ଦୁର୍ବଳ ରାସ୍ତା ଉପରେ ତାଳି ପକାଇଲେ ଠିକାଦାର

ରସୁଲପୁର,୨୨ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ ଓ କୁଆଖିଆ ସେକ୍ସନ ଅଧୀନ ହାଟ ସିଂହାପୁରଠାରୁ ଦନେଇପୁରକୁ ସଂଯୋଗ କରୁଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଅନୁଦାନରେ ସୁଦୃଢୀକରଣ କରାଯାଇଛି। ଉକ୍ତ ରାସ୍ତାର ୮କିମି.କୁ ପ୍ରଶସ୍ତୀକରଣ ଓ ସୁଦୃଢୀକରଣ ପାଇଁ ୬.୫କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ୩ ମାସ ପୁରି ନାହିଁ, ରାସ୍ତା ଉପରୁ ପିଚୁ ଓ କଙ୍କ୍ରିଟ ଉଠିଯାଉଛି । ସଡ଼କର ଏଭଳି ସ୍ଥିତିକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ଖବର ପ୍ରସାରଣ ପରେ ଠିକାଦାର ଦୋଷ ଲୁଚାଇବା ପାଇଁ ଦୁର୍ବଳ ରାସ୍ତା ଉପରେ ତାଳି ପକାଉଥିବା ଲକ୍ଷ୍ୟ କରାଯାଉଛି। ଏହି ରାସ୍ତାର ଏକାଧିକ ସ୍ଥାନରେ ତ୍ରୁଟି ବିଚ୍ୟୁତି ରହିଛି ବୋଲି ଅଭିଯୋଗ ହେଉଛି। ରାସ୍ତା ନିର୍ମାଣରେ ବ୍ୟବହୃତ ହୋଇଥିବା ସାମଗ୍ରୀର ମାନ ଓ ମିଶ୍ରଣ ଅନୁପାତକୁ ଯାଞ୍ଚ କରିବା ପାଇଁ ଲାବ୍ରୋଟାରୀକୁ ପଠାଯିବାକୁ ଦାବି ହୋଇଛି । ସେହିପରି ତଦନ୍ତ ବେଳେ ରାସ୍ତା ଖୋଳି ଆବଶ୍ୟକ ଯାଞ୍ଚ କରାଗଲେ ପ୍ରକୃତ ଚିତ୍ର ପଦାକୁ ଆସିପାରିବ ବୋଲି ଅରବିନ୍ଦ ରାଉତ, ଦିପ୍ତିମୟ ନାୟକ ପ୍ରମୁଖ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ଚୁକ୍ତି ମୁତାବକ ମେସର୍ସ ଗୌରବ କନ୍‌ଷ୍ଟ୍ରକ୍ସନ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି । ନିର୍ମାଣ କାର୍ଯ୍ୟ ୨୪ । ୫। ୨୦୨୨ରୁ ଆରମ୍ଭ ହୋଇ ୨୩ ା୫ା୨୩ରେ ଶେଷ ହୋଇଛି। ଉକ୍ତ ରାସ୍ତାର ରକ୍ଷାଣାବେକ୍ଷଣ ପାଇଁ ୨୮.୧୭ଲକ୍ଷ ଟଙ୍କା ଅଟକଳ ରଖାଯାଇଛି। ନିର୍ମାଣ ସରିବା ଦିନଠାରୁ ୫ବର୍ଷ ମଧ୍ୟରେ ରାସ୍ତା ଦୁର୍ବଳ ହୋଇଗଲେ ତାକୁ ମରାମତି କରାଯିବା ପାଇଁ ଉକ୍ତ ଅର୍ଥ ଉର୍ଦ୍ଦିଷ୍ଟ ବୋଲି ସୂଚନା ଫଳକରୁ ସୂଚନା ମିଳିଛି  । ଅଭିଯୋଗକାରୀଙ୍କ ମତ ହେଲା ରକ୍ଷଣାବେକ୍ଷଣର ଅର୍ଥ ନୁହେଁ ରାସ୍ତା ନିର୍ମାଣ ସରିବାର ମାତ୍ର ୩ ମାସ ପରେ ରାସ୍ତା ମରାମତି ହେବ । ରାସ୍ତା ଉପରୁ ପିଚୁ, ଗୋଡ଼ି ଉଠିଯିବ । ଏହାଛଡା ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ ଯାଜପୁର, ଜାରକା କାର୍ଯ୍ୟକୁ ତଦାରଖ କରୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ତଦାରଖ ସତ୍ତ୍ୱେ ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ରାସ୍ତାର ଅବସ୍ଥାରୁ ସ୍ପଷ୍ଟ ବାରି ହୋଇପଡୁଛି  । କେତେକ ସ୍ଥାନରେ ପ୍ରଶସ୍ତୀକରଣ ଅଂଶକୁ ଠିକ୍‌ ଭାବେ ରୋଲିଂ କରାଯାଇ ନ ଥିବାରୁ ରାସ୍ତା ଉପରେ ଫାଟ ସୃଷ୍ଟି ହେଉଛି । ହେଲେ ନିର୍ମାଣ ସରିବା ପରଠାରୁ ମରାମତି ଆବଶ୍ୟକ ପଡୁଥିବା ଘଟଣା ରାସ୍ତା ନିର୍ମାଣର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କେବଳ ମରାମତି ପାଇଁ ରାସ୍ତା ନିର୍ମାଣ ହୋଇଛି ବୋଲି ମନେ ହେଉଛି । ଏହି ରାସ୍ତାର ଏକାଧିକ ସ୍ଥାନରେ ଏଭଳି ସ୍ଥିତି ଉପୁଜି ଥିବାରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମନରେ ରାସ୍ତା ନିର୍ମାଣର ମାନକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ରାସ୍ତା ନିର୍ମାଣ ମାନର ତଦନ୍ତ ଦାବି କରି ସିଂହାପୁର ଅଞ୍ଚଳର କେତେଜଣ ଯୁବକ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ଏଥିସହ ରାସ୍ତାର ସ୍ଥିତିକୁ ନେଇ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଟୁଇଟର ଜରିଆରେ ଅବଗତ କରାଇଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri