ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ଇଓ
ଗଞ୍ଜାମ,୪ା୬(ଡି.ଏନ୍.ଏ.): ଗତକିଛି ମାସ ହେବ ଦ୍ରୁତଗତିରେ ଚାଲିଛି ସହରର ଉନ୍ନୟନ କାର୍ଯ୍ୟ। ଏନ୍ଏସି ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଓ୍ବାର୍ଡରେ ପ୍ରକଳ୍ପ ନିର୍ମାଣ ତଥା ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଥିବା ଜଣାପଡ଼ିଛ। ୪ ନଂ ଓ୍ବାର୍ଡରେ ଚାଲିଥିବା ରାସ୍ତା ମରାମତି କାର୍ଯ୍ୟ…
ଖେଳାଳି ଚୟନ ଶିବିର ଉଦ୍ଯାପିତ: ରାଜ୍ୟସ୍ତରକୁ ୩୦ ଖେଳାଳି ମନୋନୀତ
କୋରାପୁଟ,୪।୬(ସ୍ବ.ପ୍ର.): ୬୯ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗୀତା ନିମନ୍ତେ କୋରାପୁଟ ଷ୍ଟାଡିୟମଠାରେ ଚାଲିଥିବା ୨ ଦିନିଆ ଖେଳାଳି ଚୟନ ଶିବିର ରବିବାର ଉଦ୍ଯାପିତ ହୋଇଯାଇଛି। ରାଜ୍ୟରେ ହେବାକୁ ଥିବା ଦୌଡ଼କୁଦ ପ୍ରତିଯୋଗିତା ନିମନ୍ତେ ଶିବିରରୁ ୩୦ଜଣ କ୍ରୀଡ଼ାବିତ ମନୋନୀତ ହୋଇଥିବା ଜିଲା କ୍ରୀଡ଼ା…
ଗଜବେଶରେ ଦର୍ଶନ ଦେଲେ ଶ୍ରୀଜିଉ
କେନ୍ଦୁଝର,୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ଧୂମ୍ଧାମରେ ପାଳିତ ହୋଇଛି। ଶ୍ରୀଜିଉଙ୍କୁ ସକାଳ ପୂଜାର୍ଚ୍ଚନା ପରେ ପହଣ୍ଡି କରି ସ୍ନାନମଣ୍ଡପକୁ ଅଣାଯାଇଥିଲା। ସେଠାରେ ଶ୍ରୀଜିଉଙ୍କୁ ବିଭିନ୍ନ ସୁବାସିତ ଜଳରେ ସ୍ନାନ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼…
ହାତୀ କ୍ଷତିଗ୍ରସ୍ତ ପରିବାରକୁ ମିଳୁନି ସରକାରୀ ସହାୟତା
ମୋରଡ଼ା,୪ା୬(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ରାସଗୋବିନ୍ଦପୁର ଏବଂ ବେତନଟୀ ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବହୁ ଧନଜୀବନ ନଷ୍ଟ ହେଉଛି। କିନ୍ତୁ ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ମିଳୁନାହିଁ, ଯାହା ଫଳରେ…
ସ୍ନାନମଣ୍ଡପରେ ପଡ଼ିଲା ରକ୍ତଛିଟା
ପୁରୀ ଅଫିସ,୪ା୬: ରବିବାର ଶ୍ରୀଜିଉଙ୍କ ସ୍ନାନଯାତ୍ରା ଚାଲିଥିବା ବେଳେ ତିନି ତିନୋଟି ଅଘଟଣ ଘଟିଛି। ସକାଳେ ଜଣେ ଭକ୍ତ ମନ୍ଦିର ଭିତରେ ଦର୍ଶନ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି…
ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ଦେବସ୍ନାନ ନିତି ପାଳିତ
ଢେଙ୍କାନାଳ ଅଫିସ,୪।୬: ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଭୋର ୫:୩୦ ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା। ଠାକୁରଙ୍କୁ କ୍ଷୀର,ଗୁଡ,ଘିଅ,ଦହି,ମହୁ ଓ ପଇଡରେ ୧୦୮ଢାଳ ଜଳରେ ସ୍ନାନ କରାଯାଇଥିଲା। ଠାକୁରଙ୍କୁ…
ପୁରୀରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ପୁରୀ ଅଫିସ,୪ା୬: ରବିବାର ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଜଣେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଭକ୍ତ ଜଣକ ରାଜସ୍ଥାନର ଆମ୍ବାଲାଲ ବୋଲି ଜଣାପଡ଼ିଛି। ସେ ଦର୍ଶନ ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ…
ଟ୍ରେନ୍ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିଛି: ରେଳ ମନ୍ତ୍ରୀ
ବାଲେଶ୍ୱର,୪।୬:ବାଲେଶ୍ୱର ବାହାନଗା ଦୁର୍ଘଟଣାର କାରଣ ଜଣାପଡିଛି। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇଲୋକ୍ଟ୍ରନିକ୍ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଏପରି ଦୁର୍ଘଟଣା ଘଟିଛି। କବଚ ସହିତ ଏହି ଦୁର୍ଘଟଣା ସହ କୌଣସି…
ଆବାସରୁ ବଞ୍ଚିତ୍ତ ଦିବ୍ୟାଙ୍ଗ ଜମ୍ବୁ
ଚମ୍ପୁଆ, ୪।୬(ଡି.ଏନ୍.ଏ.): ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନାମାନ କରିଛନ୍ତି। ଅଗ୍ରାଧିକାର ଭିତ୍ତିରେ ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ ପାଇଁ ବହୁବିଧି ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ ମିଳିଛି ଚମ୍ପୁଆ…
କ୍ଷୁଦ୍ର ଜଳସେଚନ କେନାଲ ନିର୍ମାଣରେ ଜବରଦଖଲ ବାଧକ
କେନ୍ଦୁଝର, ୪।୬(ସ୍ବ.ପ୍ର.): କେନ୍ଦୁଝର ସଦର ତହସିଲ ରାଇସୁଆଁ ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ବିଭାଗର ରାଇସୁଆଁ-ଗୋପୀନାଥପୁର-ସିଲସୁଆଁ ମୁଖ୍ୟ କେନାଲ ଜମି ଜବରଦଖଲ ଯୋଗୁ ନୂତନ କେନାଲ ନିର୍ମାଣରେ ବାଧକ ଦେଖାଦେଇଛି। ପ୍ରାୟ ୫୯ ଲକ୍ଷ ୬୫ ହଜାର ଟଙ୍କା ବ୍ୟୟ…
ଉଦ୍ଘାଟନ ହୋଇନି, ଓହରହେଡ୍ ଟାଙ୍କିରୁ ପାଣି ଲିକ୍
ଭଞ୍ଜନଗର, ୪।୬(ଡି.ଏନ.ଏ): ବେଲଗୁଣ୍ଠା ବ୍ଲକ ଗୋବରା ଏବଂ ବାସୁଦେବପୁର ଗ୍ରାମବାସୀଙ୍କୁ ପାଇପ ଯୋଗେ ପାଣି ଯୋଗାଇ ଦେବାପାଇଁ ବାସୁଦେବପୁରଠାରେ ୨ଲକ୍ଷ ଲିଟର କ୍ଷମତା ବିଶିଷ୍ଠ ଓଭରହେଡ୍ ପାଣି ଟାଙ୍କି (ଉତଳ ଜଳଭଣ୍ଡାର) ନିର୍ମାଣ କରାଯାଇଛି। ଆଉ କିଛିଦିନ ପରେ ଉକ୍ତ ପ୍ରକଳ୍ପ…
ଆଇସକ୍ରିମ ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ
କୋରାପୁଟ,୪।୬(ନି.ପ୍ର.): ଆଇସକ୍ରିମ ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲାରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଶନିବାର ସେମିଳିଗୁଡା ବ୍ଲକର ବଦଳିଗଡ଼ା ଓ…
Archives


