ବ୍ୟବଚ୍ଛେଦ ପରେ ମୃତଦେହ କେହି ନେଲେନି

ନୂଆଗାଁ , ୨୨ା୮ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା କୃଷ୍ଣଚନ୍ଦ୍ରପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ତେବେ ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା କଥା ଶାଶୁ ଘର ଲୋକେ କହୁଥିବା ବେଳେ ଅଧିକ ଯୌତୁକ ପାଇଁ ଆମ ଝିଅକୁ ମାରି ଦିଆଯାଇଛି ବୋଲି ମୃତ ମହିଳାଙ୍କ ପରିବାର ପକ୍ଷରୁ ସୋମବାର ଲିଖିତ ଅଭିଯୋଗ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ଉଭୟ ପରିବାର ନେବା ପାଇଁ ରାଜି ହୋଇ ନ ଥିଲେ। ପୋଲିସ ଉଭୟ ପରିବାରକୁ ବୁଝାଶୁଝା କରିବା ସତ୍ତ୍ୱେ କେହି ଶୁଣି ନ ଥିଲେ। ଫଳରେ ପୋଲିସର ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଶେଷରେ ପୋଲିସ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମୃତଦେହକୁ ସଂସ୍କାର କରାଯାଇଛି।
ନୟାଗଡ ଥାନା ବରଦ୍ୱାର ଗ୍ରାମର ପାଣୁ ଚରଣ ବେହେରା ଝିଅ ସନ୍ଧ୍ୟାରାଣୀଙ୍କୁ ୪ ବର୍ଷ ପୂର୍ବେ କୃଷ୍ଣଚନ୍ଦ୍ରପୁର ଗ୍ରାମର ବିପିନ ବେହେରାଙ୍କ ସହ ବୈଦିକ ରୀତିରେ ବିବାହ କରାଇଥିଲେ। ସେହି ସମୟରେ ପୁଅ ଘର ପକ୍ଷର ଦାବି ମୁତାବକ ଜାନି ଯୌତୁକ ମଧ୍ୟ ଦେଇଥିଲେ। ବିପିନ ପେଶାରେ ଜଣେ ଡ୍ରାଇଭର ହୋଇଥିବାରୁ ସେ ବାହାରେ ରହି ଗାଡି ଚଳାଇ ଥାଆନ୍ତି। ସନ୍ଧ୍ୟାରାଣୀ ୨ ବର୍ଷର ଝିଅ ସହ କୃଷ୍ଣଚନ୍ଦ୍ରପୁରରେ ଶାଶୁ ଶ୍ୱଶୁର ଓ ଦିଅରଙ୍କ ସହ ରୁହନ୍ତି। ରବିବାର ରାତିରେ ଶାଶୁ ଘରେ ସନ୍ଧ୍ୟାରାଣୀଙ୍କର ମୃତ୍ୟୁ ଘଟିଥିଲା। ତେବେ ଶାଶୁ ଘର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ରାତି ୧୨ଟାରେ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସନ୍ଧ୍ୟାରାଣୀଙ୍କୁ ନେବାରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଝିଅ ବିଷ ପିଇ ଆତ୍ମ୍ମହତ୍ୟା କରିଥିବା କଥା ବିପିନଙ୍କ ପରିବାର ଲୋକଙ୍କଠାରୁ ଖବରପାଇ ବାପଘର ଲୋକେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଥିଲେ। ସନ୍ଧ୍ୟାରାଣୀଙ୍କ ବାପା ପାଣୁ ଥାନାରେ କରିଥିବା ଅଭିଯୋଗ ମୁତାବକ, ଝିଅର ବାହାଘର ପରେ ଶାଶୁଘର ଲୋକେ ଅଧିକ ୫୦ ହଜାର ଟଙ୍କା ଯୌତୁକ ଆଣିବା ପାଇଁ କହୁଥିଲେ। ଏ ନେଇ ଝିଅ ବାପା ପାଣୁ ନିଜର ଅସହାୟତା ପ୍ରକାଶ କରି ଆଉ କିଛି ଦେଇ ପାରିବିନି ବୋଲି ରୋକଠୋକ ମନା କରି ଦେଇଥିଲେ। ତେବେ ସେହି ୫୦ ହଜାର ଟଙ୍କା ନ ଦେଇ ପାରିବାରୁ ଶାଶୁଶ୍ୱଶୁର ଓ ଦିଅର ମିଳିମିଶି ଝିଅକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇ ମୃତ ସନ୍ଧ୍ୟାରାଣୀଙ୍କ ଶାଶୁଶ୍ୱଶୁର ଓ ଦିଅରକୁ ଅଟକ ରଖି ପୋଲିସ ପଚାରଉଚରା କରିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଆସି ଏହାର ତଦନ୍ତ ରିପୋର୍ଟ ଓ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିବ ବୋଲି ଆଇଆଇସି ନାରାୟଣ ଚନ୍ଦ୍ର ଲେଙ୍କା କହିଛନ୍ତି। ଅଭିଯୋଗକୁ ଭିତ୍ତିକରି ନଂ. ୧୧୬/୨୩ରେ ମାମଲା ରୁଜୁ ହୋଇଛି। ଶାଶୁ ବିନ ବେହେରା ଓ ଦିଅର ଭୋଳା ବେହେରାକୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିବା ଜଣାପଡିଛି। ମୃତଦେହ ବ୍ୟବଚ୍ଛେଦ ପରେ କେହି ନେବା ପାଇଁ ରାଜି ହୋଇ ନ ଥିବା ଘଟଣା ପୋଲିସର ମୁଣ୍ଡବ୍ୟଥାର କାରଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri