ବିଜ୍ଞାପିତ ଅଞ୍ଚଳ ଘୋଷଣାକୁ ନେଇ ଖଇରା ରାଜନୀତି ସରଗରମ

ଖଇରା,୨୮।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଏନଏସି ଘୋଷଣାରୁ ବାଦ୍‌ ପଡିବା ପରେ ଏବେ ରାଜନୀତି ସରଗରମ ହୋଇପଡିଛି। ଶାସକ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପକୁ ନେଇ ଖଇରା ପାଣିପାଗ ଅଶାନ୍ତ ହୋଇପଡିଛି। ଗୋଟିଏପକ୍ଷେ ବିରୋଧୀ ଭାଜପା ଓ ଖଇରା ସ୍ବାଭିମାନ ମଞ୍ଚ ବୁଧବାର ଖଇରା ବଜାର ବନ୍ଦ ପାଇଁ ଆହ୍ବାନ ଦେବା ସହ ଡାକବାଜି ଯନ୍ତ୍ରରେ ପ୍ରଚାର ମଧ୍ୟ କରିଛି। ଭାଜପା ନେତା ପଦ୍ମଲୋଚନ ପଣ୍ଡା ଓ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ପୂର୍ବରୁ ବଜାର ପାଇଁ ଖବରଦାତା ସମ୍ମିଳନୀରେ ଚେତାବନୀ ଦେବା ପରେ ସୋମବାର ସ୍ବାଭିମାନ ମଞ୍ଚ ପକ୍ଷରୁ ଆଖଣ୍ଡଳେଶ୍ୱର ଶିବ ମନ୍ଦିରରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବୁଧବାର ବଜାର ବନ୍ଦ ସହ ଏନଏସି ଘୋଷଣା ନ ହେବା ପର୍ଯ୍ୟନ୍ତ ଗୁରୁବାରଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ପାଇଁ ଚେତାବନୀ ଦିଆଯାଇଛି। ଖଇରା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାମଚନ୍ଦ୍ର ଦାସ, ପ୍ରଶାନ୍ତ ବେହେରା, ସନ୍ତୋଷ ଶତପଥି, ରଘୁନାଥ ପାତ୍ର, ଜଗତାନନ୍ଦ ମହାପାତ୍ର, ରବୀନ୍ଦ୍ର ବିଶ୍ୱାଳ, ଅରୁଣ ସ୍ବାଇଁ, ବିଷ୍ଣୁମୋହନ ସାହୁ, ନାରାୟଣ ପେଡା, ଜନ୍ମେଜୟ ଶତପଥି, ମାନସ ମହାପାତ୍ର, ପଦ୍ମନାଭ ପଣ୍ଡା ଓ ଗଜେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେଇଥିଲେ।

ବିରୋଧୀଙ୍କ ସମାଲୋଚନା ଓ ଖଇରା ବଜାର ବନ୍ଦ ଡାକରାକୁ ନେଇ ଶାସକ ଦଳର ନେତା ଏବଂ ଏନଏସିରେ ଅନ୍ତର୍ଭୁକ୍ତ ହେବାକୁ ଥିବା ପଞ୍ଚାୟତଗୁଡିକର ଲୋକପ୍ରତିନିଧିମାନେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଶାଣିତ ପ୍ରହାର କରିଛନ୍ତି। ୪ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ୫ ନମ୍ବର ଜିଲା ଜୋନ ପରିଷଦ ସଭ୍ୟ ମାନସ କୁମାର ଦାଶ, ଖଇରା ସମିତିସଭ୍ୟା ନର୍ମଦା ଦେଓ, ସରପଞ୍ଚ ମାଳତୀ ସେଠୀ, ବିଜେଡି ଜିଲା ସମ୍ପାଦକ ରାଧାକାନ୍ତ ପାତ୍ର, ପ୍ରାକ୍ତନ ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ପାତ୍ର, ବ୍ୟବସାୟ ସୁଦର୍ଶନ ମହାରଥା, ନଳିନୀ ସାହୁ, ଆରତୀ ମହାନ୍ତି, ସୁଶାନ୍ତ କୁମାର ନାୟକ ପ୍ରମୁଖ ବିରୋଧୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦେଇଥିଲେ। ୫-ଟି ସଚିବଙ୍କ ସିମୁଳିଆ ଗସ୍ତ ସମୟରେ ବିଭିନ୍ନ ସଙ୍ଗଠନ ତରଫରୁ ସିମୁଳିଆକୁ ଏନ୍‌ଏସି କରିବା ନେଇ ଦାବିପତ୍ର ପ୍ରଦାନ କରିଥିବା ବେଳେ ଖଇରାର ତଥାକଥିତ ସଙ୍ଗଠନ କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଗରିବ ଖଟିକିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଆହାର କେନ୍ଦ୍ର ନିର୍ମାଣକୁ ଅଟକାଇ ରଖିଥିବା ବ୍ୟକ୍ତିମାନେ ଏନଏସି ଦାବି କରି ଯେଭଳି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେମାନେ ସାଧାରଣ ଲୋକଙ୍କୁ କେତେ ଟାକ୍ସବୋଝ ପଡିବ ସେକଥା ଚିନ୍ତା କରୁନାହାନ୍ତି। ସବୁପରେ ବି ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜ୍ଞାପିତ ଅଞ୍ଚଳ ଘୋଷଣାକୁ ନେଇ ଖୁବଶୀଘ୍ର ଖୁସି ଖବର ମିଳିବ ବୋଲି ବିବୃତ୍ତି ଦେଇଥିଲେ ହେଁ ବିରୋଧୀ ଦଳ ଓ ସଙ୍ଗଠନ କେବଳ ନାଁ ନେବା ପାଇଁ ମିଥ୍ୟା ପ୍ରଚାର କରୁଥିବା କହିଛନ୍ତି। ଏଭଳି ବଜାର ବନ୍ଦକୁ ଦଳ ଦୃଢ ନିନ୍ଦା କରିବା ସହ ନିରୀହ ବ୍ୟବସାୟୀଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ସବୁ ପ୍ରକାର ଉଦ୍ୟମ କରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ଭେଟିଲେ ରାସେଶ୍ୱରୀ, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri