କୋରାପୁଟରେ ୧୪୪ ଧାରା ଜାରିକଲେ ଜିଲାପାଳ
କୋରାପୁଟ,୧୧ା୫(ଅମିତାଭ ବେହେରା): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଶନିବାର ସନ୍ଧ୍ୟା ୬ଟାରୁ କୋରାପୁଟ ଜିଲା ବ୍ୟାପି ୧୪୪ ଧାରା ଜାରି କରିଛନ୍ତି କୋରାପୁଟ ଜିଲାପାଳ। ଶନିବାର କୋରାପୁଟ ଜିଲାପାଳ ପତ୍ରସଂଖ୍ୟା ୨୪୦୨/୧୧.୫.୨୪ ଜରିଆରେ ଏହି ୧୪୪…
ପ୍ରଚାରର ଶେଷ ଦିନରେ ଦମ୍ ଦେଖାଇଲେ ଲଳିତା
କେସିଙ୍ଗା,୧୧ା୫(ତୁମେଶ୍ୱର ସାହୁ): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନର ଶେଷଦିନରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜୋନ୍ ନଂ-୩ରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ତାଙ୍କ ସମର୍ଥକଙ୍କ ସହ ଶନିବାର ଏକ ବିରାଟ…
ଧାରୁଆ କାତିରେ କାଟି ଦାଦାଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲେ ପୁତୁରା
ଏମ୍ଭି-୭୯,୧୧ା୫(ଭିକି ବାରିକ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମ୍ଭି-୭୯ ଥାନା ଅନ୍ତର୍ଗତ ତେଲରାଇ ପଞ୍ଚାୟତ ଇପିଗୁଡା ଗ୍ରାମରେ ଶନିବାର ଆଦିବାସୀଙ୍କ ଆମ୍ବପରବ ପୂଜା ଚାଲିଥିବା ସମୟରେ ହଠାତ୍ ଦାଦା-ପୁତୁରାଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ…
କୋକସରା ବ୍ଲକ: ୧୦୨ ବୁଥ୍ରେ ମତଦାନ କରିବେ ୯୧,୩୭୬ ଭୋଟର
କୋକସରା,୧୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ନିର୍ବାଚନ କ୍ଷେତ୍ରର ଧର୍ମଗଡ଼ ବିଧାନସଭାରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପ୍ରଚାରର ଆଜି ଶେଷଦିନ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ କଳାହାଣ୍ଡି ଲୋକ ସଭା ଓ ୭ ବିଧାନସଭା ପାଇଁ ନିର୍ବାଚନ ହେବ। କୋକସରା ବ୍ଲକର…
ଭାଲୁ ଆକ୍ରମଣରେ ୩ ଗୁରୁତର
କୋକସରା,୧୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ଖଇରଭା ଗ୍ରାମର ଦୁଇ ଜଣ ବୃଦ୍ଧା ଫଗନି ରାଉତ (୫୫) ଓ ତୁଳସା ରାଉତ (୬୫) ନିକଟସ୍ଥ ଜଙ୍ଗଲରେ ଶନିବାର ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ସକାଳୁ…
ଜୁନାଗଡ଼ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, କହିଲେ ବିକାଶ ପାଇଁ…
ଭବାନୀପାଟଣା/ଜୁନାଗଡ଼,୧୧ା୫(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): ଆସନ୍ତା ୧୩ ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଳାହାଣ୍ଡି ଜିଲାରେ ଅନୁଷ୍ଠିତ ହେବ। ଶନିବାର ପ୍ରଚାରର ଶେଷଦିନରେ ଜୁନାଗଡ଼ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପହଞ୍ଚି ଦଳୀୟ ବିଧାୟକ ଓ ଏମ୍ପି ପ୍ରାର୍ଥୀଙ୍କ ପାଇଁ…
ବାଇକ୍ ଧକ୍କାରେ ଚାଲିଗଲା ପୋଲିଂ କର୍ମଚାରୀଙ୍କ ଜୀବନ
ଉମରକୋଟ,୧୧ା୫: ନିର୍ବାଚନ ଡ୍ୟୁଟିକୁ ଆସିଥିବା ବେଳେ ଶନିବାର ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ବୁଥ୍ ସମ୍ମୁଖରେ ବସ୍ରୁ ଓହ୍ଲାଇବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତିଙ୍କ ନାଁ…
ଓଲଟିଲା ପୋଲିଂ ପାର୍ଟି ବସ୍
ଚିକିଟି,୧୧ା୫: ନିର୍ବାଚନ ଡ୍ୟୁଟିକୁ ଶନିବାର ଯାଉଥିବା ବେଳେ ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ନିକଟରେ ଏକ ପୋଲିଂ ପାର୍ଟି ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଦୁଇଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ମେ’…
ଗଞ୍ଜେଇ ଭର୍ତ୍ତି କାର୍ ଜବତ: ବ୍ୟବସାୟୀ ଗିରଫ
ବ୍ରହ୍ମପୁର,୧୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ଖବର ମିଳିଥିଲା। କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶରେ ଏଜେ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ଆଙ୍କୁଶପୁରଠାରେ ଯାନବାହନ ଯାଞ୍ଚ କରୁଥିଲା। ସେଠାରୁ ଏକ ଗଞ୍ଜେଇ…
ଭୃଗୁ, ସୁବାସଙ୍କ ପାଇଁ ପ୍ରଚାର କଲେ ସବ୍ୟସାଚୀ-ଅର୍ଚ୍ଚିତା
ଛତ୍ରପୁର,୧୧ା୫(ଦିଲ୍ଲୀପ ସାମଲ): ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ପ୍ରଚାର ସେତେ ଦମ୍ଦାର ହେବାରେ ଲାଗିଛି। ବିଭିନ୍ନ ପଞ୍ଚାୟତ ବୁଲି ଭୋଟରଙ୍କ ଘରେ ଘରେ ପହଞ୍ଚି ନିଜ ନିଜ ସପକ୍ଷରେ ଭୋଟ୍ ଦେବା ପାଇଁ ପ୍ରାର୍ଥୀମାନେ ଲୋକଙ୍କୁ ଭୋଟ୍ ଆଶୀର୍ବାଦ ମାଗୁଛନ୍ତି।…
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ମା’-ପୁଅଙ୍କ ଜୀବନ
ଛତ୍ରପୁର,୧୧ା୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ ରଘୁନାଥପୁର ଛକ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଶନିବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ ମାଟିଖାଲ ଗ୍ରାମର ଖଗେଶ୍ୱର…
ଭାରତମାତା, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି
ବରଗଡ଼,୧୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଶନିବାର ଅପରାହ୍ନରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ବରଗଡ଼ରେ ପହଞ୍ଚିଛନ୍ତି। ମୋଦି ବରଗଡ଼ରେ ପହଞ୍ଚିବା ପରେ ମୋଦି ଜୀ ମୋଦି ଜୀ ନାରାରେ କମ୍ପି ଉଠିଥିଲା ସଭାସ୍ଥଳ। ପ୍ରଧାନମନ୍ତ୍ରୀ…

