ପାଣି ମୁନ୍ଦାଏ ପାଇଁ ଡହଳବିକଳ: ଜଙ୍ଗଲରେ ବର୍ଷାପାଣି ପିଉଛନ୍ତି ଯବାନ

ମାଲକାନଗିରି, ୧୧ା୭(ଦୁର୍ଯ୍ୟୋଧନ ପତ୍ର)ଛତିଶଗଡ ଜଙ୍ଗଲ ଓ ମାଓବାଦୀ ଉପଦ୍ରବ ଅଞ୍ଚଳରୁ ଆସିଲା କିଛି ଆଶ୍ଚର୍ଯ୍ୟ କରୁଥିବା ଚିତ୍ର। ମାଓବାଦୀ ଦମନ ପାଇଁ ଯବାନମାନେ କେମିତି ନଇ ନାଳ ଦେଇ ଅପରେଶନ ସାରି କ୍ୟାମ୍ପକୁ ଫେରୁଛନ୍ତି ଓ ଜଙ୍ଗଲରେ କିପରି ଜୀବନ ଅତିବାହିତ କରୁଛନ୍ତି ତାହା ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ। ତଲାସିରେ ନିହତ ହୋଇଥିବା ମହିଳା ମାଓବାଦୀଙ୍କ ମୃତଦେହ କାନ୍ଧେଇ ନଇ ନାଳ ଅତିକ୍ରମ କରୁଛନ୍ତି ଯବାନ। ଏହା ସହ ଅପରେଶନ ସମୟରେ ଯେତେବେଳେ ପିଇବା ପାଇଁ ପାଣି ନ ଥାଏ, ସେତିକି ବେଳେ ପଲିଥିନରେ ବର୍ଷା ପାଣି ସଂଗ୍ରହ କରି ଯବାନମାନେ ସେଇ ପାଣି ବୋତଲରେ ଭର୍ତ୍ତିକରି ପିିଉଛନ୍ତି। ମଙ୍ଗଳବାର ଛତିଶଗଡ କାଂକେର ଜିଲା ଛେଟେବେଟିଆ ଥାନା ବିନାଗୁଣ୍ଡା ଜଙ୍ଗଲରେ ଡିଆର୍‌ଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଘଟଣାସ୍ଥଳରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଓ ଗୁଳି ବନ୍ଧୁକ ଜବତ ହୋଇଥିଲା। ସେହି ସମୟରେ ଏହିପରି କିଛି ଚିତ୍ର ସାମନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପା, ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାରିପଦା,୨୨।୭: ବାପା ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପଡ଼ୋଶୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ନୁଦୁଡିହା ଗାଁରେ। ବିଲରେ କାମ କରୁଥିବା...

ବର୍ଷାରେ ଧସିଲା ନଦୀ ପୋଲ

ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଗତ ୩ ଦିନ ଧରି ଲଘୁଚାପ ଲଗାଣ ବର୍ଷା ଯୋଗୁ ଏମ୍‌ଭି ୯୦, ଏମ୍‌ଭି ୯୬, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ, ପାଙ୍ଗାମ...

ଶାଶୁ, ସ୍ତ୍ରୀଙ୍କୁ ଶାବଳ ଭୁସି ମାରିଦେଲେ: ଦେଢ଼  ବର୍ଷର ପୁଅକୁ ଧରି ଥାନାରେ ପହଞ୍ଚିଲେ 

ଭୁବନେଶ୍ୱର,୨୨।୭: ଶାଶୁ ଓ ସ୍ତ୍ରୀଙ୍କୁ ହତ୍ୟା ପରେ ଦେଢ଼ ବର୍ଷର ପୁଅକୁ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି ଜ୍ୱାଇଁ। ସୋମବାର ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି...

ଘରଡିହ ନ ମିଳିଲେ ସରକାରୀ ଜାଗା ଦଖଲ କରିବୁ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗୁମ୍ମା ବ୍ଲକର ଶତାଧିକ ଲୋକ ପହଞ୍ଚି ଘର ଡିହ ପ୍ରଦାନରେ ବିଳମ୍ବ ଓ ବିଫଳତା ପ୍ରତିବାଦରେ...

ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

ପାରାଦୀପ,୨୨।୭: ଜଗତ୍‌ସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏକ ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର...

ବିଧାନସଭାରେ ନବୀନ କହିବା ବେଳେ ବନ୍ଦ କରିଦେଲେ ମାଇକ! ବିଜେଡି କହିଲା…

ଭୁବନେଶ୍ୱର,୨୨।୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ୨୪ ବର୍ଷ ଧରି ଶାସନ କାଳରେ ବିଜେଡି ଆଜି ପ୍ରଥମ ଥର ପାଇଁ ବିରୋଧୀ...

ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ସୁନ୍ଦରଗଡ଼,୨୨ା୭: ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ ହୋଇଛି। ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସୋମବାର ହାଇକୋର୍ଟ ସାରଦାଙ୍କୁ ଏହି ନୋଟିସ୍‌ କରିଛନ୍ତି...

ବର୍ଷିଲେ ପ୍ରମିଳା, କହିଲେ ରାଜନୀତି ଛାଡି ଜ୍ୟୋତିଷ ହୋଇଗଲେଣି କି ଜୟନାରାୟଣ…

ଭୁବନେଶ୍ୱର,୨୨।୭: ଭାଜପା ନେତା ଜୟନାରାୟଣ ମିଶ୍ର ବିଜେଡ଼ିକୁ ନେଇ ଭବିଷ୍ୟବାଣୀ କରି କହିଛନ୍ତି, ବିଜେଡିର ଆୟୁଷ ବହୁତ କମ୍‌। ବିଜେଡ଼ି ସରକାରକୁ ଫେରିବ ବୋଲି କହୁଛି,...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri