ଏସ୍ସି,ଏସ୍ଟି ଜମି କେଳେଙ୍କାରୀର ତଦନ୍ତ ହେବ: ମନ୍ତ୍ରୀ ପୂଜାରୀ
ଭବାନୀପାଟଣା,୧୫ା୮(ଉତ୍ତମ କୁମାର ଦାଶ): ଭାଜପା ସରକାର ଆସିବା ପରେ ରାଜ୍ୟର ଅନ୍ନଦାତା, ମହିଳା କଲ୍ୟାଣ, ଯୁବଗୋଷ୍ଠୀ, ଗରିବି ଇତ୍ୟାଦିକୁ ଗୁରୁତ୍ୱ ଦେଇଛି। ବିଗତ ସରକାରଙ୍କଠାରୁ ଭାଜପା ସରକାରଙ୍କ ବଜେଟ୍ ୨୪ ଶତକଡା ଅଧିକ ରହିଛି। କୃଷି କ୍ଷେତ୍ର ସହ ମହିଳା, ଯୁବବର୍ଗ,…
ପଦ୍ମପୁର ସବଜେଲରୁ ୨ ବିଚାରାଧୀନ କଏଦୀ ଫେରାର୍
ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ସବଜେଲରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ୨ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସେମାନେ ହେଲେ, ଟିକେଶ୍ବର ମାହାର ଏବଂ ତ୍ରିନାଥ ଶବର । ଟିକେଶ୍ବର ଏକ ଡକାୟତି ମାମଲା ଏବଂ ତ୍ରିନାଥ ହତ୍ୟା ଉଦ୍ୟମ ମାମଲାରେ…
ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: ୫ ବର୍ଷ ପରେ ରାଜ୍ୟରେ…
ଭବାନୀପାଟଣା,୧୪ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଭାଗିରଥି ଇନ୍ ଠାରେ ବୁଧବାର ଅପରାହ୍ନରେ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିଲେ।…
ଲୁହା ରଡ୍ ଚୋରି କରି ୫ କୋର୍ଟ ଚାଲାଣ
ଥୁଆମୂଳ ରାମପୁର,୧୪ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଅଡ୍ରି ପଞ୍ଚାୟତ ଅଧୀନରେ ଥିବା ମେଘା ଉଠା ପାନୀୟ ଜଳଯୋଗାଣ କ୍ୟାମ୍ପ୍ଠାରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁହାରଡ୍ ଚୋରି ଘଟଣାକୁ ନେଇ ସୋମବାର ଥୁଆମୂଳ ରାମପୁର ଥାନାରେ ବିଭାଗୀୟ…
ମହିଳା ମହାସଂଘ ଜମାଖାତାରୁ ୨୦ ଲକ୍ଷ ଟଙ୍କା ଆତ୍ମସାତ୍ କରିନେଲେ ସଭାନେତ୍ରୀ, ସମ୍ପାଦିକା
ବନ୍ତ,୧୪ା୮(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ପଧାନପଡ଼ା ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଜମାଖାତାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ନେଇ ଅଭିଯୋଗ ହୋଇଛି। ମହାସଂଘ ଅଧୀନରେ ଥିବା ସିଆର୍ପି ଓ ଏସଏଚ୍ଜିର ସଦସ୍ୟାମାନେ ବୁଧବାର ଏନେଇ ବିପିଏମ୍ (ବ୍ଲକ…
ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ଅଞ୍ଚଳରେ ହାଇ ଆଲର୍ଟ ଜାରି
ବାଲିଗୁଡ଼ା,୧୪ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ପାଙ୍ଗୁରମିଲା ଜଙ୍ଗଲରେ ବୁଧବାର ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇ ପ୍ରାୟ ୩ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଏହି ଗୁଳି ବିନିମୟ ହେବା ପରେ…
ଗୁଣିଆ ସନ୍ଦେହରେ ମାଡ଼ ମାରିବା ସହ ଏକ ପରିବାରକୁ ଗାଁରୁ ବାସନ୍ଦ କଲେ ଗ୍ରାମବାସୀ
ଦିଗପହଣ୍ଡି,୧୪ା୮: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ କମଳାପୁର ଗ୍ରାମର ମୋହନ ଚରଣ ମଲ୍ଲିକଙ୍କୁ ଗୁଣିଆ ସନ୍ଦେହରେ କିଛି ଗ୍ରାମବାସୀ ମାଡ଼ ମାରିବା ସହ ନାନା ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ୩ ଲକ୍ଷ ଟଙ୍କା ଜରିମାନା ଦେବାକୁ…
ଶୃଙ୍ଖଳିତ ଦର୍ଶନ ପାଇଁ ଲାଗିବ AI କ୍ୟାମେରା, ଟେଣ୍ଡର ପ୍ରକ୍ରିୟା ଆରମ୍ଭ
ପୁରୀ, ୧୪।୦୮: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣ କରାଯିବା ସହିତ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ AI କ୍ୟାମେରା ଲଗାଯିବ। ଶ୍ରୀମନ୍ଦିର ଭିତର ବାହାର…
ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ମୋରଡ଼ା ବିଡିଓ
ମୋରଡ଼ା,୧୪ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ପ୍ରଶାସନ ତରଫରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ମୋରଡ଼ା ବିଡିଓ ଅଣାକର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା…
ଭାଜପାର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ଗୋପାଳପୁର,୧୪ା୮(ନବୀନ ରାଜ ଆଚାରୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଭାଜପା ଯୁବ ମୋର୍ଚ୍ଚା ଗଞ୍ଜାମ ଜିଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଗୋପାଳପୁର ନିର୍ବାଚନମଣ୍ଡଳୀରେ ବୁଧବାର ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲା ଯୁବ ମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ…
ପୁଅକୁ ଧରି ନଈକୁ ଡେଇଁଲେ ମା’: ପୁଅ ମୃତ, ମହିଳାଙ୍କ ପତ୍ତା ମିଳୁନି
ନିଶ୍ଚିନ୍ତକୋଇଲି,୧୪ା୮(ଅଶୋକ କୁମାର ମହାପାତ୍ର): କଟକ ଜିଲା ନେମାଳ ଥାନା ଅଧୀନ ଚିତ୍ରୋତ୍ପଳା ବ୍ରିଜ୍ ଉପରୁ ପୁଅକୁ ଧରି ନଈକୁ ଡେଇଁପଡ଼ିଲେ ମା’। ତେବେ ନାବାଳକଙ୍କ ପୁଅଙ୍କ ଜୀବନ ଚାଲି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମା’ଙ୍କ ପତ୍ତା ମିଳିନାହିଁ। କଟକ ଜିଲା…
ସାପ କାମୁଡାରେ ଚାଲିଗଲା ମହିଳାଙ୍କ ଜୀବନ
ଦିଗପହଣ୍ଡି/ପାଟପୁର,୧୪।୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ଗ୍ରାମର ଜଣେ ମହିଳା ବୁଧବାର ସକାଳେ ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ଗ୍ରାମର ଉପେନ୍ଦ୍ର ବିଷୋୟୀଙ୍କ ସ୍ତ୍ରୀ ସଞ୍ଜୁ ବିଷୋୟୀ। ସଞ୍ଜୁ ସକାଳେ ଚାଷ ଜମିରେ କାମ…

