ଆମ୍ଭଖୋଲା ନିକଟ ଜଙ୍ଗଲରେ ବାଘ ଆତଙ୍କ: ମିଳିଲା ରକ୍ତର ଚିହ୍ନ, ଗାଈର ଦୁଇଟି ଗୋଡ
ଗୁଣୁପୁର ୨୩।୧୨: ରାୟଗଡ଼ା ଜିଲା ଗୁଣୁପୁରରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇଛନ୍ତି। ଗତ ୩ ତିନି ଦିନ ହେବ ବାଘ ସୀମିତ ଅଞ୍ଚଳରେ ବିଚରଣ କରୁଥିବା ଜଣାପଡ଼ିଛି । ଶନିବାର ବନ ବିଭାଗ…
ଟ୍ୟାଙ୍କର ତଳେ ଚାପି ହୋଇ ହେଲ୍ପର ମୃତ, ଡ୍ରାଇଭର ଗୁରୁତର
ଛତ୍ରପୁର,୨୩।୧୨ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ମା’ ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥରେ ଶନିବାର ଏକ ପାଣି ଟ୍ୟାଙ୍କର ଓଲଟି ପଡିଛି। ଫଳରେ ଟ୍ୟାଙ୍କର ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର…
ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ
ଅନୁଗୋଳ,୨୩।୧୨ (ଅମିତ କୁମାର ସାମଲ): ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ୮୪ ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ। ଶନିବାର ମଧ୍ୟାହ୍ନ ସାଢ଼େ ୧୨ଟାରେ କୁଲାଡ଼ସ୍ଥିତ ବାସଭବନରେ ତାଙ୍କର…
ଅଲୋଡ଼ା ହେଲା ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି
ଗଞ୍ଜାମ,୨୩ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରରେ ଦୀର୍ଘ ବର୍ଷ ହେଲା ରହିଥିବା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଏବେ ଅଲୋଡ଼ା ହୋଇପଡିଛି। ମୂର୍ତ୍ତିଟିକୁ ଭଙ୍ଗାଯାଇଥିବା ଯୋଗୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେଉଁ କାରଣରୁ ମୂର୍ତ୍ତିଟିକୁ ଭଙ୍ଗାଯାଇଛି ତାହା ଜଣା…
ନନ୍ଦନକାନନକୁ ଆସିଲେ ୪ ନୂଆ ଅତିଥି
ବାରଙ୍ଗ,୨୩।୧୨: ନନ୍ଦନକାନନକୁ ଆଉ ୪ ନୂଆ ଅତିଥି ଆସିଛନ୍ତି। ୩୫ ବର୍ଷ ପରେ ଦୁଇଟି ୱାଲାବି ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରହିଛି । ଏହା ସହିତ ପ୍ରଥମ ଥର ପାଇଁ ଦୁଇଟି ଲିଭିଂଷ୍ଟୋନ…
ଝାଡ଼ାବାନ୍ତି ମୃତକଙ୍କ ପରିବାରକୁ ୨୦ଲକ୍ଷ ଦିଅ
ରାଉରକେଲା,୨୩।୧୨(ସଙ୍ଗୀତା ଜେନା): ସ୍ମାର୍ଟସିଟି ରାଉରକେଲାରେ ଝାଡ଼ାବାନ୍ତି ଉଗ୍ରରୂପ ଧାରଣ କରିଛି। ଏଥିରେ ହଜାର ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ୧୧ଜଣଙ୍କ ମୃତ୍ୟୁ ହେଲାଣି। ଏହା ସରକାରଙ୍କ ପାରିଲାପଣିଆର ମୁଖା ଖୋଲିଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଦଳ ପକ୍ଷରୁ…
ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଜିଆରଏସ୍ଙ୍କୁ ହତ୍ୟା
ବୁଗୁଡ଼ା/ପୋଲସରା,୨୩ା୧୨(କାଳିଚରଣ ଦାଶ୍/ସୁବ୍ରତ ବେହେରା): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅର୍ନ୍ତଗତ ବାଲିପଦର ଫାଣ୍ଡି ଅଧିନସ୍ତ କଳମ୍ବ ଗ୍ରାମର ସ୍ବର୍ଗତ ଶ୍ରୀହରୀ ପାଣିଗ୍ରାହୀଙ୍କ ପୁଅ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…
ଜମିରେ ଶୋଇଥିଲେ ମହିଳା, ଦଳିଦେଲା ହାତୀ
ରାଇଘର, ୨୩।୧୨(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଛତିଶଗଡ଼ରୁ ଏକ ହାତୀପଲ ଉକ୍ତ ଅଞ୍ଚଳକୁ ପଶିଆସିଛନ୍ତି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଖୁଡୁକ ଗ୍ରାମର ରାମସୁ…
ଯୋରନ୍ଦା ମାଟିକୁ ପବିତ୍ର କରିଛି ମହିମା ଧର୍ମ
ଢେଙ୍କାନାଳ (ରତନ ନାୟାର)/ଭୁବନେଶ୍ୱର (ଅନିଲ ଦାସ) ୨୩ା୧୨: ସାରା ବିଶ୍ୱକୁ ଏକ ପରିବାର ଭାବେ ଗ୍ରହଣ କରିଛି ମହିମା ଧର୍ମ। ଏହା ସରଳ ଜୀବନ, ସମତା ଏବଂ ଜଗତ କଲ୍ୟାଣ ଉପରେ ବିଶ୍ୱାସ କରେ। ମହିମା ଧର୍ମର ମହାନ ସନ୍ଥ ଭୀମ…
ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ) ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୪ ଜାନୁୟାରୀ ୧୫ରୁ ଆରମ୍ଭ ହେବ। ଏହି ମହୋତ୍ସବ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କ୍ରମରେ ପରମ୍ପରା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀରେ ଶୁଭସ୍ତମ୍ଭ ସ୍ଥାପନ…
ପୁଣି ଧମକ ଦେଉଛନ୍ତି ଆକ୍ରମଣକାରୀ: ଏସ୍ପିଙ୍କୁ ସୁରକ୍ଷା ଲୋଡ଼ିଲେ ପରିବାର
କେନ୍ଦୁଝର,୨୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଡିସେମ୍ବର ୧୧ ତାରିଖରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଫଳରେ ଆକ୍ରମଣକାରୀ ବଜାରରେ ବୁଲୁଥିବା ବେଳେ ପୁଣି ଧମକ ଦେଉଛନ୍ତି।…
ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ
ବୈଶିଙ୍ଗା,୨୨ା୧୨(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ବାଛୁରୀପଡ଼ା କ୍ଲଷ୍ଟର ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଏହି ନୋଟିସ ଜାରି କରିଛନ୍ତି । ସୂଚନା…

