ଗାଁରେ ସୁନାଖଣି, ଲୋକଙ୍କୁ ଜୁଟୁନି ଦାନା

କେନ୍ଦୁଝର,୬ା୧୧(ଦୀପକ ମିଶ୍ର): କେନ୍ଦୁଝର ଜିଲାରେ ଲୁହାପଥର, ମାଙ୍ଗାନିଜ ଆଦି ଖଣି ରହିଛି। ଯାହା ଜିଲାର ଆର୍ଥିକସ୍ଥିତି ସୁଦୃଢ଼ କରୁଥିବା ବେଳେ କିଛି ମାସ ତଳେ ଜିଲାରେ ସୁନା ଖଣିର ସନ୍ଧାନ ମିଳିଛି। ବିଶେଷ କରି ଖଣି ଶୂନ୍ୟ ତେଲକୋଇ ବ୍ଲକ୍‌ ଏବଂ ଅନୁନ୍ନତ ବାଂଶପାଳ ବ୍ଲକ୍‌ରେ ଏହି ସୁନାଖଣି ଥିବାରୁ ଏବେ ଅଞ୍ଚଳରେ ନୂତନ ସମ୍ଭାବନା ସୃଷ୍ଟି ହୋଇଛି। ମାତ୍ର ସୁନା ଖଣି ଥିବା ଗ୍ରାମରେ ଲୋକଙ୍କୁ ଏବେ ଦୁଇ ଓଳି ୨ ମୁଠା ଖାଇବାକୁ ମିଳୁନାହିଁ। ଫଳରେ ସୁନାଖଣି ଖନନ ଆରମ୍ଭ ହେଲେ ଲୋକଙ୍କ ଅର୍ଥିକ ଅବସ୍ଥା ସ୍ବଚ୍ଛଳ ହୋଇ ପାରିବ ବୋଲି ଆଲୋଚନା ହେଉଛି।
ବାଂଶପାଳ ବ୍ଲକ୍‌ ତରମାକାନ୍ତ ପଞ୍ଚାୟତର ଗୋପପୁର ଗାଁରେ ମୋଟ ୧୫୦ ପରିବାର ରୁହନ୍ତି। ଏଠାରେ ଭୂୟାଁ, ମୁଣ୍ଡା, ମହାନ୍ତ, ଗଉଡ଼ ଆଦି ବିଭିନ୍ନ ଜାତିର ଲୋକେ ରହୁଥିଲେ ବି ସମସ୍ତେ ଗରିବ ଶ୍ରେଣୀର। ପ୍ରାୟତଃ ଚାଷବାସ କରି ଗୁଜୁରାଣ ମେଣ୍ଟାଇଥାଆନ୍ତି। ଅନେକେ ମୂଲ ମଜୁରି ଲାଗି ଚଳନ୍ତି। ଗାଁର ବରିଷ୍ଠ ଅନାମ ଦେହୁରୀ, ଦୁର୍ଯ୍ୟୋଧନ ନାୟକଙ୍କ କହିବା ଅନୁଯାୟୀ, ପୂର୍ବେ ଏହି ଗାଁର ଲୋକେ ଗାଁ ପାଖ ଜଙ୍ଗଲରୁ ସୁନା ସଂଗ୍ରହ କରୁଥିଲେ। ଜଙ୍ଗଲରୁ ମାଟି ଖୋଳିବା ପରେ କିଛି ଦ୍ରବ୍ୟ ମିଶା ମାଟି ସଂଗ୍ରହ କରି ତାକୁ ଧୋଇବା ପରେ ସେଥିରୁ ସୁନା ବାହାରୁଥିଲା। ଯାହାକୁ ସ୍ଥାନୀୟ ବଣିଆ ପାଖରେ ବିକ୍ରି କରି ଚଳୁଥିଲେ। ବିଶେଷ କରି ଗାଁ ପାଖ ଜଲପା ନାଳରୁ ପାଛିଆରେ ବାଲି ସଂଗ୍ରହ କରି ସେଥିରୁ ସୁନା ସଂଗ୍ରହ କରୁଥିଲେ। ଗାଁ ପାଖ ଜଙ୍ଗଲରୁ ସୁନା ମିଳୁଥିବାରୁ ଗାଁ ଲୋକେ ଜଙ୍ଗଲକୁ ମଧ୍ୟ ସୁନାଖଣି ଜଙ୍ଗଲ ଭାବେ ସମ୍ବୋଧିତ କରିଥାନ୍ତି। ପରବର୍ତ୍ତୀ ସମୟରେ ଗୋପପୁର ଗାଁର ଲୋକେ ଆଉ ଏହି ପାରମ୍ପରିକ ଭାବେ ସୁନା ସଂଗ୍ରହ କଲେନାହିଁ। ଗାଁରେ ବିଶାଳ ତରମାକାନ୍ତ ଚା ବଗିଚା ମଧ୍ୟ ଥିଲା। ତାହା ବି ବନ୍ଦ ହୋଇଯିବା ପରେ ଲୋକେ କାମ ପାଉନାହାନ୍ତି। ତେଣୁ ଲୋକଙ୍କୁ ୨ ମୁଠା ଦାନା ମଧ୍ୟ ମିଳିବା କଷ୍ଟକର ହୋଇଯାଇଛି।
୨୦୨୨ ମେ ମାସରେ ଗୋପପୁରରେ ସୁନାଖଣିର ସନ୍ଧାନ ମିଳିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହାକି ପ୍ରାୟ ୬ ମାସ ଧରି ଚାଲିଥିଲା। ସୁନାଖଣିର ସନ୍ଧାନ ମିଳିବା ପରେ ସ୍ଥାନୀୟ ଲୋକେ ଉତ୍ସାହିତ ଅଛନ୍ତି। ସୁନାଖଣି ଖନନ ଆରମ୍ଭ ହେଲେ, ହୁଏତ ଏଠାରେ ନିୟମିତ କାମ ମିଳିପାରେ। ଯାହାକି ସେମାନଙ୍କ ଜୀବନ ଜୀବିକା ନିର୍ବାହରେ ସହାୟକ ହେବ ବୋଲି ଆଶା ରଖିଛନ୍ତି। ଏ ସମ୍ପର୍କରେ ଗାଁ ସମିତି ସଭ୍ୟ ଅଜିତ୍‌ ନାଏକ କୁହନ୍ତି, ସୁନାଖଣି ସନ୍ଧାନ ମିଳିବା ପରେ ଆମେ ଉତ୍ସାହିତ ଅଛୁ। ସରକାର ଯେତେଶୀଘ୍ର କାମ ଆରମ୍ଭ କରିବେ, ଲୋକେ କାମ ପାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri