ଏମକେସିଜିକୁ ମିଳିଲାଣି ୨୯ ଶରୀର
ବ୍ରହ୍ମପୁର, ୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମଙ୍ଗଳବାର ବିଶ୍ୱ ଅଙ୍ଗଦାନ ଦିବସ। ମୃତ ଶରୀର ପାଇଁ ମେଡିକାଲ ଛାତ୍ରୀଛାତ୍ରଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଥିଲା। ଏବେ ବି ତାହା ଲାଗି ରହିଥିବାବେଳେ ଏହାର ସରଳୀକରଣ କରାଯାଇଛି। ଓଡ଼ିଶା ଆନାଟୋମି ବିଲ-୨୦୧୨ ପ୍ରଣୟନ…
୩ ବର୍ଷରେ ୩୭ ହାତୀଙ୍କ ଜୀବନ ଯାଇଛି
କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବଣପାହାଡ଼ ଘେରା କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଏକଦା ହାତୀପଲ ସୁରକ୍ଷିତ ବୁଲୁଥିଲେ। ଖଣିଖାଦାନ, ଶିଳ୍ପ, ରାସ୍ତାଘାଟ ତଥା ଡ୍ୟାମ୍ ଏବଂ ଜଙ୍ଗଲ ଅନୁପ୍ରବେଶ ଓ ଜବରଦଖଲ ଆଦି କାରଣରୁ ଜଙ୍ଗଲ ପଦା ହୋଇଯାଇଥିବାରୁ ହାତୀ ବାସହରା ହୋଇ…
ଝାଡ଼ାବାନ୍ତିରେ ୩ ଦିନରେ ୩ ମୃତ
ନନ୍ଦାହାଣ୍ଡି,୧୩।୮(ପ୍ରତୀପ୍ କୁମାର ଦାଶ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକର ଝାଡ଼ବନ୍ଧଗୁଡ଼ା ପଞ୍ଚାୟତ ଦଣ୍ଡସେନାଗୁଡ଼ାରେ ଗତ ୩ ଦିନରେ ୩ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚି ଗାଁ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛି। କେହି…
ସରପଞ୍ଚଙ୍କୁ ଅନାସ୍ଥା ଭୟ: ଭୋଜିଭାତ ଦେଇ ୱାର୍ଡମେମ୍ବରଙ୍କୁ ମୁଣ୍ଡିଆ ମାରିଲେ
ବଲାଙ୍ଗୀର ,୧୩।୮: ବଲାଙ୍ଗୀର ଜିଲା ତୁରକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ସରପଞ୍ଚ ଡୋଳାଧର ବାଗଙ୍କୁ ଘରାଛି ଅନାସ୍ଥା ଭୟ। ଅନାସ୍ଥାରୁ ରକ୍ଷା ପାଇବା ପାଇଁ ସରପଞ୍ଚ ବାଗ ୱାର୍ଡମେମ୍ବରମାନଙ୍କୁ ଭୋଜିଭାତ ଦେଇ ମୁଣ୍ଡିଆ ମାରୁଛନ୍ତି। ଏହି ଭିଡିଓ ବର୍ତ୍ତମାନ ଭାଇରଲ ହୋଇଛି।…
ଗାଁରେ ଗୋଷ୍ଠୀ ସଂଘର୍ଷ : ୨ ଗୁରୁତର ହସ୍ପିଟାଲରେ ଭର୍ତ୍ତି
ଆନନ୍ଦପୁର,୧୩।୮: କେନ୍ଦୁଝର ଜିଲା ଘଷିପୁରା ଥାନା ବୀରମିତ୍ରପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ପୂର୍ବ ଶତ୍ରୁତାରୁ ଏହି ସଂଘର୍ଷ ଘଟିଥିବା ସୂଚନା ମିଳିଛି। ଗୋଷ୍ଠୀ ସଂଘର୍ଷରେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ…
ସାର ସଙ୍କଟ, କୃଷି ଅଧିକାରୀଙ୍କୁ ଚାଷୀଙ୍କ ଫେରାଦ
ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାର ସଙ୍କଟ ଦେଖା ଦେଇଛି। ଫଳରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସୋମବାର ବରଗଡ଼ ବ୍ଲକ ଗାଇସୀମା ଗ୍ରାମର ଚାଷୀମାନେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମର ମିଶ୍ରଙ୍କୁ ଫେରାଦ ହୋଇଥିଲେ। ପ୍ରକାଶ…
ଚାଷୀ ପଞ୍ଜୀକରଣରେ ଏସ୍ଏଚ୍ଜି ମନା
ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ୨୦୨୪-୨୫ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ହେଲେ ଜିଲାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି) ଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି। ଏହାକୁ ନେଇ ଏସ୍ଏଚ୍ଜି ସଭ୍ୟାଙ୍କ ମଧ୍ୟରେ ଅସନ୍ତୋଷ…
ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ
ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): ୨୦୨୪ ନିର୍ବାଚନ ପରେ ପ୍ରଥମଥର ପାଇଁ କଳାହାଣ୍ଡି ଜିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପଠାରେ ସୋମବାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ…
ଆଉ ନାହାନ୍ତି ବରଗଡ଼ ଧନୁଯାତ୍ରାର କଂସ ଅଭିନେତା ଏଲି
ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସର୍ବାଧିକ ୨୩ଥର କଂସ ମହାରାଜ ଅଭିନୟ କରିଥିବା ଗୋପାଳ ସାହୁ ଓରଫ୍ ଏଲି ଆଉ ନାହାନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି। ବରଗଡ଼ ଜିଲା ବରପାଲି ବ୍ଲକ…
ରେଳମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଲୋକ ସଭା ଏମପି
ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ): କେନ୍ଦ୍ର ରାଜ୍ୟର 6 ରେଳ ପ୍ରକଳ୍ପ ଉପରେ ମୋହର ମାରିଥବାବେଳେ ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ସେଥିରୁ ବାଦ୍ ପଡ଼ିଛି। ଏହାକୁ ନେଇ ଜିଲାବାସୀ ଅସନ୍ତୋଷ ପ୍ରକାଶ କରିଥିବାବେଳେ ସୋମବାର ବରଗଡ଼ ଲୋକ ସଭା ଏମପି ପ୍ରଦୀପ ପୁରୋହିତ…
ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇଲେ ବିସ୍ମୟ ବାଳକ ଜି.ପୋଖରାଜ
ବାଲିଗୁଡା,୧୨।୮ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରେ ରହୁଥିବା ୩ ବର୍ଷ ବଯସର ବିସ୍ମୟ ବାଳକ ଜି.ପୋଖରାଜ ପ୍ରସାଦ ପାଢୀ ଏବେ ତିନିବର୍ଷ ବୟସ ରେ ୫୧ ପ୍ରକାର ପ୍ରସଙ୍ଗରେ ସାଧାରଣ ଉତ୍ତର ଜିଭ ଆଗରେ କହିପାରି ଇଣ୍ଡିଆ…
କଳାହାଣ୍ଡି ଜିଲାପାଳ ଭାବେ ଦାୟିତ୍ୱ ନେଲେ ସଚିନ ପାୱାର
ଭବାନୀପାଟଣା,୧୨।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ଜିଲାପାଳ ଭାବେ ସୋମବାର ସନ୍ଧ୍ୟା ୬ ଟାରେ ଦାୟିତ୍ୱ ନେଇଛନ୍ତି ଆଇ ଏ ଏସ ସଚିନ ପାୱାର। ଭବାନୀପାଟଣା ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ଠାରୁ…

