କାର୍ତ୍ତିକରେ କନ୍ଦାଉଛି ପିଆଜ, ଦର ଖସିବ କେବେ…

ପାରଳାଖେମୁଣ୍ଡି,୫ା୧୧(ଗିରିଧାରୀ ପରିଛା): ଗଜପତି ଜିଲାରେ କନ୍ଦାଉଛି ପିଆଜ, ଲଗାତାର ବଢି ଚାଲିଛି ଦର। ଗତ କିଛି ଦିନ ତଳେ ପିଆଜ କିଲୋ ୨୦ ଟଙ୍କାରେ ମିଳୁଥିବା ବେଳେ ଏବେ ୮୦ ଟଙ୍କାରେ ପହଞ୍ଚିଲାଣି। ନାସିକରେ ପିଆଜ ମହଙ୍ଗା କାରଣରୁ ଓ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। ଏବେ ସବୁ ପରିବା ଦର ଉପରମୁହାଁ ଥିବା ବେଳେ ହଠାତ ସେଥିରେ ପିଆଜ ବି ସାମିଲ ହୋଇଯିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

ରାଜ୍ୟର ବିଭିନ୍ନ ଜିଲାରେ ପିଆଜ ଦର ଏହିପରି ଉଚ୍ଚା ରହିଛି। ଗତ ୧୫ ଦିନତଳେ ସ୍ବାଭାବିକ ଭାବେ ଖୋଲା ବଜାରରେ ପିଆଜ କିଲୋପ୍ରତି ମାତ୍ର ୨୦ ଟଙ୍କା ରହିଥିଲା। ଏବେ ସହରାଞ୍ଚଳରେ ପିଆଜ କିଲୋପ୍ରତି ୮୦ ରୁ ୯୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଗ୍ରାମାଞ୍ଚଳରେ ମଧ୍ୟ ପିଆଜ କିଲୋ ପ୍ରତି ୭୦ ରୁ ୮୦ ଟଙ୍କା ରହିଛି। ଦର ଖସାଇବାକୁ ରାଜ୍ୟ ସରକାର କେବେ ପଦକ୍ଷେପ ନେବେ ସେ ନେଇ ସାଧାରଣ ଖାଉଟି ପ୍ରଶ୍ନ ଉଠାଇଛନ୍ତି।

ଅପରପକ୍ଷରେ ଗଜପତି ଜିଲାରେ କେତେକ ବ୍ୟବସାୟୀ ପିଆଜ ଗଚ୍ଛିତ ରଖି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏ ନେଇ ଜିଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି ଯେ, ଅଭିଯୋଗ ଆସିଛି ଏବଂ ସମସ୍ତ ହୋଲସେଲ ଗୋଦାମ ଗୁଡିକ ଉପରେ ଚଢ଼ାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ବଞ୍ଚାଇଲା ଟିମ ଇଣ୍ଡିଆର ମାନ; ୧୩୫ ରନର ଲକ୍ଷ୍ୟ ପିଛା କରିବା ବେଳେ ବଢ଼ିଥିଲା ଚାପ, ଏମିତି ଜିତିଲେ ମେନ ଇନ୍‌ ବ୍ଲୁ

ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ବର୍ଷା ଭାରତୀୟ ଦଳକୁ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା କରିଛି। ୧୩୫ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତ…

ଆଇନଜୀବୀ ବାଳକୃଷ୍ଣଙ୍କ ପରଲୋକ: ଝୁରୁଛି ଗାଁ ମାଟି

ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଇଣ୍ଡି ଗ୍ରାମର ଯୁବ ଆଇନଜୀବୀ ତଥା ସରକାରୀ ଓକିଲ ବାଳକୃଷ୍ଣ ପୋଲାଇ (୫୦)ଙ୍କ ଶନିବାର…

ନବୀନଙ୍କୁ କାଉଣ୍ଟର କଲେ ମନ୍ତ୍ରୀ ଗୋକୁଳାନନ୍ଦ: ଗଞ୍ଜାମ ଗସ୍ତକୁ ନେଇ ବର୍ଷିଲେ, କହିଲେ ଲୋକଙ୍କ ପାଖରେ ନଥିଲେ ନବୀନ

ଭୁବନେଶ୍ୱର,୭।୧୧ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତ ଓ ମନ୍ତବ୍ୟକୁ ନେଇ କାଉଣ୍ଟର କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲିକ। ନବୀନଙ୍କ ମନ୍ତବ୍ୟ…

ଦୀପାବଳି ପରେ UPI ଟ୍ରାଞ୍ଜାକ୍ସନରେ ଲାଗିବ ଏକ୍ସଟ୍ରା ଚାର୍ଜ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୧୧: ଯଦି ଆପଣ ଦୋକାନ ଚଲାଉଛନ୍ତି କିମ୍ୱା କୌଣସି ବ୍ୟବସାୟରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ UPI ସହିତ ଜଡିତ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ…

ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେଲେ ୨୦ ନିୟୁତ ଡଲାର ପୁରସ୍କାର ଦେବେ ଟ୍ରମ୍ପ

ଓ୍ବାଶିଂଟନ,୭।୧୧: ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୨୦ ନିୟୁତ ଡଲାର ପର୍ଯ୍ୟନ୍ତ ପୁରସ୍କାର ଏବଂ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବାରେ ସହାୟତା…

ଆମେରିକାର ଏହି ସ୍ଥାନରେ ରୁହନ୍ତି ହଜାର ହଜାର ଭାରତୀୟ, ଯେଉଁଠି ହୋଇଥିଲା ଭୟଙ୍କର ନରସଂହାର

ଆମେରିକାର ଜର୍ଜିଆ ରାଜ୍ୟର ଫୋର୍ସିଥ କାଉଣ୍ଟି କେବେ ନା କେବେ ଜାତୀୟ ହିଂସା ଏବଂ ଭେଦଭାବ ପାଇଁ ଜଣାଶୁଣା ଥିଲା। ପ୍ରାୟ ଦୁଇ ଶତାବ୍ଦୀ ପୂର୍ୱେ ଏହି…

ଆରମ୍ଭ ହେଲା ନୂଆ ଯୋଜନା ମାଗଣାରେ ଛାତ୍ରୀଛାତ୍ରଙ୍କୁ ମିଳିବ ଲାପଟପ, କାହାକୁ ମିଳିବ ସୁବିଧା ଜାଣନ୍ତୁ

ଚେନ୍ନାଇ,୭।୧୧: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଏକ ମାଗଣା ଲାପଟପ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାର ନାମ…

ପୋଲିସ ବସ୍ ଧକ୍କାରେ ମହିଳା ଗୁରୁତର

କଟକ,୭।୧୧: କଟକ ସହରରେ ପୋଲିସ ବସ୍ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଚାଲି ଚାଲି ଯାଉଥିବାବେଳେ ମହିଳାଙ୍କୁ ଏକ ପୋଲିସ ବସ୍ ଧକ୍କା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?