ଜାଲ୍ ଭୋଟର କାର୍ଡରେ ଜମି ରେଜିଷ୍ଟ୍ରେଶନ ଘଟଣା: ଲେଖାଳି ସମେତ ୭ ଜଣଙ୍କ ନାଁରେ ମାମଲା
ଗୋପାଳପୁର,୨୮ା୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିଷି ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜାଲ୍ ଭୋଟର ପରିଚୟପତ୍ର ଦେଇ ଜମି ରେଜିଷ୍ଟ୍ରେଶନ କରିବା ନେଇ ତତ୍କାଳୀନ କନିଷି ତହସିଲଦାର ଦଲିଲ ଲେଖାଳି ସମେତ ୭ ଜଣଙ୍କ ନାମରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।…
ଶିକାରୀଙ୍କୁ ଧରୁଛି ଏଆଇ କ୍ୟାମେରା, ପାଞ୍ଚ ଜଣଙ୍କୁ ବାନ୍ଧିଲା ବନ ବିଭାଗ
ଶିମିଳିପାଳ,୨୮।୮: ସରକାରଙ୍କ ଦ୍ୱାରା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଲଗାଯାଇଥିବା ଏଆଇ କ୍ୟାମେରା ସାହାଯ୍ୟରେ ଧରାପଡିଛନ୍ତି ଶିକାରୀ। ବୁଧବାର ବନ ବିଭାଗ ଦ୍ୱାରା ପାଞ୍ଚ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସାଉଥ ୱାଇଲ୍ଡ ଲାଇଫ ରେଞ୍ଜରେ ଲାଗିଥିବା…
ଜେସିବି ଜାଳିଦେଲେ ଦୁର୍ବୃତ୍ତ
ଗୋପାଳପୁର,୨୮ା୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଏହି ଅଞ୍ଚଳରେ ବିଭିନ୍ନ ଅପରାଧମୂଳକ କାଣ୍ଡ ଘଟାଉଥିବା ବେଳେ ମଙ୍ଗଳବାର ରାତିରେ ଏକ ଜେସିବିକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ଏ ନେଇ…
୫୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ
ଜଗତସିଂହପୁର,୨୮।୮: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଜଗତସିଂହପୁର ବାଲିକୁଦା ତହସିଲର ମଲ୍ଲିକାପୁର ରାଜସ୍ବ ନିରୀକ୍ଷକ(ଆରଆଇ) ବିଭୁଦତ୍ତ ସାହୁ। ଏକ ଜମି ପଟା ମ୍ୟୁଟେସନ କେସ କୁ ଜଣଙ୍କ ପକ୍ଷରେ କରାଇ ଦେବା ଲାଗି ୫୦୦୦ ଟଙ୍କା ଲାଞ୍ଚ ମାଗି…
ନିଯୁକ୍ତି ଦାବିରେ ଗଣଧାରଣା
ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍ଇଏଲ୍ ସମେତ ଅନ୍ୟାନ୍ୟ କମ୍ପାନୀ ଗୁଡ଼ିକରେ ସ୍ଥାନୀୟ ଯୁବତୀ/ଯୁବକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବି ନେଇ ବୁଧବାର ବରିଷ୍ଠ ସମାଜସେବୀ ତଥା କଂଗ୍ରେସ ନେତା ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ଅଞ୍ଚଳରର କିଛି ମହିଳା/ଯୁବକମାନେ…
ଖବର ପ୍ରକାଶ ପରେ ମରାମତି ହେଲା ରାସ୍ତା, ପିଚୁରେ ମୋରମ ପଡୁଥିବାରୁ ଅସନ୍ତୋଷ
କେନ୍ଦୁଝର,୨୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ରିଜର୍ଭ ପୋଲିସ ଓ ପରେଡ୍ ପଡିଆ (ଷ୍ଟାଡିୟମ) ରାସ୍ତାକୁ ପ୍ରଶାସନ ମରାମତି କରିଛି। ଧରିତ୍ରୀରେ ୨୫ ତାରିଖରେ ‘ରିଜର୍ଭ ପୋଲିସ ଓ ଷ୍ଟାଡିୟମ ରାସ୍ତା ବିପର୍ଯ୍ୟସ୍ତ’ ଶୀର୍ଷକ ଖବର ପାଇବା ପରେ ରାସ୍ତା ମରାମତି…
ଆଉଟସୋର୍ସିଂ ଜରିଆରେ ଶ୍ରୀମନ୍ଦିରର ନିଯୁକ୍ତ ହେବେ ସେନା ଅଧିକାରୀ; କଡାକଡି ହେବ ସୁରକ୍ଷା ବ୍ୟବସ୍ଥା
ପୁରୀ,୨୮।୮: ଶ୍ରୀ ମନ୍ଦିରରେ ଥିବା ଆନନ୍ଦ ବଜାରରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରିବାକୁ ପୂର୍ବତନ ସେନା କର୍ମଚାରୀମାନେ ମୁତୟନ ହେବେ ବୋଲି ମନ୍ଦିର ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି। ଆନନ୍ଦ ବଜାରରେ ଶୃଙ୍ଖଳା ବଜାୟ ରଖିବା ଏବଂ କାର୍ଯ୍ୟକଳାପର…
ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନ୍କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ବରଗଡ଼,୨୮ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନ୍କୁ ବୁଧବାର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ୧୩୮ କିଲୋମିଟର ବିଶିଷ୍ଟ ଏହି ନୂଆ ରେଳ ଲାଇନ୍ ନିର୍ମାଣ ପାଇଁ ୨,୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସୁନ୍ଦରଗଡ଼ ସବ୍ଡେଗାରୁ ଛତିଶଗଡ଼ ଭାଲୁମୁଡ଼ା ଡବଲ ଲାଇନକୁ…
ଖାଉଟିଙ୍କୁ ଲୁଟୁଛନ୍ତି ବେପାରୀ, ଏବେ ବି ଗଞ୍ଜାମରେ ଆଳୁ କେଜି ୩୫ ଟଙ୍କା
ଗଞ୍ଜାମ,୨୮ା୮(ବିଦ୍ୟାଧର ସାହୁ): ବର୍ତ୍ତମାନ ପନିପରିବା ଦର ଆକାଶଛୁଆଁ। ଅନ୍ୟାନ୍ୟ ପରିବା ଦର ଅପେକ୍ଷା ନିତ୍ୟ ବ୍ୟବହାର୍ଯ୍ୟ ଆଳୁ ଦାମ୍ ଅଧିକ ଯୋଗୁ ଚିନ୍ତାରେ ଖାଉଟି। ଏପରି ସ୍ଥଳେ କିଛି ଆଳୁ ଗୋଦାମ ମାଲିକଙ୍କ ଆଳୁ କଳାବଜାର ଖାଉଟିଙ୍କୁ ଅଧିକ ଚିନ୍ତାରେ ପକାଉଛି।…
ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ୍
ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ୍-୧ ଡ. ଇନ୍ଦୁ ଶର୍ମା ବୁଧବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଣେ ଅଭିଯୁକ୍ତଙ୍କୁ ସେ ୧୦ ବର୍ଷ ଜେଲ…
ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ଚାଲିଗଲା ଜୀବନ
ବଇଣ୍ଡା,୨୮।୮(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ଥାନା ଧଉରାପାଲିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ବଇଜା ଗ୍ରାମର ଆର୍ତତ୍ରାଣ ମିର୍ଦ୍ଧା ଏବଂ ବାମୁର ଗ୍ରାମରର ରୀନା…
ଅଧିଆ ପଡ଼ିଥିବା ନାବାଳିକାଙ୍କୁ ବଳାତ୍କାର କଲେ ମନ୍ଦିର ପୂଜକ: ଥାନାରେ ଅଭିଯୋଗ
ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତିଳେଶ୍ୱର ଆଖଣ୍ଡଳମଣି ମନ୍ଦିରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମନ୍ଦିର ପୂଜକ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଆଖଣ୍ଡଳମଣି ମନ୍ଦିରରେ ଜଣେ ନାବାଳିକା…

