ସକାଳ ୮ରୁ ୧୨ ଘଣ୍ଟା ବନ୍ଦ ରହିବ ସବୁ କ୍ରଶର

ଖୋର୍ଦ୍ଧା, ୧।୨(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧାରେ ଛତୁ ଫୁଟିବା ଭଳି କ୍ରଶରଗୁଡ଼ିକ ଗଢିଉଠୁଛି। ଦିନରାତି କ୍ରଶର ଚାଲିବା ଫଳରେ ବାୟୁ ପ୍ରଦୂଷଣ ବଢୁଛି। ଗଛଲତାରେ ଧୂଳି ଆସ୍ତରଣ ଜମୁଛି। ସରକାରୀସ୍ତରରେ ପ୍ରାୟ ୧୦୦ଟି କ୍ରଶରକୁ ଅନୁମତି ଦିଆଯାଇଥିବାବେଳେ ଶତାଧିକ କ୍ରସର ବେଆଇନ ଭାବେ ଚାଲୁଛି। କ୍ରଶର ସ୍ଥାପନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଥିବା ବେଳେ ଏହାକୁ ଅଧିକାଂଶ କ୍ରଶର ମାଲିକ ଅଣଦେଖା କରୁଛନ୍ତି। କ୍ରଶନଜନିତ ବାୟୁ ପ୍ରଦୂଷଣ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ୧୨ ଘଣ୍ଟା କ୍ରଶର ବନ୍ଦ ରଖିବା ଲାଗି ସମସ୍ତ କ୍ରଶରମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କ୍ରଶର ମାଲିକ ସଂଘ ସହ ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ ଆଲୋଚନା କରିଥିଲେ। ଅଧିକାଂଶ କ୍ରଶର ଚାରିପଟେ ପାଚେରି ନ ଥିବାବେଳେ ନିୟମିତ ପାଣି ସିଞ୍ଚନ କରାଯାଉନାହିଁ। ସେହିପରି ଚାରାରୋପଣ ମଧ୍ୟ କରାଯାଉନାହିଁ। ସ୍କିଙ୍କଲର ପାଇପ ଯୋଗେ କ୍ରଶର ୟୁୁନିଟରେ ପାଣି ସିଞ୍ଚନ ଲାଗି ତାଗିଦା ସତ୍ତ୍ୱେ ବହୁ କ୍ରଶର ଏହାକୁ ମାନୁନାହାନ୍ତିି। ଫଳରେ ଜିଲା ପ୍ରଶାସନ ଏବେ ଆକ୍ସନ ମୁଡ୍‌ରେ ରହିଛି। ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ରଶର ଚାଲିବା ଯୋଗୁ ବାୟୁ ପ୍ରଦୂଷିତ ହେବା ସହ ଗଛରେ ଧୂଳି ପଡି ଧୂସରିତ ଦେଖାଯାଉଛି। କ୍ରଶର ଚଲାଇବା ପାଇଁ ରହିଥିବା ନିୟମ କଡ଼ାକଡି ପାଳନ ଲାଗି ଉପଜିଲାପାଳ ସେଠୀ କଡା ତାଗିଦା କରିଛନ୍ତି। କ୍ରଶର ମାଲିକ ସଂଘ ଅନୁରୋଧ କ୍ରମେ ଏହାକୁ ବୁଧବାର ପର୍ଯ୍ୟନ୍ତ କୋହଳ କରାଯାଇଥିବାବେଳେ ଗୁରୁବାରଠାରୁ ଏହା ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ କହିଛନ୍ତି। ଫଳରେ କ୍ରଶର ମାଲିକଙ୍କ ମଧ୍ୟରେ ଛନକା ପଶିଛି। ଗୁରୁବାରଠାରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ କ୍ରଶର ୟୁନିଟଗୁଡିକରେ ଚଢାଉ କରାଯିବ। ତେବେ ବିରି ମାଡ଼ ଦେଖି କୋଳଥ ଚେପା ଭଳି କ୍ରଶର ୟୁନିଟଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କ୍ରଶର ସଂଘ ପକ୍ଷରୁ ହୁଇପ ଜାରି କରାଯାଇଥିବା ଶୁଣିବାକୁ ମିଳୁଛି। ପୂର୍ବରୁ ପ୍ରଶାସନିକ ସ୍ତରରେ ୩ ସ୍ତରୀୟ ଯାଞ୍ଚ ପରେ କ୍ରଶର ୟୁନିଟ ସ୍ଥାପନ ଲାଗି ଅନୁମତି ଦିଆଯାଇଥିଲା। ଏବେ କିପରି ସେଗୁଡ଼ିକୁ ସରକାରୀ ନିୟମ ମାନୁନାହାନ୍ତି ତାହାକୁ ନେଇ ପ୍ରାନ ଉଠୁଛି। ବେଆଇନ ଭାବେ ଶହ ଶହ କ୍ରଶର ଚାଲିଥିବାରୁ ସରକାର ରାଜସ୍ବ ହରାଉଥିବାବେଳେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। କ୍ରଶର ୟୁନିଟ୍‌ ଉପରେ ଅଙ୍କୁଶ ନ ଲାଗିଲେ ଆଗାମୀ ଦିନରେ ଦିଲ୍ଲୀ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପରିବେଶବିତ ଆଶଙ୍କା କଲେଣି। ଏନେଇ ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ପୂର୍ବରୁ କ୍ରଶର ମାଲିକ ସଂଘ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେମାନଙ୍କୁ ଜାନୁଆରୀ ୩୧ ତାରିଖ ମଧ୍ୟରେ ଉପରୋକ୍ତ ବ୍ୟବସ୍ଥା ଲାଗି ତାଗିଦା କରାଯାଇଥିଲା। ଏହାପରେ କୌଣସି କ୍ରଶର ନୀତି ନିୟମକୁ ଉଲ୍ଲଂଘନ କଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?