ଧନୁଯାତ୍ରା ପୂର୍ବରୁ ତେଜୁଛି ଦାବି:ବିବାଦୀୟଙ୍କୁ ମହୋତ୍ସବରୁ ବାଦ୍‌ ଦିଆଯାଉ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୨ମାସ ୧ସପ୍ତାହ ବାକି ରହିଲା। ଏପର୍ଯ୍ୟନ୍ତ ମହୋତ୍ସବକୁ ନେଇ ଧନୁଯାତ୍ରା କମିିଟିର ସାଧାରଣ ପରିଷଦ ବୈଠକ ବସିନାହିଁ। ଅନ୍ୟପଟେ କଂସ ଅଭିନେତାଙ୍କଠାରୁ ଆରମ୍ଭ କରି କମିଟିକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ବିବାଦୀୟ ହୋଇ ପଡ଼ିଥିବା କଂସ ଅଭିନେତା ହୃଷୀକେଶ ଭୋଇଙ୍କୁ ମହୋତ୍ସବରୁ ବାଦ୍‌ ଦେବାକୁ ଦାବି ହୋଇଛି। ସେହିପରି ଧନୁଯାତ୍ରା ମହୋତ୍ସବ କମିଟିର ପୁନର୍ଗଠନକୁ ନେଇ ମଧ୍ୟ ଦାବି ଜୋର୍‌ ଧରିଛି। ଏହି କ୍ରମରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜିଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ଆଦିତ୍ୟ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ବରଗଡ଼ର ୟୁବା ଏକତା ସଙ୍ଗଠନ ଜିଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛି, କଂସ ଅଭିନେତା ତଥା ଡାକ୍ତରଖାନାରେ ସରକାରୀ ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ଭୋଇ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ ବଡ଼ସାହାଜବାହାଲ ଗ୍ରାମକୁ ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ୩ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ତାଙ୍କ ବିରୋଧରେ ଆପରାଧିକ ମାମଲା ମଧ୍ୟ ରୁଜୁ ହୋଇଛି। ସେହିପରି ଗତବର୍ଷ ଧନୁଯାତ୍ରା ମହୋତ୍ସବରେ ଅଭିନୟ ସମୟରେ ସେ କଟୂକଥା କହିଥିଲେ ଏବଂ ତାହା ଲଜ୍ଜାଜନକ ଥିଲା। ଏହି ଦୃଷ୍ଟିରୁ ହୃଷୀକେଶଙ୍କୁ ଆଜୀବନ ଧନୁଯାତ୍ରା ମହୋତ୍ସବର କଂସ ଅଭିନୟରୁ ବାଦ୍‌ ଦେଇ ନୂତନ କଂସ ଅଭିନେତା ଚୟନ କରାଯାଉ ବୋଲି ୟୁବା ଏକତା ସଙ୍ଗଠନ ଦାବି କରିଛି। ଏହା ସହିତ ମହୋତ୍ସବରେ ସ୍ବଚ୍ଛତା ଆଣିବା ତଥା ଆକର୍ଷଣ ବୃଦ୍ଧି ପାଇଁ ଧନୁଯାତ୍ରା କମିଟିର ପୁନର୍ବିନ୍ୟାସ କରିବାକୁ ଦାବି ହୋଇଛି। ସଙ୍ଗଠନର ସଭାପତି ତୁଷାର ରଞ୍ଜନ ଭଦ୍ରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।
କୋଶଲ ଜଏଣ୍ଟ ଆକ୍ସନ କମିଟି ପୃଥକ୍‌ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛି। ଧନୁଯାତ୍ରାର ପୁରୁଣା କମିଟିକୁ ଭାଙ୍ଗି ନୂତନ କମିଟି ଗଠନ ପାଇଁ ଦାବି କରାଯାଇଛି। ବରଗଡ଼ ଧନୁଯାତ୍ରାକୁ ବିଶ୍ୱପ୍ରସିଦ୍ଧ କୁହାଯାଉଥିବାବେଳେ ଏହି ମହୋତ୍ସବର ମାନ, ସମ୍ମାନ ଦିନକୁ ଦିନ କ୍ଷୂର୍ଣ୍ଣ ହେବା ସହିତ ଆକର୍ଷଣ ମଧ୍ୟ ହ୍ରାସ ପାଉଛି। ଅପରପକ୍ଷେ ଧନୁଯାତ୍ରାକୁ ନେଇ ବାଦ ବିବାଦ ଲାଗି ରହିଛି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ଏହି ଦୃଷ୍ଟିରୁ ଧନୁଯାତ୍ରାର ଗାରିମା, ଆକର୍ଷଣ ବୃଦ୍ଧି ପାଇଁ ତୁରନ୍ତ ନୂତନ କମିଟି ଗଠନ କରାଯାଉ ବୋଲି ଦାବି ହୋଇଛି। ସୁଶାନ୍ତ ମିଶ୍ର, ଆକାଶ ପଣ୍ଡା, ରମଣୀ ଦନ୍ତା ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।
ବରଗଡ଼ ଉତ୍କଳ ଗୌରବ କଳାକାର ସଂଘ ମଧ୍ୟ ଅନୁରୂପ ଦାବି କରି ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଧନୁଯାତ୍ରା କମିଟିକୁ ତୁରନ୍ତ ଭଙ୍ଗ କରି ନୂତନ କମିଟି ଗଠନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଜିଲାପାଳଙ୍କୁ ନିବେଦନ କରାଯାଇଛି। ନୂତନ ଧନୁଯାତ୍ରା କମିଟିରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ସାମିଲ କରାଯାଇ ମୁଖ୍ୟତଃ ଯୁବକମାନଙ୍କୁ କମିଟିରେ ରଖାଯିବାକୁ ଦାବି ହୋଇଛି। ଉତ୍କଳ ଗୌରବ କଳାକାର ସଂଘର ସମ୍ପାଦକ କାଞ୍ଚନ କୁମାର ଚକ୍ରବର୍ତ୍ତୀ, ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ବାଗ ପ୍ରମୁଖ ସ୍ବାରକପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ। ସେହିପରି ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ସଭାପତି ଦୟାନିଧି ପ୍ରଧାନ ଏବଂ ସମ୍ପାଦକ ଜଗଦାନନ୍ଦ ମିଶ୍ର ଅନ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ସଦସ୍ୟଙ୍କୁ ଧନୁଯାତ୍ରା ମହୋତ୍ସବ କମିଟିରେ ସାମିଲ କରାଯିବା, କଳାକାରଙ୍କୁ ଉଚିତ୍‌ ସମ୍ମାନ ପ୍ରଦାନ, ମହୋତ୍ସବରେ ଭାଗ ନେଉଥିବା କଳାକାରଙ୍କୁ ଉଚିତ୍‌ ପ୍ରାପ୍ୟ ପ୍ରଦାନ କରିବାକୁ ସଂଘ ଦାବି କରିଛି। ସେହିପରି ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ଲାଞ୍ଚ ନେଇଥିବା କଂସ କଳାକାରଙ୍କୁ ନେଇ ଉଠିଥିବା ବିବାଦର ଉଚିତ ବିଚାର କରାଯାଉ ବୋଲି ଅତିରିକ୍ତ ଜିଲାପାଳ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସଂଘ ସଭାପତି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri