ବାଲିଯାତ୍ରା: ୧୫ ପାର୍କିଂ ସ୍ଥାନ ଚିହ୍ନଟ

କଟକ,୧୦ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ଗତବର୍ଷ ଭଳି ଚଳିତବର୍ଷ ବାଲିଯାତ୍ରାରେ ଚଢା ପାର୍କିଂ ଦରକୁ ନେଇ ଅସନ୍ତୋଷ ଦେଖାଦେଇଛି। ଚଳିତବର୍ଷ ବାଲିଯାତ୍ରାରେ ଗାଡି ପାର୍କିଂ ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ୧୫ଟି ପାର୍କିଂସ୍ଥଳ ଚିହ୍ନଟ କରାଯାଇଛି। ଏଥିସହ ଗାଡି ପାର୍କିଂ ଫି’ ଧାର୍ଯ୍ୟ ହୋଇଛି। ସାଇକେଲ ଏବଂ ଟ୍ରାଇସାଇକେଲ ନିମନ୍ତେ ୧୦ ଟଙ୍କା, ସ୍କୁଟର ଓ ବାଇକ୍‌ ପାଇଁ ୫୦ ଟଙ୍କା ରଖାଯାଇଛି। ସେହିପରି କାର୍‌, ଭ୍ୟାନ୍‌, ଅଟୋ ପାର୍କିଂ ପାଇଁ ୧୦୦ ଟଙ୍କା ଏବଂ ବସ୍‌, ଟ୍ରକ୍‌ ନିମନ୍ତେ ୧୫୦ ଟଙ୍କା ଦେୟ ଧାର୍ଯ୍ୟ ହୋଇଛି। ୧୨ ଘଣ୍ଟା ପର୍ଯ୍ୟନ୍ତ ରଖିବା ପାଇଁ ଏହି ଫି’ ଧାର୍ଯ୍ୟ କରାଯାଇଛି। ପାର୍କିଂ ଲିଜ୍‌ ନେଇଥିବା ସଂସ୍ଥା ସମସ୍ତ ଦେୟର ଚାଟ୍‌ ପାର୍କିଂସ୍ଥଳରେ ଲଗାଇବା ବାଧ୍ୟତାମୂଳକ। ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ପାର୍କିଂ ସ୍ଥାନ ଓ ଦରକୁ ନେଇ ଅସନ୍ତୋଷ ଦେଖାଦେଇଛି। ୨ ଚକିଆ ଗାଡ଼ି ପାଇଁ ପୂର୍ବରୁ ପାର୍କିଂ ଫି’ ୩୦ ଟଙ୍କା ଥିବାବେଳେ ଗତବର୍ଷଠାରୁ ୫୦ ଟଙ୍କା କରାଯାଇଛି। ଯଦି ଗରିବ ବର୍ଗ ଲୋକ ଦୁଇଟି ବାଇକ୍‌ରେ ଆସେ ତେବେ ତାଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ। ଏହି ୧୦୦ ଟଙ୍କା ଗୋଟିଏ ଗରିବ କିମ୍ବା ମଧ୍ୟବିତ୍ତ ପରିବାରର ଲୋକଙ୍କ ପାଇଁ ବହୁତ ଅଧିକ। ତେଣୁ ପାର୍କିଂ ଫି’ ହ୍ରାସ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।
ଅପରପକ୍ଷରେ ୧୫ଟି ପାର୍କିଂସ୍ଥାନ ପାଇଁ ସିଏମ୍‌ସି ପକ୍ଷରୁ ଗୁରୁବାରଠାରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଟେଣ୍ଡର ମାଧ୍ୟମରେ ଘରୋଇ ଅନୁଷ୍ଠାନ ଏବଂ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯିବ। ପ୍ରତି ପାର୍କିଂସ୍ଥଳକୁ ଲିଜ୍‌ ନେବା ପାଇଁ ଭିନ୍ନ ଭିନ୍ନ ଦେୟ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହି ପାର୍କିଂଗୁଡିକ ରହିବ। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ଜାରି ରହିବ। ଏହାପରେ ୨୦ ତାରିଖରେ ଟେଣ୍ଡର ବାକ୍ସ ଖୋଲାଯିବ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ରିଂବନ୍ଧର ପଶ୍ଚିମ ଏବଂ ପୂର୍ବ ପାର୍ଶ୍ୱରୁ ସିଲଭର ସିଟି ବୋଟିଂ କମ୍ପ୍ଲେକ୍ସ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୭ଟି ପାର୍କିଂସ୍ଥଳୀ ରଖାଯାଇଛି। ସେହିଭଳି କାର୍ତ୍ତିକେଶ୍ୱର ଗଡାର ପୂର୍ବ ଏବଂ ପଶ୍ଚିମ ପାର୍ଶ୍ୱରେ ୨ଟି, ଖ୍ରୀଷ୍ଟିଆନ ପଡିଆ, ଦୟାଶ୍ରମ ସମ୍ମୁଖ, ଗୋରାକବର ପଡିଆ, ବକ୍ଳି ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ, ଭୁଆଶୁଣୀ ପଡିଆ ଓ ହାଡିଆ ପଠାରେ ଗୋଟିଏ ଲେଖାଏ ପାର୍କିଂସ୍ଥଳ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?