୭ ମାସରେ ମିଲେଟ ଶକ୍ତି କାଫେ ବନ୍ଦ

ରାଉରକେଲା,୨୨।୮(ସଙ୍ଗୀତା ଜେନା): ମିଲେଟକୁ ମିଲେଟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ଏହାର ଚାହିଦା ବୃଦ୍ଧି କରିବା ପାଇଁ ସରକାରୀ ସ୍ତରରେ ଜୋରଦାର ପ୍ରୟାସ କରାଯାଉଛି। ମିଲେଟକୁ ଲୋକଙ୍କ ମଧ୍ୟରେ ସଚେତନତା, ଆଦୃତି, ଉପଲବ୍ଧି କରିବା ଆଦି ଉଦ୍ଦେଶ୍ୟ ନେଇ ୨୦୨୩କୁ ମିଲେଟ୍‌ ବର୍ଷ ଭାବେ ଘୋଷଣା କରାଯାଇଛି। ଏସ୍‌ଏଚ୍‌ଜି ମା’ମାନଙ୍କ ଦ୍ୱାରା ମିଲେଟରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନକୁ ଲୋକଙ୍କୁ ଯୋଗାଇବା ଲାଗି ରାଉରକେଲା ସ୍ମାର୍ଟସିଟିରେ ‘ମିଲେଟ ଶକ୍ତି କାଫେ’ ଖୋଲାଯାଇଛି। ସୁନ୍ଦରଗଡ଼ ଜିଲାରେ ମାଣ୍ଡିଆ ମିଲେଟ୍‌ ଓ ଅନ୍ୟ ମୋଟା ଖାଦ୍ୟଶସ୍ୟର ଉପତ୍ାଦନକୁ ଦୃଷ୍ଟିରେ ରଖି ଏପରି ଏପରି ପଦକ୍ଷେପ ନିଆଯାଇଛି। ପ୍ରଥମ କାଫେ କୋଏଲ ନଗରରେ ଥିବା ବେଳେ ଅନ୍ୟଟି ରାଉରକେଲା ୭ ତାଲା ଛକରେ ରହିଛି। ୭ ତାଲା ସ୍ଥିତ କାଫେ ଚଳିତବର୍ଷ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ରାଉରକେଲା ମହାନଗର ନିଗମ ଜାଗା ତଥା ଜିଲା କୃଷି ବିଭାଗ ପୃଷ୍ଠପୋଷକତାରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ କାଫେ ପ୍ରଥମ କିଛିଦିନ ଠିକ୍‌ଠାକ ଚାଲିଥିବା ଦେଖାଯାଇଥିଲା। ପରେ ଏଥିରେ ନିୟମିତ ଚୋରି ଅଭିଯୋଗ ହେଲା। କାଫେରେ ସିସିଟିଭି ଓ ଅନ୍ୟ ଉପକରଣ ଥିଲେ ମଧ୍ୟ ନିୟମିତ ଚୋରି ହେଉଥିଲା। ଏହାକୁ ପ୍ରଥମେ ଏକ ଏସ୍‌ଏଚ୍‌ଜି ପରିଚାଳନା କରୁଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଏସ୍‌ଏଚ୍‌ଜି ଏଥିରୁ ଓହରିଯିବାରୁ ସମ୍ପ୍ରତି ତାହା ଅବ୍ୟବହୃତ ହୋଇ ପଡ଼ି ରହିଛି। ଏହାର ଲାଇଟ, ସୌନ୍ଦର୍ଯ୍ୟକରଣ ସାମଗ୍ରୀ ଗୁଡ଼ିକ ଚୋରି ହୋଇଯାଇଛି। କାଫେ ପରିସରରେ ଥିବା ପେଭଗୁଡ଼ିକ ଭାଙ୍ଗିଗଲାଣି।
ଉକ୍ତ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଓ ତରବରିଆ ଭାବେ ନିର୍ମାଣ କରାଯାଇଥିବାରୁ କିଛିଦିନରେ ଏହା ଭାଙ୍ଗିରୁଜି ଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗହଳିପୂର୍ଣ୍ଣ ସ୍ଥାନରେ ଏହାକୁ ନିର୍ମାଣ କରାଯାଇଥିବା ବେଳେ ଉପଯୁକ୍ତ ଯତ୍ନ ଅଭାବରୁ ଏହା ନଷ୍ଟ ହେବାକୁ ବସିଲାଣି। ସ୍ଥାନୀୟ ଲୋକେ ମିଲେଟରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ କ୍ରୟ କରୁଥିଲେ। ଏବେ ଉକ୍ତ କାଫେ ପରିଚାଳନା କରିବାକୁ କେହି ରାଜି ହେଉନାହାନ୍ତି। ଫଳରେ ସହରବାସୀଙ୍କୁ ମିଲେଟ ପ୍ରସ୍ତୁତ ସୁସ୍ବାଦୁ ଖାଦ୍ୟ ମିଳିପାରୁନାହିଁ ବୋଲି କିଛି ଲୋକ ମତ ଦେଇଛନ୍ତି। ଏ ସମ୍ପର୍କରେ ଆର୍‌ଏମ୍‌ସି ଉପାୟୁକ୍ତ ସୁଧାଂଶୁ ଶେଖର ଭୋଇଙ୍କୁ ପଚାରାଯିବାରୁ ସେ କହିଲେ, ସ୍ଥାନୀୟ କିଛି ଦୁର୍ବୃତ୍ତ ବିଭିନ୍ନ ସ୍ଥାନରୁ ଚୋରି କରିନେଉଛନ୍ତି। ଏ ନେଇ ଥାନାରେ ଅଭିଯୋଗ କରାଯାଇଛି ବୋଲି ଭୋଇ କହିଥିଲେ। ସେହିପରି ମିଲେଟ ମିଶନର ଡିପିସି ଅରବିନ୍ଦ ମାଝୀଙ୍କୁ ପଚାରାଯିବାରୁ ସେ କହିଲେ, ଉକ୍ତ କାଫେ ପାଇଁ ଅନ୍ୟ ଏକ ଏସ୍‌ଏଚ୍‌ଜିକୁ ମନୋନିତ କରାଯାଇଛି। ପରିଚାଳନାଗତ ପ୍ରକ୍ରିୟା ଜାରି ରହିଛି। ସିଡ଼ିପିଓ ଏହାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପରେ ଏହାର ଦାୟିତ୍ୱ ଯୋଗ୍ୟ ଏସ୍‌ଏଚ୍‌ଜିକୁ ହସ୍ତାନ୍ତର କରାଯିବ ବୋଲି ମାଝୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?