଦନ୍ତ ବେଳେ ରାସ୍ତା ଖୋଳି ଆବଶ୍ୟକ ଯାଞ୍ଚ କରାଗଲେ ପ୍ରକୃତ ଚିତ୍ର ପଦାକୁ ଆସିପାରିବ ବୋଲି ଅରବିନ୍ଦ ରାଉତ, ଦିପ୍ତିମୟ ନାୟକ ପ୍ରମୁଖ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ଚୁକ୍ତି ମୁତାବକ ମେସର୍ସ ଗୌରବ କନ୍‌ଷ୍ଟ୍ରକ୍ସନ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି । ନିର୍ମାଣ କାର୍ଯ୍ୟ ୨୪ । ୫। ୨୦୨୨ରୁ ଆରମ୍ଭ ହୋଇ ୨୩ ା୫ା୨୩ରେ ଶେଷ ହୋଇଛି। ଉକ୍ତ ରାସ୍ତାର ରକ୍ଷାଣାବେକ୍ଷଣ ପାଇଁ ୨୮.୧୭ଲକ୍ଷ ଟଙ୍କା ଅଟକଳ ରଖାଯାଇଛି। ନିର୍ମାଣ ସରିବା ଦିନଠାରୁ ୫ବର୍ଷ ମଧ୍ୟରେ ରାସ୍ତା ଦୁର୍ବଳ ହୋଇଗଲେ ତାକୁ ମରାମତି କରାଯିବା ପାଇଁ ଉକ୍ତ ଅର୍ଥ ଉର୍ଦ୍ଦିଷ୍ଟ ବୋଲି ସୂଚନା ଫଳକରୁ ସୂଚନା ମିଳିଛି  । ଅଭିଯୋଗକାରୀଙ୍କ ମତ ହେଲା ରକ୍ଷଣାବେକ୍ଷଣର ଅର୍ଥ ନୁହେଁ ରାସ୍ତା ନିର୍ମାଣ ସରିବାର ମାତ୍ର ୩ ମାସ ପରେ ରାସ୍ତା ମରାମତି ହେବ । ରାସ୍ତା ଉପରୁ ପିଚୁ, ଗୋଡ଼ି ଉଠିଯିବ । ଏହାଛଡା ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ ଯାଜପୁର, ଜାରକା କାର୍ଯ୍ୟକୁ ତଦାରଖ କରୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ତଦାରଖ ସତ୍ତ୍ୱେ ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ରାସ୍ତାର ଅବସ୍ଥାରୁ ସ୍ପଷ୍ଟ ବାରି ହୋଇପଡୁଛି  । କେତେକ ସ୍ଥାନରେ ପ୍ରଶସ୍ତୀକରଣ ଅଂଶକୁ ଠିକ୍‌ ଭାବେ ରୋଲିଂ କରାଯାଇ ନ ଥିବାରୁ ରାସ୍ତା ଉପରେ ଫାଟ ସୃଷ୍ଟି ହେଉଛି । ହେଲେ ନିର୍ମାଣ ସରିବା ପରଠାରୁ ମରାମତି ଆବଶ୍ୟକ ପଡୁଥିବା ଘଟଣା ରାସ୍ତା ନିର୍ମାଣର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କେବଳ ମରାମତି ପାଇଁ ରାସ୍ତା ନିର୍ମାଣ ହୋଇଛି ବୋଲି ମନେ ହେଉଛି । ଏହି ରାସ୍ତାର ଏକାଧିକ ସ୍ଥାନରେ ଏଭଳି ସ୍ଥିତି ଉପୁଜି ଥିବାରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମନରେ ରାସ୍ତା ନିର୍ମାଣର ମାନକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ରାସ୍ତା ନିର୍ମାଣ ମାନର ତଦନ୍ତ ଦାବି କରି ସିଂହାପୁର ଅଞ୍ଚଳର କେତେଜଣ ଯୁବକ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ଏଥିସହ ରାସ୍ତାର ସ୍ଥିତିକୁ ନେଇ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଟୁଇଟର ଜରିଆରେ ଅବଗତ କରାଇଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?