ସ୍ଥାୟୀ ମଣ୍ଡି ନାହିଁ, ଆର୍‌ଏମ୍‌ସି ପାଇଁ ମିଲର ଭରସା

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ୪୬ ବର୍ଷ ହେଲା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ରହିଥିଲେ ମଧ୍ୟ ଭିତ୍ତିଭୂମିର ଅଭାବ ଯୋଗୁ ମଣ୍ଡି ପାଇଁ କୌଣସି ସୁବ୍ୟବସ୍ଥା ହୋଇପାରିନାହିଁ। ଫଳରେ ଜିଲାରେ ଧାନ ମଣ୍ଡି ପରିଚାଳନା ଏକ ପ୍ରକାର ଫେଲ୍‌ ମାରିଛି । ସରକାରଙ୍କ ଘୋଷିତ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି ଚାଷୀ। ସରକାରଙ୍କ ଘୋଷଣା କେବଳ ଘୋଷଣାରେ ସୀମିତ ରହିଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ରାୟଗଡ଼ା ଜିଲାରେ ୧୯୭୮ରେ ନିୟନ୍ତ୍ରିତ ବଜାର କମିଟି ରହିଛି। ଜିଲାରେ ଧାନ ଓ କପା ମଣ୍ଡି ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳନା ହେଉଛି । ଗୁଣପୁର ଆରଏମସି ଅଧୀନରେ ରହିଛି ଗୁଣପୁର, ପଦ୍ମପୁର, ଗୁଡ଼ାରୀ, ରାମନାଗୁଡ଼ା, ଚନ୍ଦ୍ରପୁର, ମୁନିଗୁଡ଼ା ଓ ବିଷମକଟକ ବ୍ଲକ। ସେହିପରି ରାୟଗଡ଼ା ଅଧୀନରେ କଲ୍ୟାଣସିଂହପୁର, କାଶୀପୁର, କୋଲନରା ଏବଂ ରାୟଗଡ଼ା ବ୍ଲକ ରହିଛି। ରାୟଗଡା ଆରଏମସି ଦ୍ୱାରା ୧୧ଟି ମଣ୍ଡି ପରିଚାଳନା ଦାୟିତ୍ୱ ରହିଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ କେବଳ ୩ଟି ମଣ୍ଡି ରାୟଗଡ଼ା, ଲେକାପାଇ ଏବଂ ବୁଡ଼ାଗୁଡ଼ାକୁ ଛାଡ଼ିଲେ ଅନ୍ୟ ୮ଟିରେ ନିଜସ୍ବ ମଣ୍ଡି ନାହିଁ, କିମ୍ବା ଗୋଦାମର ବ୍ୟବସ୍ଥା ନାହିଁ। ଚାଷୀଙ୍କଠାରୁ ଧାନ କିଣାଯିବା ପରେ ଗଛିତ ରଖିବା ପାଇଁ ଆରଏମସି ବିଭାଗ ପକ୍ଷରୁ କୌଣସି ସୁବିଧା କରାଯାଇନାହିଁ। ସ୍ଥାୟୀ ମଣ୍ଡି ନ ଥିବାରୁ ଆରଏମସି ପାଇଁ କେବଳ ମିଲର ହିଁ ଭରସା ପାଲଟିଛନ୍ତି। ଚାଷୀଙ୍କଠାରୁ ଧାନ କିଣାଯିବା ପରେ ତାହା ଆରଏମସି ଗୋଦାମରେ ରଖାଯିବା ବଦଳରେ ମିଲର ନେଇ ରଖୁଛନ୍ତି। ମିଲରଙ୍କ ଦୟାରେ ଏକପ୍ରକାର ଏହି ବିଭାଗ ଚାଲିଛି। ଏଭଳିକି ରାୟଗଡା ଆରଏମସି କାର୍ଯ୍ୟାଳୟ ପରିସରରେ ଯେଉଁ ଗୋଦାମ ରହିଛି ତାହା ନାମକୁ ମାତ୍ର କେବଳ ରହିଛି। ସେହି ଗୋଦାମ କେବେ ମଧ୍ୟ ବ୍ୟବହାର ହେଉନାହିଁ। ବିରାଟ ଅଞ୍ଚଳରେ ଏହାର ନିର୍ମାଣ କରାଯାଇଥିଲେ ମଧ୍ୟ ଦୂରଦୃଷ୍ଟି ଅଭାବରୁ ତାହା ବ୍ୟବହାର ହେଉନାହିଁ। ଏଭଳିକି ବନ୍ୟା, ବାତ୍ୟା ସମୟରେ ମଧ୍ୟ ଫସଲ ସଂରକ୍ଷଣ ହୋଇପାରୁନାହିଁ । ଅନ୍ୟପଟେ ରାୟଗଡ଼ା ମାର୍କେଟୟାର୍ଡ ବର୍ତ୍ତମାନ ଲକ୍ଷ୍ମୀ ବସ୍‌ ପାର୍କିଂ ସ୍ଥଳୀ ପାଲଟିଛି। ଏବେ ଧାନ ସଂଗ୍ରହ ଋତୁ ଚାଲିଥିବା ବେଳେ ଗୋଦାମ ଅଞ୍ଚଳ ଖାଲି ପଡ଼ିଥିବା ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଛି। ଏଭଳିକି ୮ଟି ଅସ୍ଥାୟୀ ମଣ୍ଡିଗୁଡିକରେ ଧାନ ଏକାସହିତ ଓଜନ କରିବା ସୁବିଧା ବି ନାହିଁ। ତେଣୁ ଚାଷୀ ମଣ୍ଡିକୁ ଧାନ ନ ଆଣି ସିଧା ମିଲରଙ୍କ ନିକଟକୁ ନେଉଛନ୍ତି। ଆଉ ମଣ୍ଡିରେ କେତେ ଧାନ ବିକ୍ରି ହେଲା ତାହାର ରସିଦ କଟାଯାଉଛି। ଏହାର ସମସ୍ତ ପ୍ରମାଣ ମଣ୍ଡିରେ ଲାଗିଥିବା ସିସିଟିଭି କ୍ୟାମେରାରେ ରହିଛି।

ବାର୍ଷିକ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ମଣ୍ଡି ପରିଚାଳନା ପାଇଁ ଖର୍ଚ୍ଚ ହେଉଛି। ଗତବର୍ଷ ଖରିଫ ମଣ୍ଡି ସମୟରେ ୪୫ ଲକ୍ଷ ୬୭ ହଜାର ୭୦୪ ଟଙ୍କା ଖର୍ଚ୍ଚ ହୋଇଥିଲା। ରବି ମଣ୍ଡିରେ ମଧ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ହେଲେ ମଣ୍ଡିରେ କୌଣସି ସୁବ୍ୟବସ୍ଥା କରାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆରଏମସି ସମ୍ପାଦକ ବୀପିନ ସ୍ବାଇଁଙ୍କୁ ପଚାରିବାରୁ କହିଛନ୍ତି ଯେ, ଭିତିଭୂମି ପାଇଁ ଆମେ ସରକାରଙ୍କୁ ବହୁବାର ଅବଗତ କରିଛୁ । ସରକାର ଅନୁଦାନ ଦେଲେ ନିର୍ମାଣ କରାଯିବ। ହେଲେ କିଛି ସ୍ଥାନରେ ସରକାରୀ ଜାଗା ମିଳୁ ନ ଥିବା ସେ ସୂଚନା ଦେଇଛନ୍ତି । ତେଣୁ ସରକାର ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଗୁରୁତ୍ୱ ଦେଇ ଜିଲାର ସମସ୍ତ ମଣ୍ଡିରେ ଭତ୍ତିଭୂମି ବିକାଶ କରିବାକୁ ଚାଷୀ ମହଲରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ...

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri