ବିଧାୟକଙ୍କ ମହାନତା: କୋଡି, ଶାବଳ ଧରି ନିର୍ମାଣ କଲେ ଅସ୍ଥାୟୀ ଚେକ୍‌ଡ୍ୟାମ

ପୁରୁଷୋତ୍ତମପୁର,୧୪।୧୦(ସିମାଞ୍ଚଳ ମିଶ୍ର): ସରକାର ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ଲାଗି ଯୋଜନା ପରେ ଯୋଜନା କରୁଥିବା ବେଳେ ଲିପ୍ଟ ଇରିଗେସନ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ମନଇଛା କାର୍ଯ୍ୟ ଯୋଗୁ ଚାଷୀଙ୍କ ଜମିକୁ ପାଣି ଯୋଗାଣ ହୋଇ ନ ପାରି ଫସଲ ନଷ୍ଟ ହେବାକୁ ନେଇ ଚାଷୀକୁଳ ହତାସ ହୋଇପଡିଛନ୍ତି। ଚାଷୀଙ୍କ ଏଭଳି ଦୟନୀୟ ସ୍ଥିତିକୁ ଦେଖି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ନିଜସ୍ବ ଉଦ୍ୟମରେ ପୁରୁଷୋତ୍ତମପୁର ବ୍ଲକର ଅନ୍ତରିଗାଁଠାରେ ଋଷିକୂଲ୍ୟା ନଦୀ ମଧ୍ୟରେ ସୋମବାର ଏକ ଅସ୍ଥାୟୀ ଚେକଡ୍ୟାମ ନିର୍ମାଣ କରିବାରେ ଲାଗିପଡିଛନ୍ତି। ଏହାଦ୍ବାରା ଚାଷୀକୁଳ ଏକପ୍ରକାରର ଫସଲ ପୋଡି ଦାଉରୁ ରକ୍ଷାପାଇପାରିବେ ବୋଲି ଆଶା କରାଯାଉଛି।

ଅଞ୍ଚଳର ହଜାର ହଜାର ଚାଷଜମିକୁ ଜଳସେଚନ ଲାଗି ସରକାର ପାଣ୍ଡିଆପଞ୍ଚାୟତର ଖାଲୁଆ ସ୍ଥାନ ଦେଉଳପଲ୍ଲୀ ଠାରେ ମେଗା ଇରିଗେସନ ପ୍ରୋଜେକ୍ଟ ନିର୍ମାଣ ଲାଗି ୪୩ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ। ମାତ୍ର ଏହି ପ୍ରୋଜେକ୍ଟଟିକୁ ଦେଉଳପଲ୍ଲୀ ଠାରେ ନିର୍ମାଣ କରିବା ବଦଳରେ ବିଭାଗୀୟ ଯନ୍ତ୍ରୀମାନେ ନିଜ ଇଚ୍ଛା ମୁତାବକ ଭାବରେ ଦେଉଳପଲ୍ଲୀଠାରୁ ପ୍ରାୟ ୧୦ କିଲୋମିଟର ଦୂର ଅନ୍ତରିଗାଁର ଏକ ଉଚ୍ଚ ସ୍ଥାନରେ ନିର୍ମାଣ କରିଛନ୍ତି। ଇନଟେକୱେଲଟି ଉଚ୍ଚ ସ୍ଥାନରେ ନିର୍ମାଣ କରାଯାଇଥିବାରୁ ପାଣି ଉଠାଣ ହୋଇ ନ ପାରି ଏହି ପ୍ରୋଜେକ୍ଟଟି ନିର୍ମାଣ ପରଠାରୁ ଦୁଇବର୍ଷରୁ ଉର୍ଦ୍ଧ ହେଲା ପଡିରହି ଖତଖାଇବାରେ ଲାଗିଥିଲା।
ଚାଷଜମିକୁ ପାଣି ଯୋଗାଣ ହୋଇ ନ ପାରି ଫସଲ ନଷ୍ଟ ହେଉଥିବାର ନେଇ ଚାଷୀକୁଳ ବିଧାୟକଙ୍କ ଠାରେ ଗୁହାରୀ କରିଥିଲେ। ଏହାକୁ ନେଇ ବିଧାୟକ ପ୍ରତାପଚନ୍ଦ୍ର ନାୟକ ଓ ଯୁବନେତା ସୀତାରାମ ପାଣିଗ୍ରାହୀ ସୋମବାର ଘଟଣାସ୍ଥଳକୁ ଆସି ଦେଖିବା ସହ ଚାଷୀଙ୍କ ଦୁଃଖକୁ ହୃଦୟଙ୍ଗମ କରି ସଙ୍ଗେ ସଙ୍ଗେ ଜେସିବି ମେଶିନ ଡକାଇବା ସହ ଦଳୀୟ କର୍ମୀ ଓ ଚାଷୀମାନଙ୍କୁ ନେଇ ନିଜେ କୋଡି ଶାବଳ ଧରି ଋଷିକୂଲ୍ୟା ନଦୀରେ ଖୋଳିବା ସହ ବାଲିବସ୍ତା ବୋହି ନେଇ ଏକ ଅସ୍ଥାାୟୀ ଚେକଡ୍ୟାମ ନିର୍ମାଣ କରିବାରେ ଲାଗିପଡିଛନ୍ତି। ବିଧାୟକ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇ କାର୍ଯ୍ୟ କରିଥିବାକୁ ନେଇ ଚାଷୀକୁଳ ବିଧାୟକ ପ୍ରତାପ ନାୟକ ଓ ସୀତାରାମ ପାଣିଗ୍ରାହୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏପରିକି ଆଗାମୀ ଦିନରେ ଏଥିପ୍ରତି ପଦକ୍ଷେପ ନେଇ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ବିଧାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?