ଡଙ୍କାରୀ ପାହାଡ଼ରେ କଳାପଥର ଲୁଟ୍‌

ଯାଜପୁର,୧ା୧୨(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ କଳାପଥର, ବାଲି, ମୋରମ ଓ ମାଙ୍କଡ଼ା ପଥର ବହୁ ପରିମାଣରେ ଗଚ୍ଛିତ ରହିଛି। ତେବେ ଧର୍ମଶାଳା ତହସିଲ ଅଞ୍ଚଳରେ ରହିଥିବା ବହୁ ମୂଲ୍ୟବାନ କଳାପଥର ଚୋରି କାରବାର ଏବେ ଅଣାୟତ୍ତ ହେବାରେ ଲାଗିଛି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ନିଜ ଲିଜ୍‌ ଏରିଆକୁ ଲାଗି ଅନ୍ୟ ଖାଦାନଗୁଡ଼ିକରୁ ଚୋରି କରୁଛନ୍ତି। ଏଭଳି ଗୁରୁତର ଅଭିଯୋଗ ସ୍ଥାନୀୟ ଅଞ୍ଚଳବାସୀଙ୍କ ବ୍ୟତୀତ କେତେଜଣ ଲିଜ୍‌ଧାରୀ ଖଣି ନିର୍ଦ୍ଦେଶକଙ୍କ ସମେତ ଯାଜପୁର ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ, ଯାଜପୁର ଲଘୁ ଖଣିଜ ଦ୍ରବ୍ୟ ଉପ ନିର୍ଦ୍ଦେଶକ ଏବଂ ଧର୍ମଶାଳା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ଅନୁଯାୟୀ ବେଆଇନ ଖାଦାନ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଆଇନଗତ ଲିଜ୍‌ଧାରୀମାନେ ବହୁଳ ଭାବେ ପ୍ରଭାବିତ ହେଉଛନ୍ତି। ଏହିକ୍ରମରେ କଳାପଥର ଚୋରି କାରବାରକୁ ବନ୍ଦ ଏବଂ ସେମାନଙ୍କ ବିରୋଧରେ ଜରିମାନା ନ କରିବା ପର୍ଯ୍ୟନ୍ତ ଉତ୍ତୋଳନ କାର୍ଯ୍ୟକୁ ବନ୍ଦ କରିବାକୁ ଅଭିଯୋଗକାରୀ ଲିଜ୍‌ଧାରୀମାନେ ଚେତାବନୀ ଦେଇଛନ୍ତି।
ଧର୍ମଶାଳା ତହସିଲ ଅଞ୍ଚଳରେ ପ୍ରାୟ ୯୦ଟି କଳାପଥର ଖାଦାନ ରହିଛି। ହେଲେ ଏଯାଏ ମାତ୍ର ୨୫ଟି ଖାଦାନକୁ ଲିଜ୍‌ ଦେଇ ଚୁକ୍ତି କରାଯାଇଛି। ଏହାର ସୁଯୋଗରେ ଅଣଲିଜ୍‌ ଖାଦାନଗୁଡିକୁ ନିୟମିତ ଭାବେ ଲୁଟ୍‌ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଜରିମାନା ଭୟରେ ନିଜର ଲିଜ୍‌ ଅଞ୍ଚଳରୁ କଳାପଥର ଉତ୍ତୋଳନ ନ କରି ଅଣଲିଜ୍‌ ଖାଦାନଗୁଡ଼ିକରୁ ଅନେକ ଲକ୍ଷ ଟଙ୍କାର କଳାପଥର ଚୋରି ହୋଇ ସାରିଛି। ଡଙ୍କାରୀ ପାହାଡ଼ର ୧୭ ନମ୍ବର, ୧/୪ ନମ୍ବର ଓ ୩/୯ ନମ୍ବର ଲିଜ୍‌ଧାରୀମାନେ ତଥା ପି.ଜେ. ମିନେରାଲ୍ସ କମ୍ପାନୀର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଜେନା ଓ ଜ୍ୟୋତ୍ସ୍ନାରାଣୀ ଜେନା ଏବଂ ନିରଞ୍ଜନ ରାଉତ ଏଭଳି ଲୁଟ୍‌ କାରବାରରେ ସଂପୃକ୍ତ ଥିବା ଅଭିଯୋଗ କରାଯାଇଛି। ଏପରି କି ଡଙ୍କାରୀ ପାହାଡ଼ର ୧୮ ନମ୍ବର ଖାଦାନକୁ ଲକ୍ଷ୍ମୀ ଏକ୍ସପୋର୍ଟ ସହ ଚୁକ୍ତି ହୋଇଥିଲେ ହେଁ ତାକୁ କଳାପଥର ଉତ୍ତୋଳନ କରିବାକୁ ଦିଆଯାଉନାହିଁ। ସେଠାରୁ ଜୋରଜବରଦସ୍ତ ଉପରୋକ୍ତ ଲିଜ୍‌ଧାରୀମାନେ କଳାପଥର ଚୋରି କରୁଛନ୍ତି ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଅନ୍ୟପକ୍ଷେ ଲିଜ୍‌ଧାରୀ ପି.ଜେ. ମିନେରାଲ୍ସର ଅନ୍ୟତମ ନିର୍ଦ୍ଦେଶକ ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ନାମରେ ପୂର୍ବରୁ ଅନୁମୋଦନଠାରୁ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ ହେବା ପ୍ରମାଣିତ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ୭୯ କୋଟି ଟଙ୍କାର ଜରିମାନା ନିର୍ଦ୍ଦେଶ ହୋଇଛି। କିନ୍ତୁ ପୁଣି କେମିତି ପି.ଜେ. ମିନେରାଲ୍ସ ନାମରେ ଡଙ୍କାରୀ ପାହାଡ଼ର ୧୭ ନମ୍ବର ଖାଦାନକୁ ଲିଜ୍‌ ସୂତ୍ରରେ ଦିଆଯାଇଛି ସେ ନେଇ ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି। ଏହାଦ୍ୱାରା ମାଇନିଂ ରୁଲ୍ସ ଏବଂ ରେଗୁଲେଶନର ବିରୁଦ୍ଧାଚରଣ ହୋଇଛି ବୋଲି କୁହାଯାଇଛି। ଏଭଳି ଲୁଟ୍‌ କାରବାରକୁ ପ୍ରୋତ୍ସାହନ ଦେବାକୁ ଯାଇ ସଂପୃକ୍ତ ପ୍ରଶାସନିକ ଅଧିକାରୀମାନେ ଅଣଲିଜ୍‌ ଖାଦାନଗୁଡ଼ିକୁ ଲିଜ୍‌ସୂତ୍ରରେ ଦେବାକୁ ବିଳମ୍ବ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଲକ୍ଷ୍ମୀ ଏକ୍ସପୋର୍ଟକୁ ଡଙ୍କାରୀ ପାହାଡ଼ର ୫ ନମ୍ବର ଖାଦାନକୁ ଲିଜ୍‌ ଦିଆଯାଇଛି। କିନ୍ତୁ ଏହି ଖାଦାନରେ ମଧ୍ୟ ଚୋରି କାରବାର ଚାଲିଥିବାରୁ ସେଠାରୁ ଆଇନଗତ ଭାବେ କଳାପଥର ଉତ୍ତୋଳନ ହୋଇ ପାରୁନାହିଁ। ଏହାବାଦ୍‌ ରାହାଡ଼ପୁର, ଲୁଣିବର, ବାରମାଣ, ବରଡ଼ା, ବାଜବାଟି, ଆରୁହା ଓ ବିଛାଖଣ୍ଡି ପାହାଡ଼ରୁ ଅନେକ କୋଟି ଟଙ୍କାର କଳାପଥର ଚୋରି ହେଉଛି। ଏହିକ୍ରମରେ ଆଖପାଖ ଷ୍ଟୋନ୍‌ କ୍ରଶରଗୁଡ଼ିକରେ ଅନୁମୋଦନଠାରୁ ଢେର ଗୁଣ ଅଧିକ କଳାପଥର ଗଚ୍ଛିତ ରହିଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ପୋଲିସ ଷ୍ଟେଶନରେ ଏକାଧିକ ଅଭିଯୋଗ କରାଯାଇଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ। ତେଣୁ ରାଜ୍ୟ ସରକାର ବିପୁଳ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପ୍ରମୁଖ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଖଣି, ପୋଲିସ, ଜଙ୍ଗଲ ଓ ରାଜସ୍ବ ବିଭାଗର ସଂପୃକ୍ତ ଅଧିକାରୀମାନେ ହାତରେ ହାତ ଦେଇ ବସିଥିବା ଆଲୋଚନା ହେଉଛି। ଫଳରେ ଏହାର ଉପଯୁକ୍ତ ପରିଚାଳନାର ଅଭାବ ଯୋଗୁ ନିୟମିତ ବ୍ୟବଧାନରେ ପଥର ଚାପାରେ ଶ୍ରମିକଙ୍କ ମୃତ୍ୟୁ ହେଉଥିବା ନଜିର ରହିଛି।
ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ପର୍ଯ୍ୟନ୍ତ ଆବଶ୍ୟକ କର୍ମଚାରୀଙ୍କ ଅଭାବ ରହିଛି। ତଥାପି ଖୁବଶୀଘ୍ର ବେଆଇନ ଉତ୍ତୋଳନ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?