ଯନ୍ତ୍ରୀଙ୍କ ନାମରେ ଟଙ୍କା ଆଦାୟ ଅଭିଯୋଗ

ମୋରଡ଼ା,୫ା୧୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଦୁର୍ନୀତିର ସୀମା ଶୀର୍ଷରେ ପହଞ୍ଚିଥିବାର ଅଭିଯୋଗ ହୋଇଛି l ଏନେଇ ପଞ୍ଚାୟତ ପ୍ରତିନିଧି ତଥା ଜନସାଧାରଣ ମୋରଡା ବିଡିଓ ଜୟକୃଷ୍ଣ ପାତ୍ରଙ୍କ ପାଖରେ ଫେରାଦ ହୋଇଛନ୍ତି। ଅଭିଯୋଗ ମୁତାବକ, ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ମୁଖ୍ୟମନ୍ତ୍ରୀ ସହାୟତା ଉନ୍ନୟନ କାର୍ଯ୍ୟ ପାଇଁ ୩୨ଟି ସୂଚନାଫଳକ କିଣାରେ ଅନିୟମିତତା କରିଥିବା ଅଭିଯୋଗ ହେଉଛି। ପ୍ରତ୍ୟେକ ଫଳକର ମୂଲ୍ୟ ୪୫୦୦ ଟଙ୍କା ହୋଇଥିବା ବେଳେ ୧୦,୬୦୦ଟଙ୍କା ଲେଖାଏ ଠିକାଦାରଙ୍କଠାରୁ ଆଦାୟ କରାଯାଇଥିବା ଅମୂଲ୍ୟ ଦାସ,କେଶବ ବାରିକ, ସତ୍ୟକାନ୍ତ ବେହେରା ଏବଂ ଅନ୍ୟମାନେ ଅଭିଯୋଗ ଆଣିଛନ୍ତି। ସେହିପରି ସରକାରୀ ଜିନିଷପତ୍ର କିଣାରେ ଦୁର୍ନୀତି କରିବା ସହିତ କନିଷ୍ଠ ଯନ୍ତ୍ରୀ ନିଜେ ଠିକାଦାର ସାଜିଥିବାର ଅଭିଯୋଗ କରିଛନ୍ତି। ତେବେ ଏନେଇ ଶ୍ରୀ ଦାସଙ୍କୁ ଉତ୍ତ୍ୟକ୍ତ ଠିକାଦାରମାନେ ଘେରିଥିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଅଭିଯୋଗକୁ ଶ୍ରୀ ଦାସ ଖଣ୍ଡନ କରିଥିବା ବେଳେ ଠିକାଦାରମାନେ ମୋରଡା ବିଡିଓ ଜୟକୃଷ୍ଣ ପାତ୍ରଙ୍କ ପାଖରେ ଫେରାଦ ହୋଇଥିଲେ। ତେବେ ୭ ଦିନ ମଧ୍ୟରେ ଘଟଣାର ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?