କାମ ହେଉନି, ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ

ଡେରାବିଶ, ୨୮।୨ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ତ୍ରିପୁରାରୀପୁର (ଘଣ୍ଟପଦା) ଦେଇ ବହିଯାଇଥିବା ବିରୂପା ନଦୀପଠାରେ ଶାଗୁଣାଘାଇଠାରେ ୨୦୨୩ ଡିସେମ୍ବର ୨ ସନ୍ଧ୍ୟାରେ ୧୦୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ନଦୀପଠା ୧୫ ଫୁଟ ଗଭୀରକୁ ଦବିଯାଇଥିଲା। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା। ଏହି ନଦୀ ବନ୍ଧଟି କେନ୍ଦ୍ରାପଡ଼ା ଓ ଯାଜପୁର ଜିଲା ପାଇଁ ଏକ ମୁଖ୍ୟ ରାସ୍ତା। ଗୋଟିଏ ପାର୍ଶ୍ୱରେ ବିରୂପା ନଦୀ ବନ୍ଧ ଥିବା ବେଳେ ଅପରପାର୍ଶ୍ୱରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ବହିଯାଇଛି। ତେବେ ନଦୀପଠାରେ ଏଭଳି ମାଟି ଅତଡ଼ା ଧସି ଫାଟ ସୃଷ୍ଟି ହେବା ଯୋଗୁ ଘାଇହେବା ସମ୍ଭାବନା ପାଇଁ ନଦୀ ପାର୍ଶ୍ୱସ୍ଥ ଗ୍ରାମବାସୀ ଭୟଭୀତ ଅବସ୍ଥାକୁ ଚାଲି ଆସିଥିଲେ। ଖବରପାଇ ସେହିଦିନ ବିଳମ୍ବିତ ରାତିରେ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ ଘଟଣାସ୍ଥଳକୁ ଆସି ପରିଦର୍ଶନ କରିବା ସହ ନଦୀବନ୍ଧକୁ ସୁରକ୍ଷା ଦେବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରଦିନ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ରୋହିତ କୁମାର ସେଠୀ ଘଟଣାସ୍ଥଳକୁ ଆସି ଫେରିବା ପରେ ଶାଗୁଣାଘାଇଠାରେ ତୁରନ୍ତ ପଥର ଡମ୍ପିଂ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୨ ମାସ ବିତିଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନାହିଁ। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଭୟଭୀତ ଅବସ୍ଥାରେ ଲୋକେ ରହିଛନ୍ତି।
ଏ ସମ୍ପର୍କରେ ଘଣ୍ଟପଦା ଗାଁର ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ସିଂ କହିଛନ୍ତି, ବିରୂପା ନଦୀ ପଠାରେ ଫାଟ ସୃଷ୍ଟି ପାଇଁ ଏବେ ବି ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତୁରନ୍ତ ଏହି ଫାଟକୁ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବିକରି ଆସୁଛନ୍ତି। ଏଥିସହ ନଦୀବନ୍ଧର ଉନ୍ନତୀକରଣ ସମୟରେ ଶାଗୁଣାଘାଇଠାରେ ଚନ୍ଦ୍ରକାର ଆକୃତି ଥିବା ପୁରୁଣା ରାସ୍ତାଟି ଖାଲୁଆ ହୋଇଥିବାରୁ ସେଠାରେ ନଦୀରେ ଝର ସୃଷ୍ଟି ହୋଇ ବନ୍ଧ ପ୍ରତି ବିପଦ ସୃଷ୍ଟି କରିଛି। ନଦୀବନ୍ଧରେ ବହୁ ପରିମାଣରେ ଭାରିଯାନ ଚଳାଚଳ ଯୋଗୁ କମ୍ପନ ସୃଷ୍ଟି ହୋଇ ବନ୍ଧଟି ଦୁର୍ବଳ ହେବାରେ ଲାଗିଛି। ସେହି ସ୍ଥାନଟିକୁ ମାଟି ଓ ବାଲି ପକାଯାଇ ବନ୍ଧର ଉଚ୍ଚା ସହ ସମାନ କରି ନଦୀ ମଧ୍ୟରେ ଅଧିକ ପରିମାଣର ସ୍ପର ନିର୍ମାଣ କରାଗଲେ ଏହି ବିପଦ ଟଳିପାରନ୍ତା। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ସେଠୀଙ୍କୁ ପଚାରିବାରେ ବିରୂପା ନଦୀପଠାରେ ସୃଷ୍ଟି ହୋଇଥିବା ଫାଟକୁ ବନ୍ଦ କରିବାକୁ ନଦୀ ମଧ୍ୟରେ ପଥର ଡମ୍ପିଂ କରାଯିବା ପାଇଁ ୮୩ ଲକ୍ଷ ଟଙ୍କା ବ୍ୟୟରେ ଟେଣ୍ଡର କରାଯାଇଛି। ଏଥିସହ ଶାଗୁଣାଘାଇର ପୁରୁଣା ନଦୀବନ୍ଧ ରାସ୍ତାରେ ଥିବା ଖାଲୁଆ ସ୍ଥାନକୁ ବନ୍ଦ କରିବାକୁ ୧୫.୬୬ ଲକ୍ଷ ଟଙ୍କା ବ୍ୟୟରେ ମଧ୍ୟ ଟେଣ୍ଡର ହୋଇଛି। ସେଠାରେ ନଦୀ ଗଭୀର ଥିବାବେଳେ ବର୍ତ୍ତମାନ ଜଳସ୍ତର କମିବାରେ ଲାଗିଛି। ତେବେ ଏହି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇ ଜୁନ୍‌ ମାସ ମଧ୍ୟରେ ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri