ପ୍ରେସ୍‌କ୍ରିପ୍‌ଶନରେ ରହୁନି ଡାକ୍ତରଙ୍କ ସ୍ପଷ୍ଟ ଅକ୍ଷର

କଟକ,୧୧ା୭(ଶିଳ୍ପା ପ୍ରିୟଦର୍ଶିନୀ)ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ ସ୍ପଷ୍ଟ ଓ ବଡ଼ ଅକ୍ଷରରେ ପ୍ରେସ୍‌କ୍ରିପ୍‌ଶନ୍‌ ଲେଖିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ହେଲେ ଏହାକୁ ଏସ୍‌ସିବି ମେଡିକାଲ ସମେତ ଅନ୍ୟାନ୍ୟ ସରକାରୀ ଓ ଘରୋଇ ହସ୍ପିଟାଲରେ ପାଳନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ବୁଧବାର ଏସ୍‌ସିବି ମେଡିକାଲରେ ଏକ ବିଭାଗର ଜଣେ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ ଲେଖିଥିଲେ। ହେଲେ ଏହା ବଡ଼ ଅକ୍ଷରରେ ଲେଖାଯାଇ ନ ଥିବାବେଳେ ସ୍ପଷ୍ଟ ଭାବେ ପଢି ହେଉ ନ ଥିଲା। ଏସ୍‌ସିବି ମେଡିକାଲର କେବଳ ଏହି ଗୋଟିଏ ବିଭାଗ ନୁହେଁ, ବରଂ ଅନେକ ବିଭାଗରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଏପରି ଲେଖା କାରଣରୁ ଅନେକ ସମୟରେ ରୋଗ, ଔଷଧ, ପରୀକ୍ଷା ସମ୍ପର୍କରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଜାଣିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରମାନେ ଯେଉଁ ପ୍ରେସ୍‌କ୍ରିପ୍‌ସନ୍‌ ଲେଖୁଛନ୍ତି ତାହା କେବଳ ମେଡିସିନ ଦୋକାନୀ ବୁଝିବା ସମ୍ଭବ ହେଉଥିଲା। ଏହି ଘଟଣାରେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ସମସ୍ତ ହସ୍ପିଟାଲରେ ଡାକ୍ତର ବଡ଼ ଅକ୍ଷର ଓ ସ୍ପଷ୍ଟ ଭାବେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବା ପାଇଁ ଗତ ଜାନୁଆରୀରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ହସ୍ପିଟାଲ, ଘରୋଇ କ୍ଲିନିକ୍‌ ଓ ମେଡିକାଲ କଲେଜ ପାଇଁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲା। ଏଥିସହ ଲେଖା ଏମିତି ହେବା ଦରକାର, ଯାହା କୌଣସି ସନ୍ଦେହ ସୃଷ୍ଟି କରୁ ନ ଥିବ। ଏହି ନିର୍ଦ୍ଦେଶନାମାକୁ ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ ପାଳନ କରୁନାହାନ୍ତି।
ଏନେଇ ଏସ୍‌ସିବି ମେଡିକାଲର ନିରାମୟ କେନ୍ଦ୍ରକୁ ଔଷଧ ପାଇଁ ଯାଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ବିଭିନ୍ନ ପରୀକ୍ଷା ପାଇଁ ଅନେକ ରୋଗୀ ଡାକ୍ତରଖାନା ଆସୁଛନ୍ତି। ହେଲେ ସେଠାରେ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ ସ୍ପଷ୍ଟ ଭାବେ ଲେଖୁ ନ ଥିବାରୁ ଔଷଧ ସହିତ ଅନ୍ୟାନ୍ୟ ବିଷୟରେ ଜାଣିହେଉ ନାହିଁ। ଏନେଇ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅପରପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମକରନ୍ଦ ବେଉରା କହିଛନ୍ତି, ଡାକ୍ତରମାନେ ବଡ ଅକ୍ଷର ଓ ସ୍ପଷ୍ଟ ଭାବେ ପ୍ରେସ୍‌କ୍ରିପ୍‌ଶନ୍‌ ଲେଖିବା ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଥିଲା। ଏପର୍ଯ୍ୟନ୍ତ ଏନେଇ କୌଣସି ଅଭିଯୋଗ ଆସିନାହିଁ। ଯଦି କେହି ଏଭଳି ଅଭିଯୋଗ କରନ୍ତି, ତା’ହେଲେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ମଧ୍ୟାହ୍ନଭୋଜନ ରାନ୍ଧି ସ୍କୁଲକୁ ଆଣୁଛନ୍ତି ଏସ୍‌ଏଚ୍‌ଜି ମହିଳା

କୋଷାଗୁମୁଡ଼ା, ୧୪।୭(ପ୍ରସାଦ ବିଷୋୟୀ)ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସ୍କୁଲ ଖୋଲାଯାଇଛି। କିନ୍ତୁ ସେଠାରେ ଭିତ୍ତିଭୂମିର ଅଭାବ ରହିଛି। ଏପରି ଏକ ସ୍କୁଲ ହେଉଛି ନବରଙ୍ଗପୁର ଜିଲା...

୪୬ ବର୍ଷ ଅପେକ୍ଷାର ଅନ୍ତ ଆଜି

ପୁରୀ,୧୪ା୭(ଅଜିତ୍‌ କୁମାର ମହାନ୍ତି)ଦୀର୍ଘ ୪୬ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ରବିବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବ। ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ...

ଟିକିମୋହିନୀଙ୍କୁ ଦୁଇଟି ସ୍ବର୍ଣ୍ଣ

ଭୁବନେଶ୍ୱର, ୧୪।୭(ସରୋଜ ଜେନା): ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍‌ଲିଫ୍ଟିଙ୍ଗ୍‌ ହଲ୍‌ରେ ଚାଲିଥିବା...

ମହାପ୍ରଭୁଙ୍କ ପାଇଁ ପାଣିର ବାଷ୍ପରେ ପ୍ରସ୍ତୁତ ହୁଏ ପୋଡ଼ପିଠା

ପୁରୀ,୧୪ା୭(ଅଜିତ୍‌ କୁମାର ମହାନ୍ତି)ଭୋଜନ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି।...

କଲେଜ କର୍ମଚାରୀଙ୍କ ଉପରେ ଆକ୍ରମଣ: ଆକ୍ରମଣକାରୀ ଭାଜପାର କହିଲେ

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ): ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ବରଗଡ଼ ଜିଲା ଗସ୍ତ କରିଥିଲେ। ସହର ଉପକଣ୍ଠ ତୋରା...

ମଙ୍ଗଳା ମନ୍ଦିର ବିକାଶ ପାଇଁ ୫୦ କୋଟି

ନିମାପଡ଼ା/କାକଟପୁର/ଅସ୍ତରଙ୍ଗ/ ଯୋଗେଶ୍ୱରପୁର (ବିଚିତ୍ରାନନ୍ଦ ସାହୁ/ରଞ୍ଜନ ପଟ୍ଟନାୟକ/ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା/ରଶ୍ମିରଞ୍ଜନ ସାହୁ)୧୪ା୭: ପୁରୀ ଜିଲା ନିମାପଡ଼ାର ମା’ ପୂର୍ଣ୍ଣେଶ୍ୱରୀ ମନ୍ଦିର ଠାରୁ କାକଟପୁରର ଅଧିଷ୍ଠାତ୍ରୀ...

୮ ଜଣଙ୍କୁ ନିଲମ୍ବନ କଲା ଭାଜପା

ଭୁବନେଶ୍ୱର, ୧୪।୭(ସୁନିତ୍‌ ମିଶ୍ର): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବାଲେଶ୍ୱର ଜିଲାର...

ନୀଳାଦ୍ରି ବିଜେ ଯାଏ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର,୧୪ା୭(ଅନିଲ ଦାସ)ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃ୍‌ଥ୍ବୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ରବିବାରଠାରୁ ପୁରୀ ଯାଇ ରଥଯାତ୍ରାର ଅବଶିଷ୍ଟ ରୀତିନୀତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri