ଓଲଟିଲା ଟ୍ରକ୍‌: ଚାଲିଗଲା ୧୫ ଗୋରୁଙ୍କ ଜୀବନ

ତେଲକୋଇ/କେନ୍ଦୁଝର ୫ା୧୧(ରଞ୍ଜିତ ବିଶ୍ବାଳ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଝାବାହାଲ ବସ୍‌ଷ୍ଟାଣ୍ଡ ନିକଟରେ ଏକ ଗୋରୁବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି। ଫଳରେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୧୫ ଗୋରୁଙ୍କ ମୃତ୍ୟୁ ଘଟିଛି। ବହୁ ଗୋରୁ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରବିବାର ସମ୍ବଲପୁରରୁ କେନ୍ଦୁଝର ଆଡ଼କୁ ୧୬ ଚକିଆ ଟ୍ରକ୍‌ ଯାଉଥିଲା। ବିଞ୍ଝାବାହାଲ ନିକଟରେ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଟ୍ରକ୍‌ରେ ଥାକ ଥାକ ହୋଇ ଗୋରୁ ବୋଝେଇ ହୋଇଥିବା ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଟ୍ରକ୍‌ରୁ ଗୋରୁଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଲୋକଙ୍କ ସହାୟତାରେ ଗୋରୁଙ୍କୁ ଉଦ୍ଧାର କରିଥିଲେ। ତେବେ ଟ୍ରକ୍‌ ମଧ୍ୟରେ ଚାପି ହୋଇ ୧୫ ଗୋରୁଙ୍କ ମୃତ୍ୟୁ ଘଟିଥିଲା। ଆହତ ଗୋରୁଙ୍କୁ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା ଜାରି ରହିଛି। ତେଲକୋଇ ପୋଲିସ ଟ୍ରକ୍‌ ଜବତ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ପରେ ବି ଶିକ୍ଷକଙ୍କୁ ମିଳୁନି ସମ୍ପୂର୍ଣ୍ଣ ପେନ୍‌ସନ

ଭବାନୀପାଟଣା,୧୬ା୬ (ଉତ୍ତମ କୁମାର ଦାଶ)ସରକାରୀ କର୍ମଚାରୀ ଅବସର ପାଇବା ପରେ ପେନ୍‌ସନ୍‌ ପାଇବା ପାଇଁ ସରକାରୀ ବ୍ୟବସ୍ଥା ରହିଛି। ହେଲେ କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ...

ସଚେତନତାରେ ସୀମିତ ବିଇଏମ୍‌ସିର ଡେଙ୍ଗୁ ନିୟନ୍ତ୍ରଣ

ବ୍ରହ୍ମପୁର,୧୬ା୬(ଅଶୋକ କୁମାର ସାହୁ)ମୌସୁମୀ ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି। କିଛି ଦିନ ତଳେ ସହରରେ ଦୁଇ...

ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ନାହିଁ ଏସି

ନୟାଗଡ଼,୧୬।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଶିଶୁ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏସି ନ ଥିବାରୁ ଗ୍ରୀଷ୍ମର ପ୍ରକୋପରେ...

୫- ଟି, ନବୀନ ଓଡ଼ିଶା ବ୍ୟାଗ୍‌ ପୋଡ଼ିଲେ

ବାଉଁଶୁଣୀ,୧୬ା୬(ଦେବାଶିଷ ନେପାକ)ବୌଦ୍ଧ ଜିଲା ବାଉଁଶୁଣୀ ଛକ ନିକଟରେ ଶନିବାର ୫- ଟି ଆମ ଓ ନବୀନ ଓଡ଼ିଶା ବ୍ୟାଗ୍‌କୁ ଭାଜପା କର୍ମୀ ପୋଡ଼ୁଥିବା ଦେଖିବାକୁ ମିଳିଛି।...

ପିସି ନେଲେ କି ଦେଲେ ଦଳରୁ ବିଦା: ମନମୋହନ

ଚାନ୍ଦବାଲି,୧୬ା୬(କିଷାନ ପାତ୍ର)ଓଡ଼ିଶାରେ ଏବେ ଭାଜପା ସରକାର ଗଠନ କରିଛି। ଭାଜପା ସରକାର ହେଉଛି ସାଧାରଣ ଲୋକଙ୍କ ସରକାର। ଲୋକଙ୍କ କାମ ସୁବିଧାରେ ଓ ମାଗଣାରେ ହେବ।...

ପୂର୍ବ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥାନରେ ଘର ନିର୍ମାଣ ଅଭିଯୋଗ

ପୁରୀ,୧୬ା୬(ଅଜିତ୍‌ କୁମାର ମହାନ୍ତି)ସନାତନ ହିନ୍ଦୁ ଧର୍ମରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ଥାନ ସର୍ବୋଚ୍ଚ। ଚାରିଗୋଟି ପୀଠ ମଧ୍ୟରୁ ପୁରୀର ଗୋବର୍ଦ୍ଧନ ପୀଠ ଅନ୍ୟତମ। ଆଦି ଶଙ୍କରଙ୍କ ପରେ...

ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ

ଭୁବନେଶ୍ବର,୧୫।୬: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଶନିବାର ପରଲୋକ ହୋଇଛି। ମୁରଲୀଧରଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ...

ହାଇଦ୍ରାବାଦରେ ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୧୫ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)- କଳାହାଣ୍ଡି ଜିଲାରେ ଦାଦନ ସମସ୍ୟା ଥମିବାର ନାଁ ଧରିନି। ଜିଲାର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri