ସ୍ଥାୟୀ ମଣ୍ଡି ନାହିଁ, ଆର୍‌ଏମ୍‌ସି ପାଇଁ ମିଲର ଭରସା

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ୪୬ ବର୍ଷ ହେଲା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ରହିଥିଲେ ମଧ୍ୟ ଭିତ୍ତିଭୂମିର ଅଭାବ ଯୋଗୁ ମଣ୍ଡି ପାଇଁ କୌଣସି ସୁବ୍ୟବସ୍ଥା ହୋଇପାରିନାହିଁ। ଫଳରେ ଜିଲାରେ ଧାନ ମଣ୍ଡି ପରିଚାଳନା ଏକ ପ୍ରକାର ଫେଲ୍‌ ମାରିଛି । ସରକାରଙ୍କ ଘୋଷିତ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି ଚାଷୀ। ସରକାରଙ୍କ ଘୋଷଣା କେବଳ ଘୋଷଣାରେ ସୀମିତ ରହିଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ରାୟଗଡ଼ା ଜିଲାରେ ୧୯୭୮ରେ ନିୟନ୍ତ୍ରିତ ବଜାର କମିଟି ରହିଛି। ଜିଲାରେ ଧାନ ଓ କପା ମଣ୍ଡି ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳନା ହେଉଛି । ଗୁଣପୁର ଆରଏମସି ଅଧୀନରେ ରହିଛି ଗୁଣପୁର, ପଦ୍ମପୁର, ଗୁଡ଼ାରୀ, ରାମନାଗୁଡ଼ା, ଚନ୍ଦ୍ରପୁର, ମୁନିଗୁଡ଼ା ଓ ବିଷମକଟକ ବ୍ଲକ। ସେହିପରି ରାୟଗଡ଼ା ଅଧୀନରେ କଲ୍ୟାଣସିଂହପୁର, କାଶୀପୁର, କୋଲନରା ଏବଂ ରାୟଗଡ଼ା ବ୍ଲକ ରହିଛି। ରାୟଗଡା ଆରଏମସି ଦ୍ୱାରା ୧୧ଟି ମଣ୍ଡି ପରିଚାଳନା ଦାୟିତ୍ୱ ରହିଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ କେବଳ ୩ଟି ମଣ୍ଡି ରାୟଗଡ଼ା, ଲେକାପାଇ ଏବଂ ବୁଡ଼ାଗୁଡ଼ାକୁ ଛାଡ଼ିଲେ ଅନ୍ୟ ୮ଟିରେ ନିଜସ୍ବ ମଣ୍ଡି ନାହିଁ, କିମ୍ବା ଗୋଦାମର ବ୍ୟବସ୍ଥା ନାହିଁ। ଚାଷୀଙ୍କଠାରୁ ଧାନ କିଣାଯିବା ପରେ ଗଛିତ ରଖିବା ପାଇଁ ଆରଏମସି ବିଭାଗ ପକ୍ଷରୁ କୌଣସି ସୁବିଧା କରାଯାଇନାହିଁ। ସ୍ଥାୟୀ ମଣ୍ଡି ନ ଥିବାରୁ ଆରଏମସି ପାଇଁ କେବଳ ମିଲର ହିଁ ଭରସା ପାଲଟିଛନ୍ତି। ଚାଷୀଙ୍କଠାରୁ ଧାନ କିଣାଯିବା ପରେ ତାହା ଆରଏମସି ଗୋଦାମରେ ରଖାଯିବା ବଦଳରେ ମିଲର ନେଇ ରଖୁଛନ୍ତି। ମିଲରଙ୍କ ଦୟାରେ ଏକପ୍ରକାର ଏହି ବିଭାଗ ଚାଲିଛି। ଏଭଳିକି ରାୟଗଡା ଆରଏମସି କାର୍ଯ୍ୟାଳୟ ପରିସରରେ ଯେଉଁ ଗୋଦାମ ରହିଛି ତାହା ନାମକୁ ମାତ୍ର କେବଳ ରହିଛି। ସେହି ଗୋଦାମ କେବେ ମଧ୍ୟ ବ୍ୟବହାର ହେଉନାହିଁ। ବିରାଟ ଅଞ୍ଚଳରେ ଏହାର ନିର୍ମାଣ କରାଯାଇଥିଲେ ମଧ୍ୟ ଦୂରଦୃଷ୍ଟି ଅଭାବରୁ ତାହା ବ୍ୟବହାର ହେଉନାହିଁ। ଏଭଳିକି ବନ୍ୟା, ବାତ୍ୟା ସମୟରେ ମଧ୍ୟ ଫସଲ ସଂରକ୍ଷଣ ହୋଇପାରୁନାହିଁ । ଅନ୍ୟପଟେ ରାୟଗଡ଼ା ମାର୍କେଟୟାର୍ଡ ବର୍ତ୍ତମାନ ଲକ୍ଷ୍ମୀ ବସ୍‌ ପାର୍କିଂ ସ୍ଥଳୀ ପାଲଟିଛି। ଏବେ ଧାନ ସଂଗ୍ରହ ଋତୁ ଚାଲିଥିବା ବେଳେ ଗୋଦାମ ଅଞ୍ଚଳ ଖାଲି ପଡ଼ିଥିବା ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଛି। ଏଭଳିକି ୮ଟି ଅସ୍ଥାୟୀ ମଣ୍ଡିଗୁଡିକରେ ଧାନ ଏକାସହିତ ଓଜନ କରିବା ସୁବିଧା ବି ନାହିଁ। ତେଣୁ ଚାଷୀ ମଣ୍ଡିକୁ ଧାନ ନ ଆଣି ସିଧା ମିଲରଙ୍କ ନିକଟକୁ ନେଉଛନ୍ତି। ଆଉ ମଣ୍ଡିରେ କେତେ ଧାନ ବିକ୍ରି ହେଲା ତାହାର ରସିଦ କଟାଯାଉଛି। ଏହାର ସମସ୍ତ ପ୍ରମାଣ ମଣ୍ଡିରେ ଲାଗିଥିବା ସିସିଟିଭି କ୍ୟାମେରାରେ ରହିଛି।

ବାର୍ଷିକ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ମଣ୍ଡି ପରିଚାଳନା ପାଇଁ ଖର୍ଚ୍ଚ ହେଉଛି। ଗତବର୍ଷ ଖରିଫ ମଣ୍ଡି ସମୟରେ ୪୫ ଲକ୍ଷ ୬୭ ହଜାର ୭୦୪ ଟଙ୍କା ଖର୍ଚ୍ଚ ହୋଇଥିଲା। ରବି ମଣ୍ଡିରେ ମଧ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ହେଲେ ମଣ୍ଡିରେ କୌଣସି ସୁବ୍ୟବସ୍ଥା କରାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆରଏମସି ସମ୍ପାଦକ ବୀପିନ ସ୍ବାଇଁଙ୍କୁ ପଚାରିବାରୁ କହିଛନ୍ତି ଯେ, ଭିତିଭୂମି ପାଇଁ ଆମେ ସରକାରଙ୍କୁ ବହୁବାର ଅବଗତ କରିଛୁ । ସରକାର ଅନୁଦାନ ଦେଲେ ନିର୍ମାଣ କରାଯିବ। ହେଲେ କିଛି ସ୍ଥାନରେ ସରକାରୀ ଜାଗା ମିଳୁ ନ ଥିବା ସେ ସୂଚନା ଦେଇଛନ୍ତି । ତେଣୁ ସରକାର ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଗୁରୁତ୍ୱ ଦେଇ ଜିଲାର ସମସ୍ତ ମଣ୍ଡିରେ ଭତ୍ତିଭୂମି ବିକାଶ କରିବାକୁ ଚାଷୀ ମହଲରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?