ଆମ ଜିଲା ଖବର

ବ୍ରିଜ ଉପରେ ୪ ଫୁଟ୍‌ ବନ୍ୟା ପାଣି

କର୍ଲାମୁଣ୍ଡା,୧୪।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକରେ ବୁଧବାର ରାତିରୁ ଲଗାଣ ବର୍ଷା ହେବା ଫଳରେ ରିଞ୍ଜା-କର୍ଲାମୁଣ୍ଡା ରାସ୍ତା ସରବରା ନାଲା ବ୍ରିଜ ଉପରେ ୪ ଫୁଟ୍‌ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ରିଞ୍ଜା ଅଞ୍ଚଳର ଲୋକେ ବ୍ଲକ…

ସାମୂହିକ ଛୁଟିରେ ରହିବେ ୪୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ

ମୋରଡ଼ା,୧୪।୯(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ କାର୍ଯ୍ୟରତ ୪ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ଶୁକ୍ରବାର ସାମୁହିକ ଛୁଟିରେ ରହିବେ। ଏନେଇ ଏକ ଦାବିପତ୍ର ମୋରଡ଼ା ବିଇଓ ମନମୋହନ ହେମ୍ବ୍ରମଙ୍କୁ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ପ୍ରାଥମିକ ଶିକ୍ଷାରୁ…

ପ୍ରାଥମିକ ଶିକ୍ଷକ ସଂଘ ଦି’ ଫାଳ: ଗୋଟିଏ ଗୋଷ୍ଠୀ ଆନ୍ଦୋଳନରେ, ଅନ୍ୟ ଗୋଷ୍ଠୀ ପଢାଉଛନ୍ତି ପାଠ

ପୁରୁଷୋତ୍ତମପୁର,୧୪।୯(ସୀମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରାଥମିକ ଶିକ୍ଷକ ସଂଘ ଦୁଇ ଫାଳ ହୋଇପଡ଼ିଛି। ଯାହାକି ଶିକ୍ଷକଙ୍କ ଗୋଷ୍ଠୀକନ୍ଦଳ ପଦାରେ ପଡ଼ି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକମାନେ ଏକତ୍ରିତ ହୋଇ ଦାବି ପୂରଣ ନେଇ ବିଦ୍ୟାଳୟରେ…

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା: ୧୬୦ କିଲୋମିଟର ଚାଲିକି ଆସିଲେ

ପଟ୍ଟାଙ୍ଗି,୧୪।୯(ଶରତ ଧଳ): କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ଦୁଃଖ ଥମିବାର ନାଁ ନେଉନାହିଁ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବସଷ୍ଟାଣ୍ଡରେ ପହଞ୍ଚି ଥିବା ଦାଦନ ଶ୍ରମିକଙ୍କ କ୍ଷେତ୍ରରେ।…

ସମୂହ ଛୁଟି ନେଇ ଧାରଣାରେ ଶିକ୍ଷୟିତ୍ରୀ, ୧୩୧ ବିଦ୍ୟାଳୟରେ ଝୁଲିଲା ତାଲା

ବୁଗୁଡ଼ା,୧୪ା୯(କାଳୀଚରଣ ଦାଶ): ୩ ଦଫା ଦାବି ପୂରଣ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଶାନ୍ତିପୂର୍ଣ୍ଣ…

ଡିଭାଇଡରରେ ପିଟିହେଲା ସ୍କର୍ପିଓ, ଚାଳକ ମୃତ

ପାଟଣା,୧୪ା୯(ବୀରକିଶୋର ଦାଶ): କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାନ୍ତ ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ଗୁରୁବାର ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଡିଭାଇଡରରେ ଧକ୍କା ଦେବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ…

ଚାଲାଣ ବେଳେ ୭୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରୁ ଏକ ଗୋରୁ ବୋଝେଇ ଗାଡ଼ି ଗୁରୁବାର ଜବତ ହୋଇଛି। ଉକ୍ତ ଗାଡ଼ିରେ ୭୦ରୁ ଊଦ୍ଧର୍‌ବ ଗୋରୁ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳର ସହଯୋଗରେ…

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ସରପଞ୍ଚ ମହାସଂଘ

ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ): ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲା ସରପଞ୍ଚ ମହାସଂଘ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁଣ୍ଣ କରୁଥିବାରୁ ୧୫ ଦଫା ଦାବି…

ବଲାଙ୍ଗୀରର ସମସ୍ତ ସ୍କୁଲ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ

ଭୁବନେଶ୍ୱର,୧୪ା୯(ଅସମାପିକା ସାହୁ): ବଲାଙ୍ଗୀରରେ ସମ୍ଭାବ୍ୟ ବନ୍ୟା ଓ ଜରୁରୀକାଳିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ଚଞ୍ଚଳ ରାଣା। ଏନେଇ ଜରୁରୀକାଳିନ ନମ୍ବର ମଧ୍ୟ ଜାରି କରାଯାଇଛି। ଜିଲାର…

କଲେଜ ପରିସରରେ ଅଧ୍ୟକ୍ଷ, କର୍ମଚାରୀଙ୍କ ମାରପିଟ୍‌, ଭିଡିଓ ଭାଇରାଲ

ବାଲେଶ୍ୱର,୧୪ା୯(ମାନସ ବିଶ୍ୱାଳ): ପାଣି ମଟର ଚଲାଇବାକୁ କେନ୍ଦ୍ର କରି କଲେଜ ପରିସରରେ ଅଧ୍ୟକ୍ଷ ଏବଂ କର୍ମଚାରୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦ୍ଦା ରୋଡ୍‌ସ୍ଥିତ ସିଦ୍ଧେଶ୍ୱର…

ପୂର୍ବତନ ସରପଞ୍ଚ, ଗ୍ରାମରକ୍ଷୀଙ୍କୁ ହତ୍ୟା କରି କୂୂଅରେ ଫିଙ୍ଗିଦେଲେ

ହାଟଡିହୀ,୧୪ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ମୟୂରନଚା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଉଭୟ ସ୍ତ୍ରୀ ଏବଂ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ରମ୍ଭାମଣି ପାତ୍ର (୪୦) ହାଟଡିହୀ ବ୍ଲକ ଅଧୀନ କେ. ବାଲିପାଳ ପଞ୍ଚାୟତର ୨୦୧୭-୨୦୨୨…

ଫିଜିଓଥେରାପି ସେଣ୍ଟରରେ ଚାଲିଥିଲା ଲିଙ୍ଗ ନିରୂପଣ

କଟକ,୧୪ା୯ (କାର୍ତ୍ତିକ ସାହୁ)କଟକ ସହରରେ ମାଳ ମାଳ କ୍ଲିନିକ୍‌ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ଖୋଲିଛି। ସେଠାରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଛି। ହେଲେ ପ୍ରମାଣ ଅଭାବରୁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁ ନ ଥିଲା। ଖବରପାଇ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?