କୀଟନାଶକ ପରିବର୍ତ୍ତେ ଏବେ ଆଲୋକ ଯନ୍ତା

କଟକ,୬ା୧୧ (ସୁପ୍ରିୟା ପ୍ରିୟଦର୍ଶିନୀ): ଏଣିକି ଫସଲ ନଷ୍ଟ କରୁଥିବା ପୋକ ବା କୀଟମାନଙ୍କୁ ମାରିବା ପାଇଁ ଚାଷୀଙ୍କୁ ଆଉ କ୍ଷତିକାରକ ରସାୟନ ପ୍ରୟୋଗ କରିବାକୁ ପଡ଼ିବ ନାହିଁ। ଫସଲକୁ କୀଟ ଦାଉରୁ ରକ୍ଷା କରିବା ପାଇଁ ଉଦ୍ଭାବନ ହୋଇଛି ଏକ ଯନ୍ତା, ଯାହାକି ପରିବେଶ ଅନୁକୂଳ। ଯାହାର ନାମ ହେଉଛି ସୌରଶକ୍ତି ୨୪/୭ ଇନ୍‌ସେକ୍ଟ ଟ୍ରାପ୍‌ ବା ଆଲୋକ ଯନ୍ତା। ଏହି ଯନ୍ତା ଉଦ୍ଭାବନ କରିଛନ୍ତି କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ଓଡ଼ିଆ ବୈଜ୍ଞାନିକ ଶ୍ୟାମରଞ୍ଜନ ଦାସ ମହାପାତ୍ର। ଏହି ଯନ୍ତା ବ୍ୟବହାର କଲେ ଚାଷଜମିରେ ଆଉ କେମିକାଲ ବା କୀଟନାଶକ ପ୍ରୟୋଗ କରିବାକୁ ପଡ଼ିବ ନାହିଁ ବୋଲି ବୈଜ୍ଞାନିକ ମହାପାତ୍ର କହିଛନ୍ତି।
ସାଧାରଣତଃ ସନ୍ଧ୍ୟା ହେଲେ ଚାଷଜମିକୁ ବହୁସଂଖ୍ୟାରେ କୀଟପତଙ୍ଗ ଆସି କ୍ଷତି କରିଥାଆନ୍ତି। ସେମାନଙ୍କ ଦାଉରୁ ଫସଲ ରକ୍ଷା କରିବା ପାଇଁ ଏହି ମେଶିନ ବେଶ୍‌ ଲାଭଦାୟକ ହେବ। ପୋକଗୁଡିକ ଆଲୋକ ପ୍ରତି ଆକର୍ଷିତ ହୋଇଥାନ୍ତି। ସେମାନଙ୍କ ଏହି ପ୍ରବୃତ୍ତିକୁ ଆଧାର କରି ଆଲୋକ ଯନ୍ତା ଉଦ୍ଭାବନ ହୋଇଛି। ସେହିଭଳି ବହୁସଂଖ୍ୟାରେ କୀଟ ଆସିବାର ଅଛି କିମ୍ବା କେଉଁ କେଉଁ ପ୍ରଜାତିର କୀଟପତଙ୍ଗ ଆସୁଛନ୍ତି ସେ ସବୁ ମଧ୍ୟ ଏହି ଯନ୍ତା ସାହାଯ୍ୟରେ ଜାଣିହେବ। ଏହି ଯନ୍ତା ସମ୍ପୂର୍ଣ୍ଣ ଭାବେ ସୌରଚାଳିତ ଓ ସହଜରେ ଯେକୌଣସି ସ୍ଥାନରେ ରଖାଯାଇ ପାରିବ। ୩ଟି ଭାଗରେ ବିଭକ୍ତ ଏହି ଯନ୍ତାରେ ଏଲ୍‌ଇଡି ବଲ୍‌ବ ଲଗାଯାଇଛି। ଏହି ବଲ୍‌ବକୁ ଏକ ବ୍ୟାଟେରି ଓ ବ୍ୟାଟେରିକୁ ସୋଲାର ପ୍ୟାନେଲ ସହିତ ସଂଯୋଗ କରାଯାଇଛି। ଏହି ଯନ୍ତାରେ ଏକ ଟାଇମର୍‌ ଲଗାଯାଇଛି। ସ୍ବୟଂଚାଳିତ ଯନ୍ତାରେ ପୋକଗୁଡିକ ପାଇଁ ଦୁଇଟି ଚାମ୍ବର ଅଛି, ଯାହାଦ୍ୱାରା ଉପକାରୀ ଓ ଅପକାରୀ ପୋକଙ୍କୁ ଅଲଗା କରାଯାଇପାରିବ। ପୋକଗୁଡ଼ିକ ଯନ୍ତାରେ ପଶିବା ପରେ କ୍ଷତିକାରକ ପୋକଗୁଡ଼ିକୁ ନଷ୍ଟ କରିହେବ ଓ ଉପକାରୀ ପୋକକୁ ପୁଣି ଫସଲରେ ଛଡ଼ାଯାଇ ପାରିବ।
ଏହାକୁ ଫସଲ କିଆରି ନିକଟରେ ରଖିଦେଲେ କାମ ଆରମ୍ଭ କରିଦିଏ। ସୂର୍ଯ୍ୟାସ୍ତ ପରେ ଟାଇମର୍‌ଟି ବଲ୍‌ବକୁ ୩/୪ ଘଣ୍ଟା ପର୍ଯ୍ୟନ୍ତ ଜଳାଇ ରଖିଥାଏ। ୪ ଘଣ୍ଟା ପରେ ଏହି ଯନ୍ତା ସ୍ବୟଂ ବନ୍ଦ ହୋଇଯାଏ। ଆଲୋକ ପ୍ରତି ଆକର୍ଷିତ ହୋଇ ପୋକଗୁଡ଼ିକ ଏହି ଯନ୍ତାରେ ପଶିବା ପରେ ଆଉ ବାହାରକୁ ବାହାରି ପାରନ୍ତି ନାହିଁ। କେବଳ ରାତି ନୁହଁ ଦିନରେ ମଧ୍ୟ ଏହା କାର୍ଯ୍ୟ କରିଥାଏ। ଏପରି କି ପୋକଗୁଡିକ କେତେକ ରଙ୍ଗ ପ୍ରତି ମଧ୍ୟ ଆକର୍ଷିତ ହୋଇଥାନ୍ତି। ଏହାକୁ ଆଧାର କରି ହଳଦିଆ ଓ ନୀଳ ରଙ୍ଗର ଯନ୍ତା ମଧ୍ୟ ରହିଛି, ଯାହା ଦିନରେ ମଧ୍ୟ ପୋକଙ୍କୁ ଆକର୍ଷିତ କରିପାରେ। ଏହି ଯନ୍ତା ମେଘୁଆ ପାଗରେ ବି ୪ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବ ବୋଲି ଶ୍ୟାମରଞ୍ଜନ କହିଛନ୍ତି।
ଏହି ଯନ୍ତାକୁ ବୈଜ୍ଞାନିକ ୨ ଭାଗରେ ବିଭକ୍ତ କରିଛନ୍ତି। ଗୋଟିଏ ହେଉଛି ପର୍ଯ୍ୟବେକ୍ଷଣ ଓ ଅନ୍ୟଟି ହେଉଛି ମାସ୍‌ ଟ୍ରାପିଂ (ସମୂହ ପୋକଧରା)। ପର୍ଯ୍ୟବେକ୍ଷଣ ପାଇଁ ୧ ହେକ୍ଟର ଜମିରେ ଗୋଟିଏ ଆଲୋକ ଯନ୍ତା ବ୍ୟବହାର କରାଯିବ। ସେହିପରି ମାସ୍‌ ଟ୍ରାପିଂ ପାଇଁ ୧ ହେକ୍ଟର ଜମିରେ ୩ଟି ଯନ୍ତା ବ୍ୟବହାର ହେବ। ଏଥିପାଇଁ ୨ ପ୍ରକାର ଯନ୍ତା ମଧ୍ୟ ରହିଛି। ଗୋଟିଏ ହେଉଛି ଡେ ନାଇଟ ଟ୍ରାପ୍‌-୩, ଯାହାର ମୂଲ୍ୟ ୯୫୦ ଟଙ୍କା ଓ ଅନ୍ୟଟି ଡେ ନାଇଟ ଟ୍ରାପ୍‌-୬, ଯାହାର ମୂଲ୍ୟ ୧୦୫୦ ରହିଛି। ମହାରାଷ୍ଟ୍ରର ଏକ କମ୍ପାନୀ ଏହାକୁ ପ୍ରସ୍ତୁତ କରି ବିକ୍ରି କରୁଛି। ଏପରି କି ଫ୍ଲିପ୍‌କାର୍ଟ, ଆମାଜନରେ ମଧ୍ୟ ଏହା ଉପଲବ୍ଧ ରହିଛି। ଗୁଜରାଟ, ବିହାର, ଛତିଶଗଡ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ ଏହାର ବେଶ୍‌ ଚାହିଦା ରହିଛି।
ସାଧାରଣତଃ ଫସଲ ନଷ୍ଟ କରୁଥିବା କୀଟମାନଙ୍କୁ ମାରିବା ପାଇଁ ଚାଷୀମାନେ ବିଭିନ୍ନ ପ୍ରକାର ଔଷଧ ପ୍ରୟୋଗ କରିଥାନ୍ତି। ଏହିସବୁ ଔଷଧ ପରିବେଶ ପାଇଁ କ୍ଷତିକାରକ ହେବା ସହ ଚାଷୀଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇଥାଏ। ଏହା ବ୍ୟତୀତ ଔଷଧ ପ୍ରୟୋଗ ଦ୍ୱାରା ଅନେକ ଉପକାରୀ ପୋକ ମଧ୍ୟ ମରିଯାଇଥାନ୍ତି। ତେଣୁ ଆମେ ଏମିତି ଏକ ପଦ୍ଧତି ବାହାର କରିବା ପାଇଁ ଚାହିଁଲୁ, ଯେଉଁଥିରେ କେବଳ କ୍ଷତିକାରକ ପୋକଙ୍କୁ ଧରାଯାଇପାରିବ ଓ ଯନ୍ତାଟି ଶସ୍ତା ହେବା ସହ ସବୁ ସମୟରେ ବ୍ୟବହାର କରାଯାଇପାରୁଥିବ। ୨୦୧୩ରୁ ସୌରଶକ୍ତି ଆଲୋକ ଯନ୍ତା ନିର୍ମାଣ ଆରମ୍ଭ ହୋଇଥିଲା। କେବଳ ଭାରତ ନୁହେଁ, ଭାରତ ବାହାରେ ମଧ୍ୟ ଏହାର ଚାହିଦା ରହିବ ବୋଲି ଶ୍ୟାମରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?