ଆବାସ ଯୋଜନାରେ ଅନିୟମିତତା

ନୟାଗଡ଼,୬।୧୧ (ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବଡ଼ଗୋରଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଲାଞ୍ଚ ଦେଲେ ବିଲ୍‌ ମିଳୁଛି ବୋଲି ଅଭିଯୋଗ ହେଉଛି। ଲାଞ୍ଚ ଦେଲେ ହିତାଧିକାରୀଙ୍କ ଘର ଅସମ୍ପୂର୍ଣ୍ଣ ଥିଲେ ବି କାଗଜାତରେ ସମ୍ପୂର୍ଣ୍ଣ ହୋଇ ଫାଇନାଲ ବିଲ୍‌ ପେମେଣ୍ଟ ହେଉଛି । ପୁଣି ପ୍ରଥମ ପର୍ଯ୍ୟାୟ ଘରର କାମ ହୋଇଥିବାବେଳେ ୨ୟ ପର୍ଯ୍ୟାୟ ବିଲ୍‌ ମିଳୁଛି । ସ୍ଥାନୀୟ ଗ୍ରାମ ରୋଜଗାର ସେବକ(ଜିଆରଏସ୍‌) ଏପରି କାରନାମା କରୁଥିବା ବଡଗୋରଡା ସରପଞ୍ଚ ଓଡ଼ଗାଁ ବିଡିଓ, ନୟାଗଡ଼ ଜିଲାପାଳ, ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଫେରାଦ୍‌ ହୋଇଛନ୍ତି । ଘଟଣାର ଗୁରୁତ୍ୱକୁ ଆଖି ଆଗରେ ରଖି ଜିଲାପାଳ ଓ ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ବଡଗୋରଡା ସରପଞ୍ଚ ତ୍ରିଲୋଚନ ଦଳେଇ କୁହନ୍ତି,ମୋର କାହାରକୁ ହଇରାଣ କରିବାର ନାହିଁ । ମୁଁ ଅନୁସନ୍ଧାନରୁ ଜାଣି ପାରିଛି ମୋ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଘର କରୁଥିବା ହିତାଧିକାରୀଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ ଆଦାୟ ହେଉଛି । ଯେଉଁ ହିତାଧିକାରୀ ଲାଞ୍ଚ ଦେଉଛନ୍ତି ତାଙ୍କ ବିଲ୍‌ ସୁବିଧାରେ ମଞ୍ଜୁର ହୋଇ ଯାଉଛି। ଓଆର୧୫୪୬୦୧୫୪୪ ରେଜିଷ୍ଟେଶନ ରେ ଥିବା ହିତାଧିକାରୀଙ୍କ ଘର ଅସମ୍ପୂର୍ଣ୍ଣ ରହିଛି। ବାହାର ପାର୍ଶ୍ୱ ସମ୍ପୂର୍ଣ୍ଣ ହୋଇଥିବାର ଫଟୋ ଦେଖାଇ ଗତ ସେପ୍ଟେମ୍ବର ୨୩ରେ ଅସମ୍ପୂର୍ଣ୍ଣ ଘରକୁ ଫାଇନାଲ ବିଲ୍‌ କରାଯାଇଛି । ଓଆର୧୫୨୭୫୩୭୮୮ ରେଜିଷ୍ଟେଶନ ହିତାଧିକାରୀ ୨ୟ ପର୍ଯ୍ୟାୟ କାମ ନ କରି ୨ୟ ପର୍ଯ୍ୟାୟର ବିଲ୍‌ ଅକ୍ଟୋବର ୨୩ରେ ପାଇଛନ୍ତି। ଓଆର୧୫୩୭୯୭୮୧୮ ରେଜିଷ୍ଟେଶନ ହୋଇଥିବା ହିତାଧିକାରୀଙ୍କ ଠାରୁ ଜିଆରଏସ୍‌ ସ୍ମୃତି ରଞ୍ଜନ ନାୟକ ୫ ହଜାର ଟଙ୍କା ନେବାର ସ୍ବୀକାର କରୁଥିବାର ଭିଡିଓ ରେକଡିଂ ମଧ୍ୟ ମୋ ପାଖରେ ଅଛି । ସେହିଭଳି ଲାଞ୍ଚ ସମ୍ପର୍କରେ ହିତାଧିକାରୀଙ୍କ ଭିଡିଓ ମଧ୍ୟ ରହିଛି । ସେହିପରି ପଞ୍ଚାୟତର ଅନେକ ହିତାଧିକାରୀ ଘରକୁ ସମ୍ପୂର୍ଣ୍ଣ କରି ନ ଥିଲେ ମଧ୍ୟ ଅସମ୍ପୂର୍ଣ୍ଣ ଘରକୁ ଜିଆରଏସ୍‌ ସମ୍ପୂର୍ଣ୍ଣ ହୋଇଛି ବୋଲି ସରକାରୀ ରିପୋର୍ଟରେ ଦର୍ଶାଇଛନ୍ତି । ୪ମାସ ମଧ୍ୟରେ ଆବାସ ଯୋଜନାର ଘର ସମ୍ପୂର୍ଣ୍ଣ ହୋଇଥିଲେ ସରକାରଙ୍କ ୨୦ ହଜାର ଟଙ୍କା ବୋନସ ଦେଉଛନ୍ତି । ଏଣୁ ବୋନସ ପାଇବାକୁ ଆଖି ଆଗରେ ରଖି ଅସମ୍ପୂର୍ଣ୍ଣ ଘରକୁ ସମ୍ପୂର୍ଣ୍ଣ ଦର୍ଶାଯାଉଛି। ମୋ ପଞ୍ଚାୟତରେ ଆଭାସ ଯୋଜନାର ଅନିୟମିତତା ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ତଦନ୍ତରେ କାହିଁକି ବିଳମ୍ବ କରାଯାଉଛି ଜାଣି ନାହିଁ । ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସୂଚାରୁ ବଳ କୁହନ୍ତି, ଜିଆରଏସ୍‌ ସ୍ମୃତି ରଞ୍ଜନ ନାୟକଙ୍କ ବିରୋଧରେ ଅଭିଯୋଗ ମିଳିଛି । ଆବାସ ଯୋଜନା ଦୁର୍ନୀତି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜିଆରଏସ୍‌ଙ୍କୁ ସରପଞ୍ଚ ହାଇରାଶ କରୁଥିବାର ଅଭିଯୋଗ ମିଳିନି । ଜିଆରଏସ୍‌ ଙ୍କ ଅଭିଯୋଗ ମିଳିଲେ ପ୍ରଶାସନ ମଧ୍ୟ ଏହାର ତଦନ୍ତ କରିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?